ସକାଳୁ ନିୟମିତ ତମ୍ବା ପାତ୍ରରେ ରଖାଯାଇଥିବା ପାଣି ପିଅନ୍ତୁ, ଏହିସବୁ ରୋଗରୁ ମିଳିଥାଏ ମୁକ୍ତି

Published By : Prameya-News7 Bureau | October 06, 2020 IST

ଭୁବନେଶ୍ୱେର ୦୬/୧୦ : ଭାରତରେ ତମ୍ବା ପାତ୍ରର ଅନେକ ମହତ୍ତ୍ୱ ରହିଛି। ଧାର୍ମିକ କାର୍ଯ୍ୟ ଛଡା ଏହାର ଅନ୍ୟ କାମରେ ମଧ୍ୟ ଲାଗିଥାଏ । ଲୋକେ ସକାଳୁ ସକାଳୁ ତମ୍ବା ପାତ୍ରରେ ରଖାଯାଇଥିବା ପାଣି ପିଇବାକୁ ପସନ୍ଦ କରନ୍ତି। ସକାଳୁ ଖାଲି ପେଟରେ ତମ୍ବା ପାତ୍ରରେ ରଖାଯାଇଥିବା ପାଣି ପିଏଲ ଶରୀର ସୁସ୍ଥ ଓ ନିରୋଗ ରହିଥାଏ। ତମ୍ବା ପାତ୍ରରେ ରଖାଯାଇଥିବା ପାଣି ପିଇଲେ ଶରୀରରେ କପର ମାତ୍ରା ବଢିବା ସହ ଶରୀରରେ ରୋଗ ଉତ୍ପନ୍ନ କରୁଥିବା ଜୀବାଣୁରୁ ମଧ୍ୟ ରକ୍ଷା କରିଥାଏ। ତମ୍ବା ପାତ୍ରରେ ରଖାଯାଇଥିବା ପାଣି କେବେ ବାସି ହୁଏନାହିଁ ଏବଂ ଅଧିକ ସମୟ ଯାଏଁ ତାଜା ରହିଥାଏ। ଏହି ପାଣି ପିଇଲେ ବାତ, ପିତ୍ତ, କଫ ସନ୍ତୁଳିତ ରହିଥାଏ।  

{"id":339585,"sizeSlug":"large"}

ଆୟୁର୍ବେଦ ଅନୁସାରେ ନିୟମିତ ସକାଳୁ ତମ୍ବା ପାତ୍ରରେ ରଖାଯାଇଥିବା ପାଣି ପିଇବା ଉଚିତ। ତେବେ ପାତ୍ରରେ ପାଣି ଅତିକମରେ ୮ ଘଣ୍ଟା ରହିବା ଆବଶ୍ୟକ। ପାଣି ସହ ତମ୍ବାର ରାସାୟନିକ ପ୍ରତିକ୍ରିୟା ଯୋଗୁଁ ଏଥିରେ ଆଣ୍ଟି ବ୍ୟାକ୍ଟେରିଆଲ ଏବଂ ଆଣ୍ଟି ଇନଫ୍ଲାମେଣ୍ଟାରୀ ଗୁଣ ଉତ୍ପନ୍ନ ହୋଇଥାଏ। ନିୟମିତ ତମ୍ବା ପାତ୍ରରୁ ପାଣି ପିଇଲେ ଶରୀରରୁ ବିଷାକ୍ତ ତତ୍ତ୍ୱ ବାହାରି ଯାଇଥାଏ ଓ ପେଟ ସଫା ହୋଇଥାଏ। ଏହାସହ ଏହା ଓଜନ କମ କରିବାରେ ମଧ୍ୟ ସହାୟକ ହୋଇଥାଏ। ତମ୍ବା ପାଚନ ତନ୍ତ୍ରକୁ ମଜବୁତ କରିବା ସହ ଅତିରିକ୍ତ ମେଦ କମ କରିବାରେ ସାହାଯ୍ୟ କରିଥାଏ।

{"id":339588,"sizeSlug":"large"}

ସାଧାରଣ ପାଣିରେ ଡାଇରିଆ, ଜଣ୍ଡିସ ଆଦି ରୋଗ ଉତ୍ପନ୍ନ କରିଥିବା ଜୀବାଣୁକୁ ନଷ୍ଟ କରିବା କ୍ଷମତା ନଥାଏ କିନ୍ତୁ ତମ୍ବା ପାଣିରେ ଏହି ଜୀବାଣୁ ସହ ଲଢ଼ିବାର କ୍ଷମତା ଅଛି। ଏକ ଅଧ୍ୟୟନ ଅନୁସାରେ ୧୬ ଘଣ୍ଟା ଯାଏଁ ତମ୍ବା ପାତ୍ରରେ ପାଣି ରଖିଲେ ଅଧିକାଂଶ ଜୀବାଣୁ ନଷ୍ଟ ହୋଇଯାଇଥାନ୍ତି। ପାଣିରେ ଥିବା ପେଚିଷ ବିଷାଣୁ ଓ ଇ-କୋଲାଇର ଅମିବା ସମ୍ପୂର୍ଣ ସମାପ୍ତ ହୋଇଯାଇଛି। 

{"id":339589,"sizeSlug":"large"}

ସାଧାରଣତଃ ଲୋକେ ତମ୍ବା ପାତ୍ରରେ ପାଣି ପିଇବା ସମୟରେ ସାବଧାନତା ପଦକ୍ଷେପ ଗ୍ରହଣ କରିନଥାନ୍ତି। ତମ୍ବା ପାତ୍ରରେ ପାଣି ରଖିବା ପୂର୍ବରୁ ଏହାକୁ ଭଲ ଭାବେ ସଫା କରିବା ନିହାତି ଆବଶ୍ୟକ। ଭଲ ଭାବେ ସଫା ନ କଲେ ଏଥିରେ କପର ଅକ୍ସାଇଡର ଆସ୍ତରଣ ଜମି ଯାଇଥାଏ। ଏହିଭଳି ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ପ୍ରମାଣିତ ହୋଇପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.