Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ଆଇପିଏଲ-୨୦୨୦ : ସିଏସକେ ଓ କୋହଲିଙ୍କୁ ନେଇ ହୋଇଛି ସବୁଠାରୁ ଅଧିକ ଟ୍ୱିଟ୍

19/11/2020 at 10:24 AM

ନୂଆଦିଲ୍ଲୀ,୧୯/୧୧:   ଚେନ୍ନାଇ ସୁପର କିଙ୍ଗସ୍ ପାଇଁ ଆଇପିଏଲ-୨୦୨୦ କୌଣସି ଦୁଃସ୍ୱପ୍ନଠୁ କମ୍ ନଥିଲା । ଦଳ ଆଇପିଏଲ ଇତିହାସରେ ପ୍ରଥମ ଥର ପାଇଁ ପ୍ଲେ-ଅଫରୁ ବାଦ୍ ପଡିଥିଲା । ଲିଗ୍ ପର୍ଯ୍ୟାୟରେ ହିଁ ଦଳର ଯାତ୍ରା ଶେଷ ହୋଇଯାଇଥିଲା । ସମସ୍ତ ବିଭାଗରେ ମହେନ୍ଦ୍ର ସିଂ ଧୋନୀଙ୍କ ଟିମ୍ ଫେଲ୍ ମାରିଥିଲା ।

୩ ଥରର ଆଇପିଏଲ ଚାମ୍ପିଅନ ପ୍ଲେ-ଅଫରେ ସ୍ଥାନ ପାଇନଥିଲା । ଦଳ ପଏଣ୍ଟ ତାଲିକାରେ ସପ୍ତମ ସ୍ଥାନରେ ରହିଥିଲା । ଏହା ପ୍ରଥମ ଥର ହୋଇଥିଲା ଯେ, ଚେନ୍ନାଇ ପ୍ଲେ-ଅଫରେ ପହଁଚି ପାରିନଥିଲା । କିନ୍ତୁ ଟ୍ୱିଟରରେ ଚେନ୍ନାଇ ସବୁଠାରୁ ଅଧିକ ଟ୍ରେଣ୍ଡରେ ରହିଥିଲା ।

ଚେନ୍ନାଇ ପରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦ୍ୱିତୀୟ ସ୍ଥାନରେ ରହିଛି । ଏହାପରେ ମୁମ୍ବାଇ ଇଣ୍ଡିଆନ୍ସ, ସନରାଇଜର୍ସ ହାଇଦ୍ରାବାଦ, କୋଲକାତା ନାଇଟ ରାଇଡର୍ସ, ରାଜସ୍ଥାନ ରୟାଲ୍ସ, କିଙ୍ଗସ୍ ଏକାଦଶ ପଞ୍ଜାବ ଓ ଦିଲ୍ଲୀ କ୍ୟାପିଟାଲ୍ସର ସ୍ଥାନ ରହିଛି ।

ଆଇପିଏଲ-୧୩ର ପ୍ରଥମ ମ୍ୟାଚ୍ ଚେନ୍ନାଇ ଓ ମୁମ୍ବାଇ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚ ଉପରେ ସବୁଠାରୁ ଅଧିକ ଟ୍ୱିଟ୍ କରାଯାଇଥିଲା । ଏହାପରେ ଅକ୍ଟୋବରରେ ୪ ଅକ୍ଟୋବରରେ ଖେଳାଯାଇଥିବା ମୁମ୍ବାଇ-ହାଇଦ୍ରାବାଦ, ଅକ୍ଟୋବର ୧୮ରେ ଖେଳାଯାଇଥିବା ମୁମ୍ବାଇ-ଦିଲ୍ଲୀ ମ୍ୟାଚ୍ ଉପରେ ଅଧିକ ଟ୍ୱିଟ୍ ହୋଇଥିଲା । ଏହି ମ୍ୟାଚରେ ଦୁଇଟି ସୁପର ଓଭର ଖେଳାଯାଇଥିଲା ।

ବେଙ୍ଗାଲୁରୁର ଅଧିନାୟକ ବିରାଟ କୋହଲି ହେଉଛନ୍ତି ସେହି ଖେଳାଳି ଯାହାଙ୍କ ଉପରେ ସବୁଠାରୁ ଅଧିକ ଟ୍ୱିଟ୍ ହୋଇଛି । ସିଜିନର ଗୋଲ୍ଡେନ୍ ଟ୍ୱିଟ୍ ସଚିନ ତେନ୍ଦୁଲକରଙ୍କ ଉପରେ ହୋଇଛି ।  ସେ ନିକୋଲାସ ପୁରନଙ୍କ ଫିଲ୍ଡିଂକୁ ପ୍ରଶଂସା କରିଥିଲେ ।

   Related Posts