Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଟବଲର ଡିଏଗୋ ମାରାଡୋନାଙ୍କ ପରଲୋକ, ୩ ଦିନ ପୂର୍ବେ ପାଳିଥିଲେ ୬୦ତମ ଜୟନ୍ତୀ
  • ||
  • ଦୈନିକ ଆକ୍ରାନ୍ତ ତୂଳନାରେ ଆଜି କମିଲା ସୁସ୍ଥ ସଂଖ୍ୟା, ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୭୨୮
  • ||
  • ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ, ଏସସିବିରେ ଦୀର୍ଘ ଦିନ ଧରି ଥିଲେ ଚିକିତ୍ସାଧୀନ, ସୁସ୍ଥ ଅଛି ଜଗା
  • ||
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||

ରାଜପରିବାର ପତିଆରାରେ ଆଞ୍ଚ୍ ଆଣିଛି ୨୦୧୯ ନିର୍ବାଚନ, ବିଭିନ୍ନ ସ୍ଥାନରେ ହାରିଲେ ରାଜ ପରିବାରର ସଦସ୍ୟ

25/05/2019 at 7:28 PM

ଭୁବନେଶ୍ବର୨୫|୫; ରାଜ୍ୟ ରାଜନୀତିରେ ଓଡ଼ିଶା ରାଜ ପରିବାରର ସକ୍ରିୟ ଅଂଶଗ୍ରହଣ ରହିଆସିଛି । ରାଜପରିବାର ସଦସ୍ୟ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ହୋଇଛନ୍ତି । ଏଥର କିନ୍ତୁ ଅନେକ ରାଜ ପରବାର ସଦସ୍ୟଙ୍କ ଉପରେ ଭରସା କରିପାରି ନାହାନ୍ତି ଭୋଟର । ଫଳରେ ଅନେକଙ୍କୁ ପରାଜୟର ସାମ୍ନା କରିବାକୁ ପଡିଛି ।

ରାଜପରିବାରରକୁ ଝଟକା । ରାଜପରିବାର ପତିଆରାରେ ଆଞ୍ଚ୍ ଆଣିଛି ୨୦୧୯ ନିର୍ବାଚନ । ଏଥର ରାଜ୍ୟରେ ଏକାଧିକ ରାଜ ପରିବାରର ସଦସ୍ୟ ବିଭିନ୍ନ ସ୍ଥାନରୁ ନିର୍ବାଚନ ଲଢିଥିଲେ । ହେଲେ ଅଧିକାଂଶ ପରାସ୍ତ ହୋଇଛନ୍ତି । ଶକ୍ତ ଝଟକା ଲାଗିଛି ପାଟଣା ରାଜପରିବାରକୁ । ବଲାଙ୍ଗୀର ସଂସଦୀୟ କ୍ଷେତ୍ରରୁ ଲଗାତର ଦୁଇ ଥର ଜିଥିଥିବା କଳିକେଶ ନାରାୟଣ ସିଂଦେଓ ଏଥର ଚିତ୍ ମାରିଛନ୍ତି । ତାଙ୍କ ଭାଉଜ ବିଜେପି ପ୍ରାର୍ଥୀ ସଂଗୀତା କୁମାରୀ ସିଂଦେଓଙ୍କ ଠାରୁ ପରାସ୍ତ ହୋଇଛନ୍ତି ।

କିନ୍ତୁ ସେହି ବଲାଙ୍ଗୀର ଲୋକସଭା ଅନ୍ତର୍ଗତ ପାଟଣାଗଡ଼ ବିଧାନସଭା କ୍ଷେତ୍ରରେ ପରାଜିତ ହୋଇଛନ୍ତି ସଂଗୀତାଙ୍କ ସ୍ବାମୀ ତଥା ପାଟଣା ରାଜା କନକ ବର୍ଦ୍ଧନ ସିଂଦେଓ । ୧୯୯୫ରୁ ଏହି ଆସନରୁ ଲଗାତର ଜିତି ଆସୁଥିଲେ ପାଟଣା ରାଜା । ଏଥର କିନ୍ତୁ ରାଜାଙ୍କ ହାତ ଛାଡିଛନ୍ତି ପାଟଣା ଭୋଟର । ସେପଟେ ବଡ ଭାଇ କଳିକେଶଙ୍କ ଭଳି ହାରିଛନ୍ତି ସାନ ଭାଇ ଅର୍କେଶ । ବଲାଙ୍ଗୀର ବିଧାନସଭା ଆସନରୁ ବିଜେଡିରୁ ପ୍ରାର୍ଥୀ ହୋଇ ହାରିଛନ୍ତି ଭେଟରାନ ବିଜେଡି ନେତା ଅନଙ୍ଗ ଉଦୟଙ୍କ ସାନ ପୁଅ ଅର୍କେଶ ।

ଜୟପାଟଣା ରାଜ ପରିବାରର ପୁଷ୍ପେନ୍ଦ୍ର ସିଂଦେଓ ଚଳିତ ଥର କଳାହାଣ୍ଡି ସଂସଦୀୟ କ୍ଷେତ୍ରରୁ ହାରିଛନ୍ତି । ପୂର୍ବରୁ ସେ ଧର୍ମଗଡ ବିଧାନସଭା ଆସନରୁ ଏକାଧିକ ଥର ନିର୍ବାଚିତ ହୋଇ ରାଜ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ । କିନ୍ତୁ ଲୋକସଭା ଭୋଟରେ ହାରିଛନ୍ତି । ସେହିପରି ବରିଷ୍ଠ କଂଗ୍ରେସ ନେତା, ଢେଙ୍କାନାଳ ରାଜ ପରିବାରର କାମାକ୍ଷା ପ୍ରସାଦ ସିଂଦେଓ ମଧ୍ୟ ନିର୍ବାଚନ ହାରିଛନ୍ତି । ଏକାଧିକ ଥର ଲୋକସଭାକୁ ନିର୍ବାଚିତ ହୋଇ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା କେପି ଏହି ପରାଜୟ ସହ ଏଥର ବି ଜନପ୍ରତିନିଧିତ୍ବରୁ ବଞ୍ଚିତ ହୋଇଛନ୍ତି ।

ପାରଳା ରାଜପରିବାରକୁ ବି ଝଟକା ଲାଗିଛି । ପାରଳା ରାଜଜେମା କଲ୍ୟାଣୀ ଗଜପତି ପାରଳାଖେମୁଣ୍ଡିରୁ ବିଜେଡି ପ୍ରାର୍ଥି ହୋଇ ପରାସ୍ତ ହୋଇଛନ୍ତି । ସେହିପରି ବାଲେଶ୍ବର ଜିଲ୍ଲା ନୀଳଗିରିର ରାଜା ଜୟନ୍ତ ମର୍ଦ୍ଦରାଜ ହରିଚନ୍ଦନଙ୍କ ସ୍ତ୍ରୀ ମନୋଜ ମଞ୍ଜରୀ ଦେବୀ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ି ହାରିଛନ୍ତି ।

କଳାହାଣ୍ଡି ଜିଲା କର୍ଲାପାଟ ରାଜ ପରିବାରର ଅନିଲ ସିଂଦେଓ ଜୁନାଗଡ ବିଧାନସଭାରୁ କଂଗ୍ରେସ ପ୍ରାର୍ଥୀ ହୋଇ ପରାଜିତ ହୋଇଛନ୍ତି । ଧରାକୋଟ ରାଣୀ ତଥା ବିଧାୟିକା ନନ୍ଦିନୀ ଦେବୀ ସାନଖେମୁଣ୍ଡି ବିଧାନସଭା କ୍ଷେତ୍ରରୁ କଂଗ୍ରେସ ନେତା ରମେଶ ଜେନାଙ୍କ ଠାରୁ ପରାସ୍ତ ହୋଇଛନ୍ତି । ସେହିଭଳି ଖଣ୍ଡପଡା ଆସନରୁ ବିଜେପି ପ୍ରାର୍ଥୀ ଖଣ୍ଡପଡା ରାଜପରିବାରର ସିଦ୍ଧାର୍ଥ ମର୍ଦ୍ଦରାଜ ମଧ୍ୟ ପରାସ୍ତ ହୋଇଛନ୍ତି ।

ଅନେକ ରାଜପରିବାର ସଦସ୍ୟ ହାରିଥିବା ବେଳେ କିଛି ଭୋଟରଙ୍କ ଆସ୍ଥାଭାଜନ ହୋଇଛନ୍ତି । ତେବେ କେନ୍ଦ୍ରାପଡା ଜିଲା ଆଳିରୁ ରାଜ ପରିବାର ସଦସ୍ୟ ପ୍ରତାପ ଦେବ, ଗଞ୍ଜାମ ଜିଲା ଚିକିଟି ରାଣୀ ଉଷା ଦେବୀ, ଦେବଗଡ ରାଜ ପରିବାରର ନୀତେଶ ଗଙ୍ଗଦେବ ବିଜୟୀ ହେବାରେ ସଫଳ ହୋଇଛନ୍ତି ।

   Related Posts