Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଦିଲ୍ଲୀ ପହଞ୍ଚିଲେ ଦଳ ଛାଡିଥିବା ଟିଏମସି ନେତା, ରାଜୀବ ବାନାର୍ଜୀଙ୍କ ସମେତ ବହୁ ବିଧାୟକ ବିଜେପିରେ ହେବେ ସାମିଲ !

30/01/2021 at 7:59 PM

ନୂଆଦିଲ୍ଲୀ ୩୦/୦୧ : ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ଦଳ ମହାସଙ୍କଟ ଦେଇ ଗତି କରୁଛି । କିଛିଦିନ ପୂର୍ବରୁ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ଦଳ ଛାଡିଥିବା ରାଜୀବ ବାନାର୍ଜୀଙ୍କ ସମେତ କିଛି ଅସନ୍ତୁଷ୍ଟ ବିଧାୟକ ଏବଂ ନେତା ଦିଲ୍ଲୀ ପହଞ୍ଚିଛନ୍ତି । ସେଠାରେ ସମସ୍ତେ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଛି ।

ତୃଣମୂଳ କଂଗ୍ରେସରେ କ୍ୟାବିନେଟ୍‌ ମନ୍ତ୍ରୀ ଥିବା ରାଜୀବ ବାନାର୍ଜୀ କିଛି ଦିନ ତଳେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।  ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଧାୟିକା ବୈଶାଳୀ ଡାଲମିୟା ଏବଂ ବିଧାୟକ ପ୍ରବୀର ଘୋଷାଲଙ୍କୁ ଟିଏମସିରୁ ବିଦା କରାଯାଇଥିଲା । ଏମାନେ ସମସ୍ତେ ରାଜୀବ ବାନାର୍ଜୀଙ୍କ ସହିତ ଦିଲ୍ଲୀରେ ପହଞ୍ଚିଛନ୍ତି । ଏହା ସହିତ ହାଓ୍ବଡାର ପୂର୍ବତନ ମେୟର ରତିନ ଚକ୍ରବର୍ତ୍ତୀ ମଧ୍ୟ ଦିଲ୍ଲୀ ପହଞ୍ଚିଛନ୍ତି ।

ପୂର୍ବତନ ମନ୍ତ୍ରୀ ରାଜୀବ ବାନାର୍ଜୀ କହିଛନ୍ତି, ‘କେନ୍ଦ୍ର ମନ୍ତ୍ରୀ ଅମିତ ଶାହାଙ୍କ ସହ ଆଲୋଚନା ହୋଇଛି । ସେ ଆମମାନଙ୍କୁ ଦିଲ୍ଲୀ ଡକାଇଛନ୍ତି । ପଶ୍ଚିମବଙ୍ଗର ବିକାଶ ପାଇଁ ବିଜେପିରେ ସାମିଲ ହେବାରେ କୌଣସି ଅସୁବିଧା ନାହିଁ । ଲୋକଙ୍କ ପାଇଁ କାମ କରିବା ମୁଖ୍ୟ ଲକ୍ଷ୍ୟ ’।

ବିଜେପିର ଜଣେ ବରିଷ୍ଠ ନେତାଙ୍କ କହିବାକଥା ସେମାନେ ସମସ୍ତେ ଆଜି ବିଜେପିରେ ସାମିଲ ହୋଇପାରନ୍ତି ନଚେତ ରବିବାର ଡୁମୁରଜୁଲା ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ସଭାରେ ଦଳରେ ସାମିଲ କରାଯାଇପାରେ ।

   Related Posts