ଦିଲ୍ଲୀ ଦଙ୍ଗାରେ ନିଜ ଜୀବିକା ହରାଇଛନ୍ତି ଅନେକ ପ୍ରବାସୀ ଓଡ଼ିଆ ପରିବାର...

Published By : Prameya-News7 Bureau | March 02, 2020 IST

ଦିଲ୍ଲୀ୨/୩: ଦିଲ୍ଲୀ ଦଙ୍ଗାରେ ଅନେକ ପ୍ରବାସୀ ଓଡ଼ିଆ ପରିବାର ନିଜ ଜୀବିକା ହରାଇଛନ୍ତି । ଭଜନପୁରା ଅଞ୍ଚଳ ହେଉ କି ଜାଫରାବାଦ କିମ୍ବା ମୌଜାବାଦ ଅଞ୍ଚଳରେ ଅନେକ ପରିବାର ବାସହରା ମଧ୍ୟ ହୋଇଛନ୍ତି । ଦଙ୍ଗା ପ୍ରଭାବିତଙ୍କ ମଧ୍ୟରେ ଓଡ଼ିଆ ପରିବାରଙ୍କୁ ସହାୟତାର ହାତ ବଢ଼ାଇଛି  ଓଡ଼ିଶା ସରକାରଙ୍କ 'ମୋ ପରିବାର' ଯୋଜନା । ଏହି ଯୋଜନା ଅନ୍ତର୍ଗତ ଦଙ୍ଗା ପ୍ରଭାବିତ ଅଞ୍ଚଳରେ କ୍ଷତିଗ୍ରସ୍ତ ହୋଇଥିବା ପ୍ରବାସୀ ଓଡ଼ିଆଙ୍କୁ କ୍ଷତିପୂରଣ ଦିଆଯାଇଛି ।

ଏଥିପାଇଁ କେନ୍ଦ୍ରାପଡ଼ା ରାଜନଗର ବିଧାୟକ ଧ୍ରୁବ ସାହୁ ଦିଲ୍ଲୀ ଭଜନପୁରା ହଜୁରିଖାସ୍ ଅଞ୍ଚଳ ପରିଦର୍ଶନ କରିବା ସହ କ୍ଷତିଗ୍ରସ୍ତ ଲୋକଙ୍କ ସହ ଆଲୋଚନା କରିଛନ୍ତି । ପ୍ରାୟ ୫୦ଟି ପରିବାରକୁ ସହାୟତାର ହାତ ବଢ଼ାଇଛନ୍ତି ରାଜ୍ୟ ସରକାର। ୧୫ ଦିନର ରାସନ୍, ଚାଉଳ, ବେଡ୍ ସିଟ୍ ଦଙ୍ଗା ପ୍ରଭାବିତ ପ୍ରବାସୀ ଓଡ଼ିଆଙ୍କୁ ଦିଆଯାଇଛି । ବି.ଏସ୍.ଏଫ୍.ରେ କାମ କରୁଥିବା ଯବାନ, ଯାହାଙ୍କ ଘର ଏହି ଦଙ୍ଗାରେ ପୋଡ଼ିଯାଇଛି ତାଙ୍କୁ ମଧ୍ୟ ସାହାଯ୍ୟ କରିଛନ୍ତି ଓଡ଼ିଶା ସରକାର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.