Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||
  • ଭୁବନେଶ୍ବର : ବିନା ଛୁଞ୍ଚିରେ ଟିକା ନେବେ ଶିଶୁ, ଦୁଇଟି ଡୋଜ୍ ନେବା ପାଇଁ ପରାମର୍ଶ
  • ||
  • ଅନୁଗୋଳ : ପ୍ରାତଃ ଭ୍ରମଣରେ ଯାଇଥିବା ବେଳେ ପଡିଗଲେ ହାତୀ ହାବୁଡରେ, ଚାଲିଗଲା ଜୀବନ
  • ||

ସୋସିଆଲ ମିଡିଆରେ ଭାଇରାଲ ହେଉଛି Ivankaଙ୍କ ମିମସ୍, ଜାଣନ୍ତୁ ତାଙ୍କର ପ୍ରତିକ୍ରିୟା

1/03/2020 at 8:55 PM

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତ କାର୍ଯ୍ୟକ୍ରମ ଶେଷ ହୋଇଛି। ଖୁବ୍ କମ ସମୟର ଏହି ଗସ୍ତ କାର୍ଯ୍ୟକ୍ରମ କିନ୍ତୁ ଭାରତୀୟଙ୍କ ମନରେ ଛାଡିଛି ଗଭିର ଛାପ। ଟ୍ରମ୍ପ ଏହି ଗସ୍ତ କାର୍ଯ୍ୟକ୍ରମରେ ତାଙ୍କ ପତ୍ନୀ, କନ୍ୟା ଓ ଜାମାତାଙ୍କୁ ସଙ୍ଗରେ ନେଇ ଭାରତ ଆସିଥିଲେ। ପ୍ରଥମ ଦିନର ଗସ୍ତ କାର୍ଯ୍ୟକ୍ରମ ଦେଖୁଦେଖୁ ଦିନ ସରିଯାଇଥିଲା। ଦ୍ୱିତୀୟ ଦିନ ରାଷ୍ଟ୍ରପତିଙ୍କ ସ୍ୱାଗତ, ରାଜଘାଟରେ ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଓ ଦ୍ୱିପାକ୍ଷିକ ଆଲୋଚନା ଯୋଗୁ ବ୍ୟସ୍ତ ବହୁଳ ଥିଲା। କେତେବେଳେ ଫେରିଯାଇଥିଲେ ଆମେରିକା ରାଷ୍ଟ୍ରପତି ଲୋକେ ଜାଣିବି ପାରିନଥିଲେ। ହେଲେ ଗସ୍ତ କାର୍ଯ୍ୟକ୍ରମ ସରିବା ପରେ ଏବେ ରାଷ୍ଟ୍ରପତିଙ୍କ ଝିଅ ଇଭାଙ୍କାଙ୍କୁ ନେଇ ଭାରତୀୟ ସୋସିଆଲ ମିଡିଆ ମୁଖର ହୋଇଉଠିଛି। ଖୁବ୍ ସେୟାର ହେଉଛନ୍ତି ଇଭାଙ୍କା।

ତେବେ କଥା କ’ଣ କି ସୋସିଆଲ ମିଡିଆ ୟୁଜରମାନେ ଇଭାଙ୍କାଙ୍କ ମିମସ୍ ଖୁବ୍ ସେୟାର କରୁଛନ୍ତି। ଏଥିରେ ପଞ୍ଜାବୀ ସିଙ୍ଗର ଦଲଜିତ ଦୋସାଞ୍ଝଙ୍କ ପୋଷ୍ଟରେ ଇଭାଙ୍କା ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି। ଦଲଜିତ ଇଭାଙ୍କାଙ୍କ ଏକ ମିମସ୍ ପୋଷ୍ଟ କରି ସେ ଅନେକ ସମୟରୁ ତାଜମହଲ ଦେଖାଇ ନିଅ କହୁଥିଲେ ଏଣୁ ମୁଁ ତାଙ୍କୁ ବୁଲେଇ ଆଣିଛି ବୋଲି ଉଲ୍ଲେଖ କରିବା ଇଭାଙ୍କାଙ୍କୁ ବେଶ୍ ଆକର୍ଷିତ କରିଛି। ଇଭାଙ୍କା ଏଭଳି ମିମସ୍ ସବୁ ଦେଖି ସେ ଇଣ୍ଡିଆରେ ଅନେକ ସାଙ୍ଗ କରିଆସିଥିବା କହିଛନ୍ତି। ଯାହାର ଉଦାହରଣ ଏବେ ସୋସିଆଲ ମିଡିଆରୁ ଦେଖାଯାଇପାରେ ବୋଲି କହିଛନ୍ତି।

ଇଭାଙ୍କାଙ୍କୁ ନେଇ ଯେଉଁ ମିମସ୍ ସବୁ ପ୍ରସାରିତ ହେଉଛି ସେଥିରେ ତାଙ୍କୁ ସାଇକେଲରେ ବୁଲେଇ ନେଉଥିବା, ତାଙ୍କ ସାଙ୍ଗରେ ଲୋକଙ୍କୁ ଫଟୋ ଉଠାଉଥିବା ଦେଖାଯାଇଛି। ଏଣୁ ଇଭାଙ୍କା ତାଙ୍କପ୍ରତି ଭାରତୀୟଙ୍କ ଆବେଗକୁ ବେଶ ଅନୁଭବ କରିପାରୁଥିବା ଏକ ପୋଷ୍ଟରେ ଉଲ୍ଲେଖ ମଧ୍ୟ କରିଛନ୍ତି।

   Related Posts