କରୋନା ତାଣ୍ଡବ : ତବଲିଗି ଜମାତରେ ଯୋଗଦେଇଥିବା ଲୋକଙ୍କ ମଧ୍ୟରୁ ୩୮୯ ପଜିଟିଭ, ଆହୁରି ବଢିପାରେ

Published By : Prameya-News7 Bureau | April 02, 2020 IST

ବୁଧବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧିକୁ ନେଇ ଦିଲ୍ଲୀର ନିଜାମୁଦ୍ଦିନରେ ଏକ ସମାବେଶରେ ଯୋଗ ଦେଇଥିବା ଯାତ୍ରୀମାନଙ୍କୁ ଦାୟୀ କରିଥିଲେ | ଦେଶରେ କୋଭିଡ-୧୯ ମାମଲାରେ ହଠାତ୍ ବୃଦ୍ଧି ପାଇଛି | ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରୱାଲ କହିଛନ୍ତି ୧୩୪ କରୋନା ସଂକ୍ରମଣ  ତବଲିଗି ଜମାତରୁ ଚିହ୍ନଟ ହୋଇଛି | ମାର୍ଚ୍ଚ ମଧ୍ୟଭାଗରେ ଇସଲାମିକ୍ ଗୋଷ୍ଠୀ ଏହି ସମାବେଶର ଆୟୋଜନ କରିଥିଲା | ମଙ୍ଗଳବାର ଠାରୁ ୩୮୬ ଟି ନୂଆ କୋଭିଡ -19 ମାମଲା ଆସିଛି | ଏହାର ମୁଖ୍ୟ କାରଣ ହେଉଛି ତବଲିଗି ଜମାତ ସଦସ୍ୟମାନଙ୍କ ଯାତ୍ରା | ଗୋଷ୍ଠୀ ପ୍ରାୟ ୧୮୦୦ଲୋକଙ୍କୁ ଡାକ୍ତରଖାନା ଏବଂ କ୍ଵାରେଣ୍ଟାଇନ ସେଣ୍ଟରକୁ ପଠାଯାଇଛି | ତେଲେଙ୍ଗାନାରେ ୯ ଜଣଙ୍କର ମୃତ୍ୟୁ ହୋଇଛି | ତେବେ ପରୀକ୍ଷା ହୋଇଥିବା ୧୮୦୦ ଜଣଙ୍କମଧ୍ୟରୁ ସମସ୍ତଙ୍କର ରିପୋର୍ଟ ଏବେ ଯାଏଁ ଆସିନାହିଁ | ରିପୋର୍ଟ ଆସିଲେ ଆହୁରି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ସେ ଆଶଙ୍କା କରିଛନ୍ତି | ସରକାରୀ ତଥ୍ୟ ଅନୁଯାୟୀ, ତବଲିଗି ଜମାତର ୧୬ ଜଣ ସଦସ୍ୟ ଯେଉଁ ୩ ବିଦେଶୀ ଓ ୧୩ ଜଣ ଭାରତୀୟଙ୍କ ସମ୍ପର୍କରେ ଆସିଥିଲେ ସେମାନେ ପ୍ରାଣ ହରାଇଛନ୍ତି |

{"id":247798,"width":582,"height":327,"sizeSlug":"large"}

ବୁଧବାର ଦିନ ମାଲେସିଆର ଜଣେ ବ୍ୟକ୍ତିଙ୍କର ଦିଲ୍ଲୀ ରାଜୀବ ଗାନ୍ଧୀ ହସ୍ପିଟାଲରେ ମୃତ୍ୟୁ ହୋଇଛି ।  ଯିଏ ଏହି ତବଲିଗି ଜମାତରେ ଯୋଗ ଦେଇଥିଲେ | ମଙ୍ଗଳବାର ଦିନ ଦିଲ୍ଲୀ ରାଜୀବ ଗାନ୍ଧୀ ହସ୍ପିଟାଲରେ କ୍ଵାରେଣ୍ଟାଇନରେ ଥିବା ୧୦୦ ଜଣଙ୍କ ମଧ୍ୟରୁ ଜଣେ ହସ୍ପିଟାଲ ଛାତରୁ ଡେଇଁବାକୁ ଉଦ୍ୟମ କରିଥିଲେ | କିନ୍ତୁ ଡାକ୍ତରମାନେ ତାଙ୍କୁ ରକ୍ଷା କରିଥିଲେ | ଡାକ୍ତରଙ୍କ କହିବାନୁଯାୟୀ ଆଉ କିଛି ରୋଗୀ ମଧ୍ୟ ଉତ୍ୟକ୍ତ ବ୍ୟବହାର କରିଥିଲେ | ଏହିଭଳି ପରିସ୍ଥିତିରେ ଡାକ୍ତର ଓ ରୋଗୀଙ୍କ ସୁରକ୍ଷା ପାଇଁ ପୋଲିସ ନିୟୋଜିତ କରିବା ପାଇଁ ଡାକ୍ତର ଯୁଗ୍ମ ସଚିବଙ୍କ ସହ ଆଲୋଚନା କରିଛନ୍ତି | ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତବଲିଗି ଜମାତ ଆୟୋଜନକୁ ନିନ୍ଦା କରିଛନ୍ତି | ସେ କହିଛନ୍ତି, ଦେଶ ଏହିଭଳି ପରିସ୍ଥିତିରେ ଏକ ଭୟାବହ ଭାଇରସ ସହ ଲଢ଼ୁଥିବା ସମୟରେ ଏହିଭଳି ଏକ ଆୟୋଜନ ନିନ୍ଦନୀୟ |

ଦିଲ୍ଲୀରେ ତବଲିଗି ଜମାତ ଓ ତାଙ୍କ ସମ୍ପର୍କରେ ଆସିଥିବା ୨୩୪୬ ଜଣଙ୍କୁ କ୍ଵାରେଣ୍ଟାଇନ କରାଯାଇଛି | ୫୩୬ ଜଣଙ୍କ ମଧ୍ୟରେ କରୋନା ଲକ୍ଷଣ ଦେଖାଦେଇଛି ଏବଂ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ୧୮୧୦ ଜଣଙ୍କୁ କ୍ଵାରେଣ୍ଟାଇନ ସେଣ୍ଟରକୁ ସ୍ଥାନାନ୍ତର କରାଯାଇଛି | ତାଜା ଖବର ଅନୁଯାୟୀ, ୫୩ ଜଣଙ୍କ ମଧ୍ୟରେ କରୋନା ଚିହ୍ନଟ ହୋଇଛି |

ତାମିଲନାଡୁରେ ମଧ୍ୟ କରୋନା ରାଗିଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି | ତାମିଲନାଡୁରେ ଏପର୍ଯ୍ୟନ୍ତ ୨୩୪ ଜଣ କରୋନା ଚିହ୍ନଟ ହୋଇଛନ୍ତି | ଏମାନଙ୍କ ମଧ୍ୟରୁ ୧୯୦ ଜଣ ତବଲିଗି ଜମାତରେ ଯୋଗ ଦେଇଥିଲେ | ଆନ୍ଧ୍ର ପ୍ରଦେଶରେ ୧୧୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ଯେଉଁମାନଙ୍କ ମଧ୍ୟରୁ ୭୦ ଜଣ ତବଲିଗି ଜମାତରେ ଯୋଗ ଦେଇଥିଲେ ଅଥବା ତାଙ୍କ ସମ୍ପର୍କରେ ଆସିଥିଲା | ଝାରଖଣ୍ଡର ୨୪ ଜିଲ୍ଲାକୁ ଟ୍ରାସ କରାଯାଇଛି | ଏହି ୨୪ ଜିଲ୍ଲାରେ କିଏ କିଏ ତବଲିଗି ଜମାତରେ ଯୋଗ ଦେଇଥିଲେ ସେନେଇ ତଦନ୍ତ କଡାକଡି କରାଯାଇଛି | ରାଞ୍ଚିରେ ଜଣେ ୨୨ ବର୍ଷ ବୟସ୍କା ମାଲେସିଆନ ମହିଳା କରୋନା ପଜିଟିଭ ବାହାରିବା ପରେ ତଦନ୍ତ କଡାକଡି କରାଯାଇଛି |

ସେହିଭଳି ରାଜସ୍ଥାନ ପୋଲିସ ୫୮୩ ଜଣଙ୍କୁ ଚିହ୍ନଟ କରିଛି ଯେଉଁମାନେ ତବଲିଗି ଜମାତରେ ଯୋଗ ଦେଇଥିଲେ ଏବଂ ତାଙ୍କ ସମ୍ପର୍କରେ ଥିଲେ | ଏମାନଙ୍କ ମଧ୍ୟରୁ ୩୫୦ ଜଣ ଅଲଗା ରାଜ୍ୟରୁ ଅଛନ୍ତି ଯେଉଁମାନେ ବର୍ତ୍ତମାନ ରାଜସ୍ଥାନରେ ରହୁଛନ୍ତି | ଏମାନଙ୍କ ମଧ୍ୟରେ ୫ ଜଣ ନେପାଳୀ ମଧ୍ୟ ଅଛନ୍ତି | ଓଡିଶା ସରକାର ତବଲିଗି ଜମାତରେ ଯୋଗ ଦେଇଥିବା ୧୭ ଜଣଙ୍କୁ ଟ୍ରାସ କରିଛନ୍ତି | ସରକାର ଏହି ୧୭ ଜଣଙ୍କୁ କ୍ଵାରେଣ୍ଟାଇନରେ ରଖିଛନ୍ତି | ଏମାନେ ତବଲିଗି ଜମାତରେ ଯୋଗ ଦେଇ ରାଜ୍ୟକୁ ଫେରିଥିଲେ | ତେବେ ଏମାନଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି ସରକାର ଆଶଙ୍କା କରିଛନ୍ତି |

ଆସାମ ସ୍ୱାସ୍ଥ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମାଙ୍କ କହିବାନୁଯାୟୀ, ଆସାମରେ ପ୍ରଥମ କରୋନା ପଜିଟିଭ ଚିହ୍ନଟ ହୋଇଛି | ଗତ ୨୦ ଘଣ୍ଟା ମଧ୍ୟରେରେ ଆହୁରି ୧୬ ଜଣ କରୋନା ଚିହ୍ନଟ ହୋଇଛନ୍ତି | ସମସ୍ତ ୧୭ ଜଣ ତବଲିଗି ଜମାତରେ ଯୋଗ ଦେଇଥିଲେ | ରିପୋର୍ଟ ଅନୁଯାୟୀ, ରାଜ୍ୟର ୪୧୫ ଜଣ ଏହି ଆୟୋଜନରେ ଯୋଗ ଦେଇଥିଲେ | ସେମାନଙ୍କ ମଧ୍ୟରୁ ୩୪୭ଜଣ ଫେରିଥିବାବେଳେ ବାକିତକ ଏବେଯାଏଁ ଫେରି ନାହାନ୍ତି | ସେମାନେ ଜାମ୍ମୁ କାଶ୍ମୀର ଏବଂ ଲଖନଉ ଯାଇଥିବା ଜଣାପଡିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.