ଟୋକିଓ ଅଲିମ୍ପିକ୍ସ ୨୦୨୦: ସପ୍ତମ ଦିନରେ ସିନ୍ଧୁ-ମେରିକମ ସମେତ ଏହି ଖେଳାଳିଙ୍କ ଉପରେ ରହିବ ନଜର, ଏମିତି ରହିଛି କାର୍ଯ୍ୟସୂଚୀ

Published By : Prameya-News7 Bureau | July 28, 2021 IST

ଟୋକିଓ ୨୮।୦୭: ଟୋକିଓ ଅଲିମ୍ପିକ୍ସରେ ଭାରତ ଦ୍ଵିତୀୟ ପଦକକୁ ଅପେକ୍ଷା କରି ରହିଛି। ଷଷ୍ଠ ଦିନ ମଧ୍ୟ ଭାରତୀୟ ଆଥଲେଟ୍‌ଙ୍କ  ପାଇଁ ମିଶ୍ରିତ ରହିଛି। ବ୍ୟାଡମିଣ୍ଟନରେ ପିଭି ସିନ୍ଧୁ, ମୁଷ୍ଟିଯୋଦ୍ଧାରେ ପୂଜା ରାଣୀ ଓ ତୀରନ୍ଦାଜରେ ଦୀପିକା କୁମାରୀଙ୍କୁ ବାଦ୍ ଦେଲେ ଅନ୍ୟ କୌଣସି ଭାରତୀୟ ଖେଳାଳି ଆଗକୁ ବଢି ପାରି ନାହାନ୍ତି। ହେଲେ ଦେଶର ଆଶା ଏବେ ମଧ୍ୟ ଅନେକ ଖେଳାଳିଙ୍କ ଉପରେ ରହିଛି। ସପ୍ତମ ଦିନରେ ମେରିକମ ଓ ସିନ୍ଧୁଙ୍କ ପରି ଷ୍ଟାର ଖେଳାଳିଙ୍କ ଉପରେ ସଭିଙ୍କ ନଜର ରହିବ। ଆସନ୍ତୁ ଜାଣିବା ସପ୍ତମ ଦିନର ପୂରା କାର୍ଯ୍ୟକ୍ରମ

ଗୋଲ୍‌ଫ

ପୁରୁଷ ରାଉଣ୍ଡ ୧- ଅନିର୍ବାଣ ଲାହିରି ଓ ଉଦ୍ୟମ ମାନେ, ସକାଳ ୪ଟା

ରୋଇଙ୍ଗ

ପୁରୁଷ ଲାଇଟଭେଟ୍ ଡବଲ ସ୍କଲ୍ସ ଫାଇନାଲ ବି- ଅର୍ଜୁନ ଲାଲ ଜାଟ ଓ ଅରବିନ୍ଦ ସିଂହ, ସକାଳ ୫ଟା ୨୦ ମିନିଟ୍

ସୁଟର

୨୫ ମିଟର ପିସ୍ତଲ ମହିଳା କ୍ଵାଲିଫିକେସନ- ମନୁ ଭାକର ଓ ରାହି ସରନୋବତ, ସକାଳ ୫ଟା ୩୦ ମିନିଟ୍

ହକି

ଭାରତୀୟ ପୁରୁଷ ହକି ଦଳ ବନାମ ଆର୍ଜେଣ୍ଟିନା,  ସକାଳ-୬ଟା

ବ୍ୟାଡମିଣ୍ଟନ

ମହିଳା ଏକକ ବର୍ଗ, ଅନ୍ତିମ ୧୬- ପିଭି ସିନ୍ଧୁ ବନାମ ମିଆ ବ୍ଲିଚଫେଲ୍ଟ,  ସକାଳ- ୬ଟା ୧୫ ମିନିଟ୍

ତୀରନ୍ଦାଜ

ପୁରୁଷ ଏମିଲିନେସନ ଅନ୍ତିମ ୩୨, ଅତାନୁ ଦାସ, ସକାଳ- ୭ଟା ୩୧ ମିନିଟ୍

ନୌକାଚାଳନ

ଲେଜର ପୁରୁଷ ରେସ୍-ବିଷ୍ଣୁ ସରବଣନ, ସକାଳ ୮ଟା ୩୫ ମିନିଟ୍

ପୁରୁଷ ରେଡ୍- ଗଣପତି କେଲପାଣ୍ଡା ଓ ବରୁଣ ଠକ୍କର- ସକାଳ ୮ଟା ୩୫ ମିନିଟ୍

ଲେଜର ରେଡିୟଲ ମହିଳା ରେସ- ନେତ୍ରା କୁମାନନ, ସକାଳ- ୮ଟା ୪୫ ମିନିଟ୍

ବକ୍ସିଂ

ପୁରୁଷ ସୁପର ହେଭିଓ୍ଵେଟ(୯୧ କିଗ୍ରା), ଅନ୍ତିମ ୧୬- ସତୀଶ କୁମାର ବନାମ ରିକାର୍ଡୋ ବ୍ରାଉନ, ସକାଳ-୮ଟା ୪୮ ମିନିଟ୍

ସୁଇମିଂ

ପୁରୁଷ ୧୦୦ ମିଟର ବଟରଫ୍ଲାଇ ହିଟ୍ ୨, ସାଜନ ପ୍ରକାଶ- ସନ୍ଧ୍ୟା ୪ଟା ୧୬ ମିନିଟ୍

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.