ପ୍ରଭୁ ଲିଙ୍ଗରାଜଙ୍କ ନିକଟରେ ଭକ୍ତଙ୍କ ଲମ୍ବା ଧାଡି : ଚାଲିଛି ବିନ୍ଦୁ ସାଗରରେ ସଫେଇ କାର୍ଯ୍ୟ

Published By : Prameya-News7 Bureau | November 11, 2019 IST

ଭୁବନେଶ୍ବର ୧୧/୧୧: କାର୍ତିକ ମାସ ଶେଷ ସୋମବାର ଏବଂ ପଞ୍ଚୁକର ଚତୁର୍ଥଦିନ । ଏକାମ୍ରକ୍ଷେତ୍ରରେ ପ୍ରଭୁ ଲିଙ୍ଗରାଜଙ୍କ ନିକଟରେ ଭକ୍ତଙ୍କ ଲମ୍ବା ଧାଡି । ମାସ ମଧ୍ୟରେ ଶ୍ରେଷ୍ଠ ତଥା ଧର୍ମ ମାସ ଭାବରେ ସ୍ବତନ୍ତ୍ର ସ୍ଥାନ ରହିଛି କାର୍ତିକ ମାସର ।ତେଣୁ ପ୍ରଭୁଙ୍କ ଦର୍ଶନ କରିବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଭକ୍ତଙ୍କ ଭିଡ । ସେପଟେ ରାତିପାହିଲେ କାର୍ତିକ ପୁର୍ଣମୀ ତେଣୁ ବିନ୍ଦୁ ସାଗରରେ ଡଙ୍ଗା ଭସାକୁ ନେଇ ଶେଷ ପର୍ଯ୍ୟାୟରେ ସଫେଇ ।

{"id":182425}

ଗୋଟେ ପଟେ କାର୍ତିକ ମାସର ଶେଷ ସୋମବାର ଅନ୍ୟପଟେ ପଞ୍ଚୁକ । ତେଣୁ ଲିଙ୍ଗରାଜଙ୍କ ନିକଟରେ ଦେଖିବାକୁ ମିଳିଛି ଳମ୍ବାଧାଡି। ମାସ ମଧ୍ୟରେ ଧର୍ମ ମାସ ଭାବେ ପରିଚିତ କାର୍ତିକ ମାସ । ବିଶେଷ କରି କାର୍ତିକ ମାସର ସୋମବାର ,ସଂକ୍ରାନ୍ତି ଓ ଶିବ ଚତୁର୍ଦଶିରେ ପ୍ରବଳ ଭିଡ ଜମିଥାଏ ଶିବମନ୍ଦିରରେ । ସେହିଭଳି ଏହି ମାସରେ ସୋମବାର ଦିନ ବେଳିକିଆ ଖାଇ ପାଳନ କରନ୍ତି ଭକ୍ତ ମାନେ ।ତେବେ ଚଳିତ ବର୍ଷ ୫ପାଳି ବଡିଥିଲା ସୋମବାର । ତେଣୁ ଏକାମ୍ର କ୍ଷେତ୍ରର ଅଧିଷ୍ଠାତାଙ୍କ ନିକଟରେ ଶେଷ ସୋମବାରରେ  ଦେଖିବାକୁ ଲମ୍ବା ଧାଡି । ହଜାର ହଜାର ସଂଖ୍ୟାରେ ଭକ୍ତ ସକାଳ ସାହାଣ ମେଲା ସମୟରେ କରିଛନ୍ତି ଦର୍ଶନ ।

{"id":182422}

ସେପଟେ ରାତିପାହିଲେ କାର୍ତିକ ପୁର୍ଣମି । ଶ୍ରଦ୍ଧାଳୁମାନେ ଭସାଇବେ ବୋଇତ । ତେଣୁ ଭକ୍ତଙ୍କ ଗହଳିକୁ ନଜରରେ ରଖି ବିନ୍ଦୁ ସାଗର କୁଳର ସଫେଇ କାର୍ଯ୍ୟ ଅଧିକ ଯୋର କରାଯାଇଛି । ଯାହା ବର୍ତମାନ ଏହି ସଫେଇ ଏକ ପ୍ରକାର ଶେଷ ପର୍ଯ୍ୟାୟରେ । କୁଳରୁ ସଂପୁର୍ଣ ଭାବେ ଦଳଗୁଡିକୁ ସଫା କରାଯାଇଛି । ଯେମିତିକି ଡଙ୍ଗା ଭସାଇବାରେ କୌଣସି ଅସୁବିଧା ହେବ ନାହିଁ ସେଥିଲାଗି  ୬୦ଜଣ ସଫେଇ କର୍ମଚାରି ଲାଗିଛନ୍ତି ଘାଟଗୁଡିକ ସଫାକରିବାରେ । ତେବେ ବିଏମସି ପକ୍ଷରୁ ଏହି କାର୍ଯ୍ୟକୁ ସଂପାଦନ କରିବା ପାଇଁ  ପିଏମଆର ସଂସ୍ଥାକୁ ଦାୟିତ୍ବ ଦିଆଯାଇଛି  ।

{"id":182423}

ସରିବ କାର୍ତିକ ମାସ । ତେବେ ଏହି ମାସରେ କେବଳ ଯେ ରାଜଧାନୀ ବା ଓଡିଶା ନୁହେଁ ବରଂ ଅନ୍ୟ ରାଜ୍ୟରୁ ମଧ୍ୟ ପୁରୀ ଭଳି ଏକାମ୍ର କ୍ଷେତ୍ରରେ ଦର୍ଶନ କରିବାକୁ ଆସୁଥିବାର ଦେଖିବାକୁ ମିଳିଛି ।

{"id":182424}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.