Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ପ୍ରୋବେସନ ପରୀକ୍ଷାରେ ଡଜନେ ଆଇଏଏସ୍ ଫେଲ୍, ଡିସି ସ୍ତରର ଅନେକ ଅଫିସର ମଧ୍ୟ ହୋଇପାରିଲେ ନାହିଁ ପାସ୍

3/09/2020 at 3:04 PM

ଜମ୍ମୁ କଶ୍ମୀର ୦୩/୦୯-  ଆଇଏଏସ୍ ପୁଣି ପରୀକ୍ଷାରେ ଫେଲ! ଏ କଥା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ଏକଦମ୍ ସତ। ଜମ୍ମୁ-କଶ୍ମୀର ଏବଂ ଲଦାଖ ୟୁଟିରେ ନିଯୁକ୍ତ ଡଜନେ ଆଇଏଏସ୍ ଅଫିସର ପ୍ରୋବେସନ ପରୀକ୍ଷାରେ ଫେଲ୍ ହୋଇଛନ୍ତି। ଏ ପରୀକ୍ଷା ପିଏସସି (ଲୋକ ସେବା ଆୟୋଗ) ତରଫରୁ କରାଯାଇଥିଲା। ଆଗାମୀ ପ୍ରମୋଶନ ପାଇଁ ଏହାକୁ ରଖାଯାଇଥିଲା।  ଛଅଟି ପେପରରେ ପରୀକ୍ଷା ହୋଇଥିଲା। ମୌଖିକ ଓ ଲିଖିତ ଭାବେ ପରୀକ୍ଷା କରାଯାଇଥିଲା। ମାତ୍ର ଦୁଇଟି ୟୁଟି(କେନ୍ଦ୍ରଶାସିତ ପ୍ରଦେଶ)ରେ ଅଧିକାଂଶ ଅଫିସର ଫେଲ୍ ହୋଇଥିଲେ।

କିଛି ଅଫିସରଙ୍କୁ ଛାଡ଼ି ଦେଲେ ବାକି ଅଫିସର ଛଅଟି ଯାକ ପେପରରେ ପାସ୍ କରିପାରି ନାହାନ୍ତି। ଏହା ପରେ ପିଏସସିର ଚେୟାରମ୍ୟାନ୍ ବିଆର ଶର୍ମା ସରକାରଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ଲେଖିଛନ୍ତି- ଦୁଇଟି ୟୁଟିରେ ନିଯୁକ୍ତ ଅଫିସରଙ୍କ ଅବସ୍ଥା ଏମିତି। ସେଥିପାଇଁ ବିନା ପେପରରେ ପାସ୍ ହୋଇ ନ ଥିବା କୌଣସି ଅଫିସରଙ୍କୁ ପ୍ରମୋଶନ ନ ଦିଆଯାଉ।

ସିନିଅର ଟାଇମ୍ ସ୍କେଲ ପ୍ରମୋଶନ ପାଇଁ ଟେଷ୍ଟ୍ ନିଆଯାଇଥିଲା। ଅର୍ଥାତ୍ ଯେଉଁ ଅଫିସର ଏହି ପେପର୍ କ୍ଲିୟର୍ କରି ନେବେ ସେମାନଙ୍କୁ ସିନିଅର୍ ଟାଇମ୍ ସ୍କେଲ୍ ପ୍ରମୋଶନ ମିଳିବ। କେବଳ ଏତିକି ନୁହେଁ ଡିସି (ଡିଷ୍ଟ୍ରିକ୍ଟ କମିଶନର) ମଧ୍ୟ ଏହି ପେପରରେ ଫେଲ୍ ହୋଇଛନ୍ତି।  ସିଭିଲ୍ ଅଫିସରଙ୍କୁ ଅାଗାମୀ ପ୍ରମୋଶନ ପାଇଁ ଏହି ପେପରରେ ପାସ୍ ହେବା ଜରୁରୀ।

ଅଫିସରକୁ ସେମାନଙ୍କ ଫଳାଫଳ ମଧ୍ୟ ଜଣାଇ ଦିଆଯାଇଛି। କିନ୍ତୁ ଏ କଥାକୁ ବାହାରେ ପ୍ରଘଟ କରାଯାଇ ନାହିଁ। ପ୍ରଶାସନିକ ସଚିବ ଭାବେ ନିଯୁକ୍ତ ଜଣେ ମହିଳା ଆଇଏଏସ୍ ଗୋଟିଏ ପେପରରେ ପରୀକ୍ଷା ଦେଇଥିଲେ, ସେ ମଧ୍ୟ ଫେଲ୍ ହୋଇଛନ୍ତି। ତେବେ ଅନ୍ୟ ପାଞ୍ଚଟି ପେପର ସେ ଦେଇ ନାହାନ୍ତି।

ଏହା ବାଦ୍ ଜଣେ ମହିଳା ପ୍ରଶାସନିକ ଅଫିସର ଓ ଜଣେ ଅନ୍ୟ ଅଫିସର ପରୀକ୍ଷା ଦେଇ ନାହାନ୍ତି। ଜମ୍ମୁ ଡିଭିଜନରେ ଡିସି ଭାବେ ନିଯୁକ୍ତ ଦୁଇ ଆଇଏଏସ୍ କେବଳ ଦୁଇଟି ପେପରରେ ପାସ୍ କରିଥିବା ବେଳେ ଅନ୍ୟ ଚାରିଟି ପେପରରେ ଫେଲ ହୋଇଛନ୍ତି। ତେବେ ତିନିଜଣ ଡିସି ସବୁ ପେପରରେ ଫେଲ ହୋଇଛନ୍ତି। ଏ ଘଟଣା ସାମ୍ନାକୁ ଆସିବା ପରେ ପିଏସସି ଅଫିସରଙ୍କ ପ୍ରତି କଡ଼ା ଆଭିମୁଖ୍ୟ ପୋଷଣା କରାଯାଇଛି।

   Related Posts