ସୁଶାନ୍ତ ସିଂହ ରାଜପୁତଙ୍କ ପୋଷ୍ଟମର୍ଟମ ରିପୋର୍ଟରୁ ଅନେକ ମହତ୍ଵପୁର୍ଣ ତଥ୍ୟ ଗାୟବ

Published By : Prameya-News7 Bureau | August 02, 2020 IST

ମୁମ୍ବାଇ ୦୨/୦୮ : ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ମୁମ୍ବାଇ ପୋଲିସର ତଦନ୍ତ ଉପରେ ଲଗାତାର ପ୍ରଶ୍ନ ଉଠୁଛି | ଏପଟେ ସୁଶାନ୍ତ ସିଂହଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ମଧ୍ୟ ଗଡ଼ବଡ଼ ଥିବା ଜଣାପଡୁଛି | ପୋଷ୍ଟମର୍ଟମ ରିପୋର୍ଟରେ ଅନେକ ମହତ୍ଵପୁର୍ଣ ତଥ୍ୟ ଦିଆଯାଇନାହିଁ | ଏହିଭଳି ସ୍ଥିତିରେ ସୁଶାନ୍ତ ସିଂହଙ୍କ ମୃତ୍ୟୁ ମାମଲା ଏବେ ଆହୁରି ଛନ୍ଦି ହୋଇଯାଇଛି |

NEWS18 କହିଛି ଯେ ସୁଶାନ୍ତ ସିଂହଙ୍କ ପୋଷ୍ଟମର୍ଟମ ରିପୋର୍ଟ ସହିତ ଜଡିତ ଏକ ତଥ୍ୟ ହାତକୁ ଆସିଛି | ଏହି ତଥ୍ୟ ଅନୁସାରେ ଏହି ମାମଲାରେ ତଦନ୍ତକାରୀ ଅଧିକାରୀ ପ୍ରଥମରୁ ଯେଉଁ ପ୍ରମାଣ ପାଇଥିଲେ ସେ ସମ୍ପର୍କରେ ରିପୋର୍ଟ ଦର୍ଶାଯାଇନାହିଁ | ସୁଶାନ୍ତଙ୍କ ଘରୁ ତାଙ୍କ ମୃତ୍ୟୁ ଦିନ ଭିଡିଓଗ୍ରାଫର କଣ ଭିଡିଓ ରେକର୍ଡ କରିଥିଲେ ତାର ତଥ୍ୟ ମଧ୍ୟ ରିପୋର୍ଟରେ ନାହିଁ | ଏପରିକି ମୃତଦେହର ଉଚ୍ଚତା ତଥା କୌଣସି ଶାରୀରିକ ଚିହ୍ନ ସମ୍ପର୍କରେ ମଧ୍ୟ ରିପୋର୍ଟରେ ସୂଚନା ନାହିଁ |

ମୃତ୍ୟୁ ପରେ ମୃତ ଶରୀରରେ କଣ କଣ ପରିବର୍ତ୍ତନ ପରିଲକ୍ଷିତ ହୋଇଥିଲା ତାହା ମଧ୍ୟ ରିପୋର୍ଟରେ ନାହିଁ ଯେଉଁଥିରୁ ମୃତ୍ୟୁର ସମୟ ଜଣାପଡିବ | ମୃତଦେହର ସ୍ଥିତି ସମ୍ପର୍କରେ ମଧ୍ୟ ରିପୋର୍ଟରେ କିଛି କୁହାଯାଇନାହିଁ ଯେପରିକି ଜିଭ ବାହାରକୁ ବାହାରିଥିଲା ନା ନାହିଁ, ଆଖି ଖୋଲା ଥିଲା ନା ବନ୍ଦ ଥିଲା, ଶବକୁ କେଉଁ ଅବସ୍ଥାରେ ଓହ୍ଲା ଯାଇଥିଲା | ବିହାର ପୋଲିସ ଜଣେ ଅଧିକାରୀଙ୍କ ନାଁ ପ୍ରକାଶ ନ କରି କହିଛି ଯେ ପୋଷ୍ଟମର୍ଟମ ରିପୋର୍ଟରେ ଏହିସବୁ ତଥ୍ୟ ଦେବା ଜରୁରୀ ହୋଇଥାଏ |

ପୋଷ୍ଟମର୍ଟମ ରିପୋର୍ଟରେ ଦର୍ଶାଇବାକୁ ପଡିଥାଏ ଯେ, ଇଣ୍ଟରନାଲ ଅଙ୍ଗରେ କୌଣସି ଅସମାନ୍ୟତା ଥିଲା କି ନାହିଁ ଯେଉଁଥିପାଇଁ ମୃତ୍ୟୁ ହୋଇଥିଲା | ଶରୀରରେ କୌଣସି ଚିହ୍ନ ଥିଲା ନା ନାହିଁ | ଏହାସହ ବେକରେ ରସି ଲଗାଇ ଆତ୍ମହତ୍ୟା କଲେ ଶରୀରରେ ଯେଉଁସବୁ ପରିବର୍ତ୍ତନ ହୋଇଥାଏ ସେ ସବୁ ସମ୍ପର୍କରେ ମଧ୍ୟ ରିପୋର୍ଟରେ କୁହାଯାଇନାହିଁ ଯାହା ଆବଶ୍ୟକୀୟ ତଥ୍ୟ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.