ଆଶ୍ୱସ୍ତିର ଖବର : ୪୭ଜିଲ୍ଲାରେ ୧୪ଦିନ ହେଲା ସଂକ୍ରମଣ ନାହିଁ, ଏହି ତାଲିକାରେ ରହିଛି ପୁରୀ-କଟକ

Published By : Prameya-News7 Bureau | April 19, 2020 IST

ନୂଆଦିଲ୍ଲୀ ୧୯।୦୪ : ଦେଶରେ କରୋନା ଭାଇରସ୍‌ (କୋଭିଡ-୧୯) ସଂକ୍ରମଣ ଓ ମୃତ୍ୟୁ ଘଟଣା ବଢ଼ୁଥିବା ବେଳେ ଶନିବାର ଏକ ଭଲ ଖବର ସାମ୍ନାକୁ ଆସିଛି । ୨୩ଟି ରାଜ୍ୟର ୪୫ଟି ସଂକ୍ରମିତ ଜିଲ୍ଲାରେ ଗତ ୧୪ ଦିନ ହେଲା କୌଣସି ନୂଆ ରୋଗୀ ଚିହ୍ନଟ ହୋଇନାହାନ୍ତି । ଏହି ଜିଲ୍ଲା ମଧ୍ୟରେ ଓଡ଼ିଶାର ପୁରୀ ଓ କଟକ ଜିଲ୍ଲା ରହିଛି । ସେହିଭଳି ୨ଟି ରାଜ୍ୟର ଦୁଇଟି ଜିଲ୍ଲା ପୁଡୁଚେରୀର ମାହେ ଏବଂ କର୍ଣ୍ଣାଟକର କୋଡାଗୁରେ ଗତ ୨୮ ଦିନ ହେଲାଣି ଗୋଟିଏ ହେଲେ ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିନାହିଁ । ଅନ୍ୟପଟେ ୩ଟି ଜିଲ୍ଲାରେ ନୂଆକରି ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ଏହି ଜିଲ୍ଲାଗୁଡ଼ିକ ହେଲା ପାଟନା (ବିହାର), ନଦିଆ (ପଶ୍ଚିମବଙ୍ଗ) ଏବଂ ପାନିପତ (ହରିଆଣା) । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଶନିବାର ଏହି ସୂଚନା ଦିଆଯାଇଛି ।

{"id":256562,"sizeSlug":"large"}

ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଲକ୍‌ଡାଉନ ଲାଗୁ କରାଯିବା, ସାମାଜିକ ଦୂରତା ବଜାୟ ରଖିବା ଓ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯିବା ଫଳରେ କେତେକ ସଂକ୍ରମିତ ଜିଲ୍ଲାରେ ନୂଆ ରୋଗ ସଂକ୍ରମଣ ଘଟିନାହିଁ । ଏହି ସଫଳତା ଆମ ସମସ୍ତଙ୍କର । ଏଭଳି ଭାବେ ଯଦି ଆମେ ସମସ୍ତେ କାର୍ଯ୍ୟ କରିବା ତେବେ ଆଗାମୀ ଦିନରେ ଅନ୍ୟ ଜିଲ୍ଲାଗୁଡ଼ିକରୁ ମଧ୍ୟ ଏଭଳି ସକାରାତ୍ମକ ଫଳ ମିଳିବ । ଯଦି ଲୋକମାନେ ଲକ୍‌ଡାଉନ୍‌ ଆଇନକୁ ମାନି ନଥାନ୍ତେ କିମ୍ବା ସାମାଜିକ ଦୂରତା ବଜାୟ ରଖି ନଥାନ୍ତେ ତେବେ ପରିସ୍ଥିତି ଭିନ୍ନ ହୋଇଥାନ୍ତା । ପୂର୍ବରୁ ୨୨ଟି ଜିଲ୍ଲାରେ ୧୪ ଦିନ ଭିତରେ ମଧ୍ୟ ଗୋଟିଏ ହେଲେ ସଂକ୍ରମଣ ମାମଲା ସାମ୍ନାକୁ ଆସି ନଥିଲା ।

{"id":254428,"sizeSlug":"large"}

ଦେଶରେ ନୂଆ ସଂକ୍ରମଣ ସମ୍ପର୍କରେ ସୂଚନା ଦେଇ ଅଗ୍ରୱାଲ କହିଛନ୍ତି, ଗତ ୨୪ ଘଣ୍ଟା ଭିତରେ ଦେଶରେ ୯୯୧ଟି ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିଥିଲା ବେଳେ ୪୨ ଜଣଙ୍କର ମୃତ୍ୟୁ ହୋଇଛି । ଫଳରେ ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୧୪,୭୯୨ କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁସଂଖ୍ୟା ୪୮୮ରେ ପହଞ୍ଚିଛି । ୧୧,୯୦୬ ଜଣ ଏବେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ଅନ୍ୟପକ୍ଷରେ ୨୦୧୫ ଜଣ ଚିକିତ୍ସା ପରେ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି।

{"id":251991,"sizeSlug":"large"}

ଅଗ୍ରୱାଲ କହିଛନ୍ତି ଯେ ଦେଶରେ ଘଟିଥିବା ୧୪,୩୭୮ ସଂକ୍ରମଣ ମାମଲାରୁ ୨୯ ପ୍ରତିଶତ ଅର୍ଥାତ ୪,୨୯୧ଟିରେ ଜମାତ୍‌ ଲିଙ୍କ ରହିଛି । ଜମାତ ସହ ସମ୍ପୃକ୍ତ ବ୍ୟକ୍ତିମାନେ ୨୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ସଂକ୍ରମଣ ଘଟଣା ବଢ଼ାଇଛନ୍ତି । ଜମାତ ଲିଙ୍କ୍‌ରେ ଆସାମରେ ୯୧% ମାମଲା ସାମ୍ନାକୁ ଆସିଥିଲା ବେଳେ ତାମିଲନାଡୁରେ ୮୪, ଦିଲ୍ଲୀରେ ୬୩, ତେଲଙ୍ଗାନାରେ ୭୯, ଉତ୍ତରପ୍ରଦେଶରେ ୫୯, ଆନ୍ଧ୍ରରେ ୬୧ ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପରେ ୮୩ ସଂକ୍ରମଣ ମାମଲା ଆସିଛି । ଜମାତ୍‌ ଲିଙ୍କ୍‌ ଓ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ପ୍ରାୟ ୪୦ ହଜାର ବ୍ୟକ୍ତି କ୍ୱାରେଣ୍ଟାଇନରେ ଅଛନ୍ତି ।

{"id":248369,"sizeSlug":"large"}

ସେହିଭଳି ଭାରତରେ କରୋନାଜନିତ ମୃତ୍ୟୁହାର ବର୍ତ୍ତମାନ ୩.୩ % ଥିବା ସେ କହିଛନ୍ତି । ବୟସ ଦୃଷ୍ଟିରୁ ଦେଖିଲେ ୦-୪୫ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁହାର ୧୪.୪ % ଥିଲା ବେଳେ ୪୫ରୁ ୬୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁହାର ୧୦.୩ %, ୬୦ରୁ ୭୫ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁହାର ୩୩.୧ ଏବଂ ୭୫ ବର୍ଷରୁ ଊଦ୍ଧ୍ୱର୍ ବୟସର ବ୍ୟକ୍ତିଙ୍କ ମୃତ୍ୟୁହାର ୪୨.୨ ଧ ରହିଛି । ୮୩ ଧ ମାମଲାର ଲିଙ୍କ୍‌ ମୃତବ୍ୟକ୍ତିଙ୍କ ସହ ରହିଛି । କୋଭିଡ-୧୯ ରୋଗୀଙ୍କ ଭଳି ଅଣ କରୋନା ରୋଗୀଙ୍କୁ ସମାନ ଭାବେ ଚିକିତ୍ସା ଯୋଗାଇଦେବା ଲାଗି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ସବୁ ହସ୍ପିଟାଲକୁ ଅନୁରୋଧ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.