ଦନ୍ତାହାତୀ ଉପଦ୍ରବ ; ଭାଙ୍ଗୁଛି ଘର, ନଷ୍ଟ କରୁଛି ଫସଲ

Published By : Prameya-News7 Bureau | January 07, 2021 IST

ତେଲକୋଇ ୦୭।୦୧:  ଦନ୍ତାହାତୀ ଉପଦ୍ରବ ।  ତେଲକୋଇ ବନାଞ୍ଚଳ ଅଧିନସ୍ଥ ହାଲପୋଡି ଗାଁରେ ଗୋଠଛଡା ଦନ୍ତାହାତୀର ଉପଦ୍ରବ ଦେଖାଦେଇଛି । ଘର ଭାଙ୍ଗିବା ସହ ଏକର ଏକର ଫସଲ ନଷ୍ଟ କରିଛି ଦନ୍ତା ।

ଖବର ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ଦନ୍ତା ହାତୀ ଗାଁ ଭିତରେ ପଶି ନାଥ ନାୟକଙ୍କ ଘର ଭାଙ୍ଗି ଦେଇଥିଲା । ଘର ଭାଙ୍ଗିବା ଶବ୍ଧ ଶୁଣି ପରିବାର ଲୋକେ ଉଠିଥିଲେ , ଏବଂ ଦେଖିଲାବେଳକୁ ଘର ସମ୍ମୁଖରେ ଦନ୍ତାହାତୀ ଛିଡା ହୋଇରହିଛି । ପରିବାର ଲୋକେ ଭୟରେ ଘର ଭିତରକୁ ପଳାଇ ଯାଇଥିଲେ ଏବଂ ହାତୀ ଆକ୍ରମଣରୁ ଅଳ୍ପକେ ବର୍ତିଯାଇଥିଲେ । ସେପଟେ ଗାଁର ଏକର ଏକର  ଆଳୁଫସଲକୁ ଖାଇବା ସହ ଦଳିମକଚି ନଷ୍ଟ କରିଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.