ପାଟପୁର ସେକ୍ସନରେ ହାତୀ ଉପଦ୍ରବ, ଘଉଡାଇବା ପାଇଁ ଚାଷୀଙ୍କୁ ଘାରିଛି ଚିନ୍ତା

Published By : Prameya-News7 Bureau | December 03, 2020 IST

ଗଞ୍ଜାମ ୦୩।୧୨: ଚାଷୀଙ୍କୁ ଘାରିଛି ହାତୀ ଘଉଡାଇବା ଚିନ୍ତା । ଦିଗପହଣ୍ଡି ବନ ବିଭାଗ ରେଞ୍ଜ ଅନ୍ତର୍ଗତ ପାଟପୁର ସେକ୍ସନରେ ହାତୀ ଉପଦ୍ରବ । ୧୨ ଟିକିଆ ହାତୀ ପଲ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛନ୍ତି । ଏହା ହାତୀପଲରେ ୮ଟି ମାଇ ହାତୀ, ୪ଟି ଛୁଆ ଓ ଗୋଟିଏ ଦନ୍ତା ହାତୀ ରହିଛି ।

{"id":371772,"sizeSlug":"large"}

ପାଟପୁର ସେକ୍ସନରେ ୧୨ଟି ହାତୀପଲ ଉପଦ୍ରବ ଜାରି ରଖିଛନ୍ତି । ପୂର୍ବରୁ ଏହି ହାତୀପଲ କିଛିଦିନ ଧରି  ସାନଖେମୁଣ୍ଡି ମୁହାଁ ହୋଇ ଜୁରା ରତନ ପାହାଡ଼ରେ ଦିନ ସାରା ରହିବା ପରେ ରାତିରେ ଜନବସତି ମୁହାଁ ହେଉଥିଲେ । ଯାହାଫଳରେ କି ହାତୀପଲ ଧାନ, ଆଖୁ ,ପନିପରିବା ନଷ୍ଟ କରିବାର ନଜିର ରହିଛି। ଯାହାକୁ ନେଇ ଚାଷୀ କୁଳ ଚିନ୍ତାରେ ଘାରିଛି । ବହୁ ପରିଶ୍ରମ କରି ଫସଲ ଉପୁଜିଥିବା ବେଳେ ବିକ୍ରି କରିବା ସମୟରେ ହାତୀ ଉପଦ୍ରବରେ ସବୁ ନଷ୍ଟ ହୋଇଯାଉଛି । ତୁରନ୍ତ ହାତୀପଲଙ୍କୁ ଘଉଡ଼ାଇବା ପାଇଁ ବନବିଭାଗକୁ ଅନୁରୋଧ ମଧ୍ୟ କରାଯାଇଛି ।

{"id":371773,"sizeSlug":"large"}

ତେବେ ଘଟଣାସଂପର୍କରେ ଦିଗପହଣ୍ଡି ରେଞ୍ଜର କହିଛନ୍ତି ଯେ, କିଛି ଦିନ ଧରି ଏହି ହାତୀ ପଲ ରତ୍ନନେଇ ଜଙ୍ଗଲ ଅଞ୍ଚଳରେ ରହୁଥିଲେ । କିନ୍ତୁ ହଠାତ ଦୁଇ ତିନି ଦିନ ହେଲା ହାତୀ ସାନଖେମୁଣ୍ଡି ଅଞ୍ଚଳରେ ପଶିଛନ୍ତି । ବନବିଭାଗ ପକ୍ଷରୁ ପାଟ୍ରୋଲିଂ କରାଯାଉଛି ।

{"id":371781,"sizeSlug":"large"}

ଚାଷୀଙ୍କ ନଷ୍ଟ ଫସଲ ବାବଦକୁ ଆମକୁ ଜଣାଇଲେ ସରକାରୀ ନିୟମ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ନିଅ ଯିବ। ସେହିପରି ହାତୀ ଯେଉଁ ସମୟରେ ଅଞ୍ଚଳରେ ପ୍ରବେଶ କରୁଛନ୍ତି । ତୁରନ୍ତ ବନବିଭାଗକୁ ଜଣାଇବାକୁ ରେଞ୍ଜର କହିଛନ୍ତି । ଚାଷୀମାନେ ଧାନଖଳରେ ଧାନକୁ ନଜଗି ଘରେ ରହୁନ୍ତି । ବର୍ତ୍ତମାନ ୧୨ ଟିକିଆ ହାତୀ ପଲ ଜଗନ୍ନାଥପୁର ପାହାଡରେ ରହିଛନ୍ତି । ହାତୀଙ୍କୁ ଚାରିପଟେ ଘରିରହିଛନ୍ତି ବନ ବିଭାଗର କର୍ମଚାରୀ ।

{"id":371782,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.