Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚୀନରେ ଦ୍ରୁତ ବେଗରେ ବ୍ୟାପିଲା କରୋନାର ଡେଲ୍‌ଟା ଭାରିଏଣ୍ଟ, ବେଜିଂ ସହ ୧୫ ସହରରେ ଆତଙ୍କ, ଉଡାଣ ବାତିଲ୍
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୪୭୬ ଡିସଚାର୍ଜ
  • ||
  • ଲଦାଖରେ ଭାରତ-ଚୀନ ମଧ୍ୟରେ ଉତ୍ତେଜନା କେବେ ସମାପ୍ତ ହେବ ? ଡ୍ରାଗନ ସହ ୧୨ତମ ବୈଠକ ଆସନ୍ତାକାଲି
  • ||
  • ବାଂଶପାଳ : ଗାଁରେ ପଶି ଘର ଭାଙ୍ଗିଲା ଦନ୍ତା, କାନ୍ଥ ପଡି ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ରାଉରକେଲା : ଅଲୋଡା ହେଲା ନବଜାତ ଶିଶୁପୁତ୍ର, ଡଷ୍ଟବିନ୍‌ରୁ ଉଦ୍ଧାର
  • ||
  • ରାଇରଙ୍ଗପୁର : ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ରାସ୍ତା କଡକୁ ଛିଟିକି ପଡିଲେ ୨ ଚାଳକ : ମେଡିକାଲରେ ହେଲା ମୃତ୍ୟୁ
  • ||
  • କଟକ : ଦୁଷ୍କର୍ମକାରୀଙ୍କୁ ୧୦ବର୍ଷ ଜେଲ୍‌ ସହ ୧୦ହଜାର ଜରିମନା : ପୀଡିତାଙ୍କୁ ଦେବେ ୨ଲକ୍ଷ ଟଙ୍କାର କ୍ଷତିପୂରଣ
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ OSSC ସଦସ୍ୟଙ୍କ ପିଏସ୍ : ଜବତ ହେଲାଣି ନଗଦ ଲକ୍ଷାଧିକ ଟଙ୍କା ସହ ଫ୍ଲାଟ୍ ଆଉ ପ୍ଲଟ୍
  • ||
  • ରାୟଗଡା : ଆନ୍ଧ୍ରପ୍ରଦେଶ ଚିଙ୍ଗୁଡି ବନ୍ଧରେ ଅଘଟଣ : ବିଦ୍ୟୁତ ଆଘାତରେ ୬ ଓଡିଆ ଶ୍ରମିକଙ୍କ ମୃତ୍ୟୁ
  • ||
  • ଭୁବନେଶ୍ବର : ବଦଳିଲା ନିୟମ : ୬୩,୩୦୩ ପ୍ରାଥମିକ ଶିକ୍ଷକ ପାଇବେ ପଦୋନ୍ନତି, ରେସିଡେନ୍ସି ପିରିୟଡ୍ କମାଇଲେ ରାଜ୍ୟ ସରକାର
  • ||

ବିକାଶ ଦୁବେର ଅନେକ ଫାଇଲ୍ ଗାୟବ୍ : କୁଆଡେ ଗଲା, କିଏ ଗାୟବ୍ କଲା ? ପତା କରୁଛନ୍ତି ଅଧିକାରୀ

31/07/2020 at 6:10 PM

କାନପୁର ୩୧/୦୭ : କାନପୁରରେ ୮ ପୋଲିସକର୍ମୀଙ୍କୁ ହତ୍ୟା କରିଥିବା ଅପରାଧୀ ବିକାଶ ଦୁବେକୁ ଏନକାଉଣ୍ଟର କରାଯାଇଥିଲେ ମଧ୍ୟ ପୋଲିସ ବିକାଶ ଦୁବେ ସମ୍ପର୍କରେ ଟିକିନିଖି ସମସ୍ତ ଖୁଲାସା ତଥ୍ୟ ଜାଣିବାକୁ ଚେଷ୍ଟା କରୁଛି | ପୋଲିସ ବର୍ତ୍ତମାନ ପତା କରିବାକୁ ଚେଷ୍ଟା କରୁଛି ଯେ ବିକାଶ ଓ ତାର ନିକଟତର ଲୋକଙ୍କ ଉପରେ ମୁକଦମା ହେଲା ପରେ ମଧ୍ୟ ତାକୁ ଲାଇସେନ୍ସ କିଭଳି ମିଳିଥିଲା | ଲାଇସେନ୍ସ ଯାଞ୍ଚ ମଧ୍ୟରେ କଲେକଟ୍ରୋରେଟ ରେ ହଇଚଇ ସୃଷ୍ଟି ହୋଇଛି | କାରଣ ବିକାଶ ଦୁବେ ସହିତ ଜଡିତ ଅନେକ ଫାଇଲ ଗାୟବ ଅଛି | କଲେକଟ୍ରୋରେଟ ଦିନ ସାରା ଫାଇଲ ଖୋଜା ଚାଲିଥିଲା | କିନ୍ତୁ ଅନେକ ଫାଇଲ ଗାୟବ ଅଛି | କୌଣସି ଅଧିକାରୀ ମଧ୍ୟ ଏ ସମ୍ପର୍କରେ କିଛି କହୁନାହାନ୍ତି ଯେ ବିକାଶ ଦୁବେର ଫାଇଲ ଗଲା କୁଆଡେ |

ଵିକରୁ କାଣ୍ଡ ପରେ ୨୮ ଲାଇସେନ୍ସ ରଦ୍ଦ କରାଯାଇଥିବା ରିପୋର୍ଟ ପୋଲିସ ପଠାଇ ସାରିଛି | ତାର ଶୁଣାଣି ଡିଏମ କୋର୍ଟରେ ଚାଲିଛି | ବର୍ତ୍ତମାନ ଏସଆଇଟି ଅସଲି ଫାଇଲ ଖୋଜୁଛି | ଏଥିପାଇଁ ଲାଇସେନ୍ସ ସ୍ୱୀକୃତି ଓ ନବିନିକରଣ ଫାଇଲ ଖୋଜାଚାଲିଛି | କିନ୍ତୁ ଅନେକ ଫାଇଲ ମିଳିନାହିଁ | ଏସଆଇଟି ବିକାଶ ଦୁବେ, ଜୟକାନ୍ତ ବାଜପେୟୀ ଠାରୁ ଆରମ୍ଭ କରି ୫୪ ନାଁରେ ସ୍ୱୀକୃତ ହୋଇଥିବା ପ୍ରକୃତ ଲାଇସେନ୍ସର ସୂଚନା ମାଗିଛନ୍ତି | ଯଦି ଜଣକ ପାଖରେ ଏକ ରୁ ଅଧିକ ପ୍ରକୃତ ଲାଇସେନ୍ସ ଅଛି ତାହେଲେ ତାର ମଧ୍ୟ ତଦନ୍ତ ହେବ |

ଵିକରୁ ଘଟଣା ପରେ ଅପରାଧୀ ଲଗାତାର ଠିକଣା ବଦଳାଇବାରେ ହଇରାଣ ହେଉଛନ୍ତି | ବିକାଶ ଦୁବେର ଭାଇ ଦିପୁ ଦୁବେ ସମେତ ୧୦ ଅପରାଧୀ ଫେରାର ଅଛନ୍ତି | ପୋଲିସ ଏହିସବୁ ଅପରାଧୀଙ୍କ ପୋଷ୍ଟର ଜାରି କରିଛି ଏବଂ ଏମାନଙ୍କ ଉପରେ ପୁରସ୍କାର ରାଶି ଘୋଷଣା କରିଛି | ଏସ୍ଟିଏଫ ଟିମ ଓ ପୋଲିସ ଲଗାତାର ଅଭିଯୁକ୍ତଙ୍କ ଉପରେ ନଜର ରଖିଛି | ଅଭିଯୁକ୍ତ କେତେବେଳେ ଗାଜିଆବାଦ ତ କେତେବେଳେ ନୋଇଡ଼ାରେ ଲୁଚି ବୁଲୁଛନ୍ତି | ଆଉ କିଛି ଅପରାଧୀ ଦିଲ୍ଲୀରେ ମଧ୍ୟ ଲୁଚିଛନ୍ତି | ପୋଲିସ ସୂତ୍ର ଅନୁଯାୟୀ, ଅଭିଯୁକ୍ତ ଅଧିକ ସମୟ ଧରି ଗୋଟିଏ ଜାଗାରେ ରହୁ ନାହାନ୍ତି | ସେଥିପାଇଁ ସେମାନଙ୍କ ସଠିକ ଲୋକେସନ ମିଳିପାରୁନାହିଁ | ଏସ୍ଟିଏଫ ଟିମ ଓ ପୋଲିସ ଦିଲ୍ଲୀ, ନୋଏଡା ଓ ଗାଜିଆବାଦର କିଛି ସମ୍ଭାବ୍ୟ ଠିକଣାରେ ଚଢ଼ାଉ କରିଛନ୍ତି |

   Related Posts