Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||
  • ସାଲେପୁର : ଟ୍ରକକୁ ଧକ୍କାଦେଲା ଆଉ ଏକ ଟ୍ରକ, ଜଣେ ମୃତ
  • ||

କ୍ରେଜ୍ ନଥିବା ବେଳେ ଟ୍ରୋଲ୍, କ୍ରେଜ୍ ଆସିବା ପରେ ଟ୍ୱିଟ୍ ଡିଲିଟ୍: ଧୋନୀଙ୍କୁ କିଏ କେଆର୍ କରୁନଥିଲେ, ଆଉ ପରେ କଣ କଲେ ?

26/06/2020 at 3:37 PM

ନୂଆଦିଲ୍ଲୀ, ୨୬|୦୬: ଯେତେବେଳେ ସୋସିଆଲ ମିଡିଆରେ କାହାର ଆକାଉଣ୍ଟରେ ବ୍ଲୁ ଟିକ୍ ନଥାଏ ତେବେ ତାଙ୍କୁ ସେଲିବ୍ରିଟି ବୋଲି ଧରାଯାଏ ନାହିଁ । ଏପରିକି ତାଙ୍କ ଟ୍ୱିଟକୁ ମଧ୍ୟ କେହି ଗୁରୁତ୍ୱ ଦେଇନଥାନ୍ତି । ଏହି ଟିକ୍ ମାର୍କ୍ ଆସିବା ପରେ ଯେକେହି ଜଣେ ପ୍ରଭାବଶାଳୀ ବ୍ୟକ୍ତି ଭାବେ ପରିଚିତ ହୋଇଥାନ୍ତି । ବ୍ଲୁ ଟିକ୍ ନଥିଲେ ମଧ୍ୟ କାହାକୁ ସୋସିଆଲ ମିଡିଆରେ ଅପମାନଜନକ ଆକ୍ଷେପ କରିବା ଅନୁଚିତ ।

ଭାରତୀୟ ଦଳର ଅନେକ କ୍ରିକେଟରଙ୍କୁ ଏପରି ଆକ୍ଷେପର ସାମ୍ନା କରିବାକୁ ପଡିଛି । ଅନେକ କ୍ରିକେଟରଙ୍କୁ ନିଜର ପୁରୁଣା ଟ୍ୱିଟ୍ ପାଇଁ ଟ୍ରୋଲ୍ କରାଯାଉଛି । ଏପରି କ୍ରିକେଟର ଅଛନ୍ତି ଯେଉଁମାନେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ସମାଲୋଚନା କରିଥିଲେ । ସେହି ସମୟରେ ସେମାନେ ପପୁଲାର ହୋଇନଥିଲେ । ପରେ କ୍ରିକେଟରଙ୍କୁ ଟ୍ୱିଟ୍ ଡିଲିଟ୍ କରିବାକୁ ପଡିଛି ।

ମେଟ୍ ପାର୍କିସନ୍

ଇଂଲଣ୍ଡ ସ୍ପିନର୍ ମେଟ୍ ପାର୍କିସନ୍ ଚଳିତ ବର୍ଷ ଦକ୍ଷିଣ ଆଫ୍ରିକାରେ ଦିନିକିଆ ସିରିଜରେ ପଦାର୍ପଣ କରିଥିଲେ । ସେ ପୂର୍ବରୁ ନିଟ ଟ୍ୱିଟରେ ଧୋନୀ, ବିରାଟ କୋହଲିଙ୍କ ବ୍ୟତୀତ ଅନ୍ୟ ଖେଳାଳିଙ୍କୁ ଟାର୍ଗେଟ୍ କରିଥିଲେ । ପରେ ସେ ଏହାକୁ ଡିଲିଟ୍ କରିଥିଲେ ମଧ୍ୟ ଫ୍ୟାନ୍ ମାନେ ଏହାର ସ୍କ୍ରିନସଟ୍ ରଖିନେଇଥିଲେ ।

ଜୋଫ୍ରା ଆର୍ଚର

ଜୋଫ୍ରାଙ୍କୁ ଏବେ ଅନେକ କ୍ରିକେଟ ପ୍ରଶଂସକ ଜାଣନ୍ତି । ସେ ଇଂଲଣ୍ଡ ପାଇଁ ଗତବର୍ଷ ପଦାର୍ପଣ କରିଥିଲେ । ସେ ଆଇପିଏଲରେ ଖେଳି ସମସ୍ତଙ୍କ ଧ୍ୟାନ ଆକର୍ଷିତ କରିଥିଲେ । କିନ୍ତୁ ସେ କ୍ରିକେଟ ଖେଳିବା ପୂର୍ବରୁ ଧୋନୀଙ୍କ ବିରୋଧରେ ଅନେକ ଅପମାନଜନକ ଟ୍ୱିଟ୍ ପୋଷ୍ଟ କରିଥିଲେ । ପରେ ସେ ଏହାକୁ ହଟାଇଦେଇଥିଲେ ମଧ୍ୟ ସ୍କ୍ରିନସଟ୍ ରହିଯାଇଥିଲା ।

ଆଦିତ୍ୟ ତାରେ

୨୦୦୯ରେ ପ୍ରଥମ ଶ୍ରେଣୀ କ୍ରିକେଟରେ ପଦାର୍ପଣ କରିବା ପରେ ମୁମ୍ବାଇର ଆଦିତ୍ୟ ତାରେ ଏବେସୁଦ୍ଧା କୌଣସି ଅନ୍ତରାଷ୍ଟ୍ରୀୟ କ୍ରିକେଟ ଖେଳି ନାହାଁନ୍ତି । ସେ କେବଳ ଆଇପିଏଲ ଓ ଘରୋଇ ମ୍ୟାଚ ଖେଳିଥାନ୍ତି । ସେ କ୍ରିକେଟ ଖେଳିବା ପୂର୍ବରୁ ଧୋନୀଙ୍କୁ ଟ୍ୱିଟରରେ ଗାଳି କରିଥିଲେ ।

   Related Posts