Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ମାର୍ଚ୍ଚ ମାସ ଶେଷ ହେବା ପୂର୍ବରୁ ଅନେକ କମ୍ପାନୀ ଦେଲେ ଦରମା, କର୍ମଚାରୀଙ୍କୁ ମିଳିଲା ଆଶ୍ଵସ୍ତି

30/03/2020 at 4:26 PM

ମୁମ୍ବାଇ ୩୦।୩: କରୋନା ଭାଇରସ୍ ମହାମାରୀ ମୁକାବିଲା ପାଇଁ ଅନେକ କମ୍ପାନୀ ସେମାନଙ୍କ କର୍ମଚାରୀଙ୍କୁ ଆସ୍ବସ୍ତ କରିଛନ୍ତି । କମ୍ପାନୀଗୁଡିକ ମାର୍ଚ୍ଚ ମାସର ଦରମା କର୍ମଚାରୀଙ୍କ ଆକାଉଣ୍ଟକୁ ପଠାଇସାରିଛନ୍ତି । କରୋନା ଯୋଗୁଁ ଅର୍ଥନୈତିକ ମାନ୍ଦାବସ୍ଥା, ଚାକିରି ହରାଇବା ଏବଂ ଦରମା କଟିବା ଆଶଙ୍କାରେ ଥିବା କର୍ମଚାରୀମାନେ ଆଗୁଆ ଦରମା ମିଳିବା କାରଣକୁ ଆଶ୍ଵସ୍ତି ଲାଭ କରିବେ ବୋଲି ଆଶା କରାଯାଉଛି ।

ଟାଟା କନସଲଟାନ୍ସି ସର୍ଭିସେସ୍, ଇଣ୍ଡିଆବୁଲସ୍, ମାରିକୋ, ମେଟ୍ରୋ କ୍ୟାଶ୍ ଆଣ୍ଡ କ୍ୟାରି ଏବଂ ଏସବିଆଇ ଜେନେରାଲ୍ ଭଳି କମ୍ପାନୀମାନେ ମାସ ଶେଷ ହେବା ପୂର୍ବରୁ ମାର୍ଚ୍ଚ ମାସର ଦରମା ସେମାନଙ୍କ କର୍ମଚାରୀମାନଙ୍କୁ ଦେବାକୁ ନିଷ୍ପତ୍ତି ନେଇଥିଲେ । ଯାହାଦ୍ବାରା ଲକ୍ ଡାଉନ୍ ଯୋଗୁଁ ଘରେ ରହି କାମ କରୁଥିବା କର୍ମଚାରୀମାନେ ଆସ୍ବସ୍ତି ଲାଭ କରିପାରିବେ ।

କର୍ମଚାରୀମାନଙ୍କୁ ପଠାଯାଇଥିବା ଇ-ମେଲରେ ଟିସିଏସ୍ କହିଛି ଯେ, କୋଭିଡ-୧୯ ମହାମାରୀ ତଥା ଦେଶବ୍ୟାପୀ ଲକ୍ ଡାଉନ୍ କୁ ଦେଖି କମ୍ପାନୀ ମାର୍ଚ୍ଚ ୨୦୨୦ର ଦରମା ୨୭ ମାର୍ଚ୍ଚ ୨୦୨୦ରେ ଦେବାକୁ ନିଷ୍ପତ୍ତି ନେଇଥିଲା । ଟିସିଏସ୍ ସାଧାରଣତଃ ମାସ ଶେଷ କାର୍ଯ୍ୟ ଦିବସରେ ଦରମା ଦେଇଥାଏ । କରୋନା ମହାମାରୀର ମୁକାବିଲା ପାଇଁ କେନ୍ଦ୍ର ସରକାର ଦେଶବ୍ୟାପୀ ଲକ୍ ଡାଉନ୍ କରିବା ପରେ କମ୍ପାନୀର ୮୫ କର୍ମଚାରୀ ଘରୁ କାମ କରୁଛନ୍ତି । କମ୍ପାନୀର ଅବଶିଷ୍ଟ କର୍ମଚାରୀମାନେ କ୍ୟାମ୍ପସରୁ କାମ କରୁଛନ୍ତି । କାରଣ କମ୍ପାନୀ କିଛି ଗୁରୁତ୍ବପୂର୍ଣ୍ଣ ସିଷ୍ଟମକୁ ସପୋର୍ଟ କରେ ଯାହାଦ୍ବାରା ବ୍ୟାଙ୍କ୍, ଷ୍ଟକ୍ ଏକ୍ସଚେଞ୍ଜ, ଟେଲିକମ୍, ବିଦ୍ୟୁତ୍ ଏବଂ ରିଟେଲ୍ ସର୍ଭିସେସ୍ ପରିଚାଳିତ ହୋଇଥାଏ ।

ସେହିଭଳି ମାରିକୋର CHRO ଅମିତ ପ୍ରକାଶ କହିଛନ୍ତି ଯେ, କମ୍ପାନୀ ମାର୍ଚ୍ଚ ମାସର ଦରମା ମାସ ଶେଷ ହେବାର ଏକ ସପ୍ତାହ ପୂର୍ବରୁ କ୍ରେଡିଟ୍ କରିସାରିଛି ।

   Related Posts