Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ବର୍ଷ ବର୍ଷ ଧରି କିଛି ଦେଶର ଲୋକେ ପଙ୍ଗପାଳଙ୍କୁ ଫ୍ରାଏ କରି ଖାଉଛନ୍ତି : ଏବେ କାହିଁକି ଏମାନଙ୍କୁ ନେଇ ଚିନ୍ତା ?

29/05/2020 at 4:47 PM

ନୂଆଦିଲ୍ଲୀ ୨୯/୦୫ : ଦେଶରେ ବର୍ତ୍ତମାନ ପଙ୍ଗପାଳ ଆକ୍ରମଣ ମୁଖ୍ୟ ଖବର | ଏମାନେ ପ୍ରତିବର୍ଷ ଆଫ୍ରିକାରୁ ଗଲ୍ଫ ଦେଶ ଏବଂ ଦକ୍ଷିଣ ଏସିଆ ଦେଶଆଡକୁ ଆସିଥାନ୍ତି | କିନ୍ତୁ ଚଳିତବର୍ଷ ପଙ୍ଗପାଳଙ୍କ ଆକ୍ରମଣ ଅଧିକ ବଢିଯାଇଛି ଯାହା ଚିନ୍ତାର କାରଣ | ଏମାନଙ୍କ ଯୋଗୁଁ ବହୁତ କ୍ଷତି ହେବାର ଆଶଙ୍କା ରହିଛି | ଫସଲ, ଅର୍ଥ ବ୍ୟବସ୍ଥା ଏବଂ ଜୀବନ ଜୀବିକା ପାଇଁ ପଙ୍ଗପାଳଙ୍କୁ ବହୁତ ବଡ ବିପଦ ବୋଲି କୁହାଯାଏ | ଏହି ବିପଦ ବର୍ତ୍ତମାନ କିଛି ସପ୍ତାହ ପର୍ଯ୍ୟନ୍ତ ଲାଗି ରହିବ ବୋଲି ଆଶଙ୍କା କରାଯାଉଛି |

ଅନେକ ଦେଶରେ ପଙ୍ଗପାଳଙ୍କୁ ନେଇ ଚିନ୍ତାରେ ଥିବାବେଳେ ବର୍ତ୍ତମାନ ପ୍ରଶ୍ନ ଉଠୁଛି ଏମାନଙ୍କୁ ଖିଆଯାଏ କି ? ଏମାନଙ୍କୁ ଏକ ବଡ ବିପଦ ହେଲା ଏମାନଙ୍କ ଉପରେ ବହୁତ ପରିମାଣର କେମିକାଲ ଛିଞ୍ଚା ଯାଇଥାଏ | ଏହି କେମିକାଲ ପଙ୍ଗପାଳଙ୍କୁ ବିଷାକ୍ତ କରିଥାଏ | କିନ୍ତୁ କିଛି ସ୍ଥାନରେ ଏମାନଙ୍କୁ ଖିଆଯାଇଥାଏ | ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ଅନେକ କୀଟପତଙ୍ଗ ଓ ପଙ୍ଗପାଳ ମଧ୍ୟରେ ପ୍ରୋଟିନ ଓ ଅନ୍ୟ ପୋଷଣ ତତ୍ତ୍ୱର କାରକ ରହିଥାଏ |

୧୯୮୦ ଦଶକ ଶେଷ ଆଡକୁ କୁୱେତରେ ବହୁ ସଂଖ୍ୟାରେ ପଙ୍ଗପାଳ ଆକ୍ରମଣ କରିଥିଲେ | ସେତେବେଳେ ସ୍ଥାନୀୟ ବାସିନ୍ଦା ତାଙ୍କୁ ଏକାଠି କରି ଖାଇବା ଆରମ୍ଭ କରିଥିଲେ | ଏହି ପଙ୍ଗପାଳ ଉପରେ କେମିକାଲ ଛିଞ୍ଚା ଯାଇଥିଲା | ଏକ ଅନୁସନ୍ଧାନରେ ଜଣାପଡିଥିଲା, କେମିକାଲ ଯୋଗୁଁ ଏମାନଙ୍କ ମଧ୍ୟରେ ଫସଫରସ ଓ ଅନ୍ୟ କେମିକାଲ ତତ୍ତ୍ୱ ରହିଥାଏ ଯାହାର ପ୍ରାକୃତିକ ପ୍ରଭାବ ମାନବ ଶରୀର ଉପରେ ପଡିଥାଏ | ଏହାର ପ୍ରଭାବ କିଡନୀ, ଲିଭର ଓ ହୃଦୟ ଉପରେ ପଡିଥାଏ | ଅଷ୍ଟିଓପୋରୋସିସ ଭଳି ରୋଗ ହେବାର ମଧ୍ୟ ଆଶଙ୍କା ଥାଏ |

ଆଫ୍ରିକାର ପୂର୍ବାଞ୍ଚଳରେ ଯେତେବେଳେ ପଙ୍ଗପାଳ ଆକ୍ରମଣ କରିଥିଲେ ସେଠାରେ ଏକ ଅଭିଯାନ ଆରମ୍ଭ କରାଯାଇଥିଲା ଏବଂ ଏମାନଙ୍କୁ ନ ଖାଇବାକୁ ପରାମର୍ଶ ଦିଆଯାଇଥିଲା | କାରଣ କିଛି କୀଟନାଶକ କୀଟଙ୍କୁ ତୁରନ୍ତ ମାରିନଥାନ୍ତି | ତେବେ ଆଫ୍ରିକା ଓ ଏସିଆର କିଛି ଦେଶରେ ପଙ୍ଗପାଳକୁ ସ୍ୱାଦିଷ୍ଟ ବୋଲି କୁହାଯାଇଛି |

ତେବେ ପଙ୍ଗପାଳଙ୍କୁ ଖାଇବା ସବୁବେଳେ ବିପଦପୂର୍ଣ୍ଣ ହୋଇନଥାଏ | ଆଫ୍ରିକାରେ ଏମାନଙ୍କ ପ୍ରକୋପ ଆରମ୍ଭ ହେଲେ ଲୋକେ ତାଙ୍କୁ ଏକାଠି କରି ଖାଇବାରେ ବ୍ୟବହାର କରନ୍ତି | ମଧ୍ୟ-ପୂର୍ବ ଗଲ୍ଫ ଦେଶ ଏବଂ ଦକ୍ଷିଣ ଏସିଆ ଦେଶଗୁଡିକରେ ମଧ୍ୟ ପଙ୍ଗପାଳଙ୍କୁ ଖାଇବାରେ ବ୍ୟବହାର କରାଯାଇଥାଏ | ବହୁ ପ୍ରାଚୀନକାଳରୁ ଆମେରିକାର ମୂଳ ନିବାସୀ ପଙ୍ଗପାଳ ଓ ଅନ୍ୟ କୀଟଙ୍କୁ ଭୋଜନରେ ସାମିଲ କରିଥାନ୍ତି | ଇସ୍ରାଇଲରେ ମଧ୍ୟ ଲୋକେ ପଙ୍ଗପାଳଙ୍କୁ ଖାଇଥାନ୍ତି | ଇସ୍ରାଇଲବାସୀ ପଙ୍ଗପାଳଙ୍କୁ କ୍ରିସପି ଓ କ୍ରଞ୍ଚି ଫୁଡ ଭାବେ ଖାଆନ୍ତି | କିଛି ମୁସଲିମ ଦେଶରେ ଲୋକେ ଏହାକୁ ହଲାଲ କୀଟ ଭାବେ ଖାଇବାରେ ବ୍ୟବହାର କରିଥାନ୍ତି |

ଆଫ୍ରିକାର କିଛି ଅଞ୍ଚଳରେ ପଙ୍ଗପାଳଙ୍କୁ ଶହ ଶହ ବର୍ଷ ଧରି ଖାଉଛନ୍ତି | ଏହାକୁ ସେମାନେ ବହୁତ ସ୍ୱାଦିଷ୍ଟ ବୋଲି କହିଥାନ୍ତି | ପଙ୍ଗପାଳଙ୍କୁ ନାନା ଉପାୟରେ ରୋଷେଇ କରି ଆଫ୍ରିକୀୟମାନେ ଖାଇଥାନ୍ତି |

ବାଇବେଲରେ କୁହାଯାଇଛି ଯେ, ଜନ ନାମକ ଜଣେ ଖୀଷ୍ଟଙ୍କ ଶିଷ୍ୟ ଜଙ୍ଗଲରେ ରହୁଥିବାବେଳେ ପଙ୍ଗପାଳ ଓ ମହୁମାଛି ଖାଉଥିଲେ | କିଛି ଲୋକେ ଏହାକୁ ସାକାହାରୀ ଖାଦ୍ୟ ବୋଲି ମଧ୍ୟ କହିଥାନ୍ତି | ଇସଲାମରେ ଏହାକୁ ହଲାଲ ଖାଦ୍ୟ ଅନ୍ତର୍ଭୁକ୍ତ କରାଯାଇଛି | ଏହାଛଡା ସାଉଦି ଆରବ, ୟେମେନ, ମରକ୍କୋ, ମିଶର ଓ ଫିଲିପାଇନ୍ସରେ ମଧ୍ୟ ଲୋକେ ଏମାନଙ୍କୁ ଖାଇଥାନ୍ତି | 

   Related Posts