Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ନାମାଙ୍କନ ଦାଖଲର ଶେଷଦିନ : ବିଭିନ୍ନ ସ୍ଥାନରେ ନାମାଙ୍କନ ଦାଖଲ କଲେ ବହୁ ହେଭିୱେଟ୍

4/04/2019 at 7:15 PM

ଭୁବନେଶ୍ବର ୪|୪: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ନାମାଙ୍କନ ଦାଖଲର ଶେଷଦିନ । ବିଭିନ୍ନ ସ୍ଥାନରେ ନାମାଙ୍କନ ଦାଖଲ କରିଛନ୍ତି ବହୁ ହେଭିୱେଟ୍‌ ନେତା ।

ମାହାଙ୍ଗା ବିଜେଡି ପ୍ରାର୍ଥୀ ପ୍ରତାପ ଜେନା କଟକରେ ନାମାଙ୍କାନ ଦାଖଲ କରିଥିବା ବେଳେ ଭୁବନେଶ୍ବର ଲୋକସଭା ପାଇଁ ବିଜେପି ନେତ୍ରୀ ଅପରାଜିତା ଷଡଙ୍ଗୀ ଖୋର୍ଦ୍ଧାରେ ପ୍ରାର୍ଥୀପତ୍ର ଦାଖନ କରିଛନ୍ତି ।

ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ବହୁ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି

ଥାଟବାଟ ସହ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ପ୍ରାର୍ଥୀ । ମାହାଙ୍ଗା ବିଜେଡି ବିଧାୟକ ପ୍ରାର୍ଥୀ ତଥା ଦଳର ହେବିୱେଟ୍‌ ନେତା ପ୍ରତାପ ଜେନା ବିରାଟ ଶୋଭାଯାତ୍ରାରେ ଆସି କଟକ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ନାମାଙ୍କନ ଦାଖଲ କରିଛନ୍ତି । ସେହିଭଳି ବିଜେପିର ହେଭିୱେଟ୍‌ ନେତା ଅପରାଜିତା ଷଡଙ୍ଗୀ ନାମାଙ୍କନ ଦାଖଲ କରିଛନ୍ତି ।

ନିଜ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଆସି ଅପରାଜିତା ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଜ ନାମାଙ୍କନ ଦାଖଲ କରିଛନ୍ତି ।

ସେହିଭଳି ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡିରୁ ଅନନ୍ତ ନାରାୟଣ ଜେନା, ଭୁବନେଶ୍ବର ଉତ୍ତର ପାଇଁ ବିଜେଡିର ସୁଶାନ୍ତ ରାଉତ ଭୁବନେଶ୍ବର ଏଡିଏମ୍ ଙ୍କ କାର୍ଯ୍ୟାଳୟରେ ନିଜର ନାମାଙ୍କନ ଭରିଛନ୍ତି ।

ସେହିପରି ସାଲେପୁର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ବେହେରା ନାମାଙ୍କନ ଦଖଲ କରିଥିବା ବେଳେ କଟକ ସଦର କଂଗ୍ରେସ ପ୍ରାର୍ଥୀ ଅଭିଷେକ ମହାନନ୍ଦ, ଚୌଦ୍ବାର କଟକ କଂଗ୍ରେସ ପ୍ରାର୍ଥୀ ଜଗଦୀଶ ମହାନ୍ତି ଓ ଚୌହ୍ବାର- କଟକ ସ୍ବାଧୀନ ପ୍ରାର୍ଥୀ ଦୀପକ ବାରିକ ପ୍ରମୁଖ ମଧ୍ୟ ନିଜ ନିଜ ସମର୍ଥକଙ୍କ ସହ ଆସି କଟକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ସେହିପରି କରଞ୍ଜିଆ ଉପଜିଲ୍ଲାପାଳଙ୍କ ପାଖରେ କରଞ୍ଜିଆ ବିଧାନସଭା ପାଇଁ ବିଜେଡି ପ୍ରାର୍ଥୀ ବାସନ୍ତୀ ହେମ୍ବ୍ରମ୍‌ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଉଦଳା ବିଜେପି ପ୍ରାର୍ଥୀ ଭାସ୍କର ମଢେଇ ପୂଜାର୍ଚ୍ଚନା ପରେ ପଟୁଆରରେ ଆସି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏହି ଅବସରରେ ମହିଳାମାନେ ମୁଣ୍ଡରେ କଳସ ଶୋଭଯାତ୍ରା କରିଥିଲେ ।

ଢେଙ୍କାନାଳ ବିଧାନସଭା ପାଇଁ କଂଗ୍ରେସ ପ୍ରାର୍ଥୀ ନବୀନ ନନ୍ଦ, ଢେଙ୍କାନାଳ ଲୋକସଭା ପାଇଁ କଂଗ୍ରେସ ପ୍ରାର୍ଥୀ କେପି ସିଂଦେଓ ଉପଜିଲ୍ଲାପାଳଙ୍କ ପାଖରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ପରଜଙ୍ଗ ବିଧାନସଭା ପାଇଁ ବିଜେଡି ନେତା ନୃସିଂହ ଚରଣ ସାହୁ,  କଂଗ୍ରେସ ପ୍ରାର୍ଥୀ ଭବାନୀ ଶଙ୍କର ମହାପାତ୍ର  ଶୋଭାଯାତ୍ରାରେ ଆସି କାମାକ୍ଷାନଗର ଉପଜିଲ୍ଲାପାଳଙ୍କ ପାଖରେ ନାମାଙ୍କନ ଦାଖଲ କରିଛନ୍ତି ।

ସେହିପରି ସମ୍ବଲପୁରରେ ବିରାଟ ପଟୁଆର ଓ ଶୋଭାଯାତ୍ରାକରି ବିଜେପି ପ୍ରାର୍ଥୀ ଜୟନାରାୟଣ ମିଶ୍ର, ଲୋକସଭା ପ୍ରାର୍ଥୀ ନୀତିଶ ଗଙ୍ଗଦେବ, ରେଙ୍ଗାଲି ବିଧାନସଭା ପ୍ରାର୍ଥୀ ନାଉରୀ ନାୟକ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । 

ସିମୁଳିଆ ବିଧାନସଭା ବିଜେଡି ପ୍ରାର୍ଥୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କୁଚିଣ୍ଡା ବିଧାନସଭା ପାଇଁ ବିଜେପି ପ୍ରାର୍ଥୀ ରବି ନାରାୟଣ ନାଏକ ଶୋଭାଯାତ୍ରାରେ ଆସି ନାମାଙ୍କନ ଦାଖଲ କରିଛନ୍ତି ।

   Related Posts