Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ସମୁଦ୍ରରେ ଅଟକିଛନ୍ତି କରୋନା ଆକ୍ରାନ୍ତ : ୭୨୨ଯାତ୍ରୀ ଥିବା ଜାପାନୀ ଜାହାଜରେ ଅଛନ୍ତି କିଛି ଭାରତୀୟ, ୬୪ଜଣଙ୍କ ରକ୍ତ ନମୁନା ପଜେଟିଭ୍

8/02/2020 at 12:32 PM

ନୂଆଦିଲ୍ଲୀ ୮।୨: ସାରା ବିଶ୍ବରେ ଆତଙ୍କ ଖେଳାଇଲାଣି କରୋନା ଭାଇରସ୍ । କରୋନା ଭାଇରସ୍ ରେ ମୃତାକ୍ରାନ୍ତ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏଭଳି ସ୍ଥିତି ଉପୁଜିଲାଣି ଯେ, ଯେଉଁ ଦେଶରେ ଯେଉଁ ସ୍ଥାନରେ ବି କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଉଛି ସେମାନଙ୍କୁ ସହିଠାରେ ହିଁ ହସ୍ପିଟାଲରେ ଭର୍ତ୍ତି କରିଦିଆଯାଉଛି । ଏମିତିରେ ଜାପାନ ସମୁଦ୍ରରେ ୟୋକୋହାମା ପୋର୍ଟ ନିକଟରେ ଥିବା ଏକ ବିଳାସପୂର୍ଣ୍ଣ ସାମୁଦ୍ରିକ ଜାହାଜରେ କରୋନା ଭାଇରସ୍ ରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜାହାଜରେ ପ୍ରାୟ ୬୪ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଏହି ଜାହାଜରେ ଯାତ୍ରୀ ଏବଂ ଜାହାଜ ମେମ୍ବରଙ୍କୁ ମିଶାଇ ମୋଟ୍ ୩ହଜାର ୭ଶହରୁ ଅଧିକ ଲୋକ ଯାତ୍ରା କରୁଥିଲେ । ସେମାନଙ୍କ ମଧ୍ୟରେ ଭାରତର କିଛି କ୍ରୁ ମେମ୍ବରଙ୍କ ସହ ଅନେକ ଯାତ୍ରୀ ଥିବା ଜଣାପଡିଛି ।

ତେବେ ଏନେଇ ଦୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଶୁକ୍ରବାର ଦିନ ଟ୍ବିଟ୍ କରି କହିଛନ୍ତି ଯେ, କରୋନା ଭାଇରସ୍ ବ୍ୟାପିଥିବା ବେଳେ ଜାପାନର ସମୁଦ୍ରରେ ଫସିଥିବା ଏକ ବିଳାସପୂର୍ଣ୍ଣ ଜାହାଜରେ କିଛି ଭାରତୀୟ କ୍ରୁ ଏବଂ ଭାରତୀୟ ଯାତ୍ରୀ ରହିଛନ୍ତି । ସେମାନଙ୍କ ମଧ୍ୟରୁ କୌଣସି ବ୍ୟକ୍ତି କରୋନା ଭାଇରସ୍ ରେ ଆକ୍ରାନ୍ତ ହୋଇନାହାନ୍ତି । ଭାରତ ଏ ଘଟଣା ଉପରେ ବରାବର ନଜର ରଖିଛି ।

ଏହି ଜାହାଜରେ ଥିବା ଲୋକଙ୍କ ମଧ୍ୟରୁ ପ୍ରଥମେ ତିନି ଜଣ କରୋନା ଭାଇରସ୍ ରେ ଆକ୍ରାନ୍ତ ହୋଇଥିଲେ । ଏହାପରେ କ୍ରୁଜ୍ ରେ ସଂକ୍ରମଣ ବଢିବା ସହ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୬୪ରେ ପହଞ୍ଚିଥିବା ଜଣାପଡିଛି । ଏଭଳି ପରିସ୍ଥିତିରେ ଜାପାନ ତାର ଅନ୍ୟ ଏକ ବିଳାସପୂର୍ଣ୍ଣ ଜାହାଜକୁ ଫେରାଇ ଆଣିଥିବା ଜଣାପଡିଛି ।

ସୂଚନାଯେଗ୍ୟ ଯେ, ଚୀନରେ ଏପର୍ଯ୍ୟନ୍ତ କରୋନା ଭାଇରସ୍ ରେ ୭୧୯ଜଣଙ୍କର ଜୀବନ ଗଲାଣି । ଫଳରେ ଅନ୍ୟ ଦେଶମାନେ ଚୀନରୁ ନିଜ ନାଗରିକଙ୍କୁ ଫେରାଇ ଆଣିବାରେ ଲାଗିଛନ୍ତି । ଭାରତ ମଧ୍ୟ ଚୀନରେ ଥିବା ସମସ୍ତ ନାଗରିକଙ୍କୁ ସ୍ବତନ୍ତ୍ର ବିମାନ ଯୋଗେ ଫେରାଇ ଆଣିଛି ।

   Related Posts