କରୋନା ପାଇଁ ପାଠପଢା ବନ୍ଦ, ଢେଙ୍କାନାଳ ଭୂଷଳ ପ୍ରାଥମିକ ବିଦ୍ୟାଳୟ ପାଲଟିଛି ଗାଈ ଗୁହାଳ

Published By : Prameya-News7 Bureau | June 14, 2021 IST

ଢେଙ୍କାନାଳ ୧୪/୬ : ଜିଲ୍ଲା ଭୁବନ ବ୍ଲକ ଭୂଷଳ ପ୍ରାଥମିକ ବିଦ୍ୟାଳୟରେ ଅଭାବନୀୟ ଦୃଶ୍ୟ । ଶିକ୍ଷାନୁଷ୍ଠାନ ପାଲଟିଛି ଗାଇ ଗୁହାଳ । ଯେଉଁ ସୁସ୍ଥ ପରିବେଷରେ ଦିନେ ପିଲାମାନେ ପାଠ ପଢୁଥିଲେ, ଆଉ ନିଜର ଭବିଷ୍ୟତ ଗଢିବା ପାଇଁ ଆସୁଥିଲେ । ସେଠାରେ ଆଜି ଗାଇଗୋରୁ ରହୁଛନ୍ତି । ବିଦ୍ୟାଳୟର ଗୃହରେ ଏବଂ ବାହାରେ ସବୁଠାରେ ଗାଇ ଗୋବର ଦୁର୍ଗନ୍ଧରେ ପରିବେଶ ଫାଟିପଡୁଛି ।

wp:gallery {"ids":[465911],"linkTo":"none"} /wp:gallery

ଏହି ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢାଯାଏ । କରୋନା ମହାମାରୀକୁ ନେଇ ରାଜ୍ୟରେ ବିଦ୍ୟାଳୟ ଗୁଡିକ ବନ୍ଦ ପଡିଥିବାରୁ ଏହିପରି ସମସ୍ୟା ଦେଖାଦେଇଛି । ଅଧିକାଂଶ ସ୍ଥାନରେ ବିଦ୍ୟାଳୟ ପରିତ୍ୟକ୍ତ ଅବସ୍ଥାରେ ପଡି ରହିଥିବାରୁ ଲୋକମାନେ ଏପରି ବେପରୁଆ କାର୍ଯ୍ୟ କରିବାକୁ ପଛାଉ ନାହାନ୍ତି ।

wp:gallery {"ids":[465912],"linkTo":"none"} /wp:gallery

ଏହି ବିଦ୍ୟାଳୟରେ ଚବିଶ ଘଣ୍ଟା ଫାଟକ ଖୋଲା ରହିବା କାରଣରୁ ଗାଇଗୋରୁ ଭିଡା ହେଉଥିବା ଅଞ୍ଚଳବାସୀ ଜଣାଇଛନ୍ତି । ତେବେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଜ୍ଞାତରେ ଏହିପରି ଘଟଣା ଘଟିଛି ନା କିଏ ଯୋର ଜବରଦସ୍ତି ବିଦ୍ୟାଳୟରେ ଗାଇଗୋରୁ ବାନ୍ଧୁଛନ୍ତି ତାହା ଯାଞ୍ଚ କଲେ ପଦାକୁ ଆସିବ ବୋଲି ସାଧରଣରେ କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.