Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ୧୬ଟି ଜିଲ୍ଲାରେ ହେବ ଆରଟି ପିସିଆର ଲ୍ୟାବ୍, ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
  • ||
  • ପାଟଣା : ବଳଦ ନେଇ ଘରକୁ ଫେରୁଥିଲେ, ବଜ୍ରାଘାତରେ ଚାଲିଗଲା ରାଇଦାସଙ୍କ ଜୀବନ
  • ||
  • ମହିଳା ସାମ୍ବାଦିକ ସବନମ୍‌ ଶିରିନ୍‌ଙ୍କ ଦେହାନ୍ତ , କୋଭିଡ୍‌ରେ ଆକ୍ରାନ୍ତ ହୋଇ ଏମସ୍‌ରେ ହେଉଥିଲେ ଚିକିତ୍ସିତ
  • ||
  • ଭଦ୍ରକ : ବାପଘର ଲୋକ ଆଣିଲେ ବଧୂ ହତ୍ୟା ଅଭିଯୋଗ, ଶ୍ବଶୁରଘର କହୁଛନ୍ତି ପଡିଗଲେ ବାଥରୁମ୍‌ରେ
  • ||
  • ୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୯୭୯୩ ପଜିଟିଭ୍
  • ||
  • ୧୦ ବର୍ଷର ଶିଶୁର ଜୀବନ ନେଲା କରୋନା…
  • ||
  • ଟ୍ରକ୍‌କୁ ଧକ୍କା ଦେଲା ବରଯାତ୍ରୀ ଗାଡି : ୫ ମୃତ, ୩ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୧୮ଜଣଙ୍କ ଜୀବନ, ୨୨୧୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ମାଲକାନଗିରିରେ ପୁଣି ଅଜଣା ରୋଗ ଆତଙ୍କ : ବହୁ ଶିଶୁ ଆକ୍ରାନ୍ତ, ୧୯ଶିଶୁଙ୍କ ଅବସ୍ଥା ଗୁରୁତର

19/11/2019 at 4:06 PM

ମାଲକାନଗିରି ୧୯।୧୧: ମାଲକାନଗିରି ଜିଲ୍ଲାରେ ପୁଣି ଅଜଣା ରୋଗର ଆତଙ୍କ । କାଲିମେଳା ବ୍ଲକ ଅନ୍ତର୍ଗତ କାଟନପାଲ୍ଲି ଗ୍ରାମର ଅନେକ ଶିଶୁ ଏବେ ଅଜଣା ରୋଗରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୯ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଏମଭି ୭୯ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଛି । ସମସ୍ତ ଶିଶୁଙ୍କ ବୟସ ୧ ରୁ ୩ ବର୍ଷ ମଧ୍ୟରେ ବୋଲି ଜଣାପଡିଛି ।

ଆକ୍ରାନ୍ତ ଶିଶୁମାନେ କାଶ ଥଣ୍ଡା ଓ ଚର୍ମ ରୋଗରେ ପୀଡିତ ରହିଥିବା ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରି କହିଛନ୍ତି । ଆକ୍ରାନ୍ତମାନଙ୍କୁ ଏମ.ଭି.୭୯ ମେଡିକାଲରୁ କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କିରିବା ଲାଗି ସିଡିଏମଓ ନିର୍ଦ୍ଦେଶ ଦେଇଛନ୍ତି ।

କିଛି ଦିନ ତଳେ ତାମନପାଲ୍ଲି  ଗାଁରେ ଏପରି ଅଜଣା ରୋଗ ଦେଖା ଦେଇଥିବା ବେଳେ ୬ ଜଣ ଶିଶୁଙ୍କ ଜୀବନ ଚାଲିଯାଇଛି । ଆଉ ଏବେ ପୁଣି କାଟନପାଲ୍ଲି ଗାଁରେ ମଧ୍ୟ ଦେଖାଦେଇଛି ଆତଙ୍କ । ତେବେ ସଚେତନତା ଅଭାବରୁ ଆଦିବାସୀ ଗାଁରେ ଏପରି ରୋଗ ବ୍ୟାପୁଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି ।  

   Related Posts