ଟ୍ୱିଟର ଉପରେ ସବୁଠୁ ବଡ ସାଇବର ଆଟାକ୍ : ବିଲ୍ ଗେଟ୍ସ, ଓବାମା, ଜୋବେଡାନ, ଆପଲ ସମେତ ବହୁ ପ୍ରଭାବଶାଳୀଙ୍କ ଆକାଉଣ୍ଟ ହ୍ୟାକ୍
16/07/2020 at 9:51 AM

ନୂଆଦିଲ୍ଲୀ ୧୬।୦୭: ମାଇକ୍ରୋ ବ୍ଲଗିଂ ସାଇଟ ଟ୍ୱିଟର ପାଇଁ ବୁଧବାର ରାତି ଏକ କାଳ ରାତି ପାଲଟିଯାଇଛି। ଟ୍ୱିଟର ଇତିହାସରେ ସବୁଠାରୁ ବଡ ସାଇବର ଆଟାକ ହୋଇଛି । ଯେଉଁଥିରେ ବିଶ୍ୱରେ ବଡ଼ ବଡ଼ ନେତା ଓ ନାମାଦାମୀ ଲୋକ ନିଜର ମତାମତା ସେୟାର କରନ୍ତି । ସେହି ଆକାଉଣ୍ଟକୁ ହ୍ୟାକ୍ କରାଯାଇ , ଟଙ୍କା ମଗାଯାଉଛି । ଯାହାକି ଟ୍ୱିଟର ଇତିହାସରେ ଏକ ବହୁତ ବଡ ଘଟଣା ବୋଲି ମନେକରାଯାଉଛି । ବୁଧବାର ଦିନ ବିଶ୍ୱର ବଡ ବଡ ହସ୍ତୀଙ୍କ ଟ୍ୱିଟର ଆକାଉଂଟକୁ ଟାର୍ଗେଟ କରାଯାଇଛି । ବାରାକ ଓବାମା, ବେଞ୍ଜାମିନ , ଡାରେନ ବଫ, ବିଲ ଗେଟସଙ୍କ ଟ୍ୱିଟର୍ ଆକାଉଂଟ ହ୍ୟାକ କରାଯାଇଛି । ହ୍ୟାକ୍ ପରେ ଟୁଇଟ କରି ବିଟ କଏନ ମାଗିଛନ୍ତି ହ୍ୟାକର୍ସ । ବିଟ୍ କଏନ ମାଗିବା ନେଇ ହ୍ୟାକ୍ ହୋଇଥିବା ଆକାଉଣ୍ଟରେ ପୋଷ୍ଟ ମଧ୍ୟ କରିଛନ୍ତି ହ୍ୟାକର୍ସ । ଟ୍ୱିଟର ଆକାଉଂଟ ହ୍ୟାକ କରିବା ପରେ ହ୍ୟାକର ସେହି ଟୁଇଟର ହ୍ୟାଣ୍ଡଲରୁ ଟ୍ୱିଟ୍ ବିଟ କଏନ ମାଗିଛନ୍ତି । ବହୁ ବଡ଼ ବଡ ରାଜନେତା, ବଡ ବ୍ୟବସାୟୀ, ସେଲିବ୍ରେଟିଙ୍କ ଟ୍ୱିଟର ଆକାଉଂଟ ହ୍ୟାକ କରାଯାଇଛି । ଆକାଉଣ୍ଟ ହ୍ୟାକ୍ର କିଛି ଘଣ୍ଟା ପରେ ଟ୍ୱିଟର ପକ୍ଷରୁ ବ୍ଲୁ ଟିକ୍ ହୋଇଥିବା ସମସ୍ତ ଆକାଉଣ୍ଟକୁ ବନ୍ଦ କରିଦିଆଯାଇଛି । ତେବେ ଆଶ୍ୱସ୍ତିର ଖବର ହେଉଛି ଯେସ ବର୍ତ୍ତମାନ ସାମାନ୍ୟ ଭାବରେ ଏହି ସମସ୍ୟାକୁ ଦୂର କରାଯାଇଛି । ତେବେ କିଛି ସମୟ ପରେ ସେହି ଟୁଇଟ୍ ଡିଲିଟ କରିଦିଆଯାଇଛି ।
ଆକାଉଣ୍ଟ ହ୍ୟାକ୍ କରି ଟଙ୍କା ମାଗିବା ପାଇଁ ଏଥର ହ୍ୟାକର୍ସମାନେ ନୂଆ ପନ୍ଥା ଆପଣାଇଛନ୍ତି । ଯେପରି ବିଲ୍ ଗେଟ୍ସଙ୍କ ଆକାଉଣ୍ଟରୁ ଟ୍ୱିଟ୍ କରି ଲେଖାଯାଇଛି ଯେ, ସମାଜକୁ କିଛି ଦାନ କରିବା ପାଇଁ ସମୟ ଆସିଯାଇଛି । ତେଣୁ ଆପଣମାନେ ମୋତେ ଯେତିକି ଟଙ୍କା ଦେବା ପଠାଇବେ, ତାର ଦୁଇଗୁଣା ମୁଁ ଆପଣଙ୍କୁ ପଠାଇବି । ମାନେ ଯଦି ଆପଣ ମୋତ ୧୦୦୦ଡଲାର ପଠାଉଛନ୍ତି , ତେବେ ମୁଁ ଆପଣଙ୍କୁ ୨୦୦୦ଡଲାର ପଠାଇବି। ଏହା ଆସନ୍ତା ୩ମିନିଟ ଭିତରେ କରିବାକୁ ପଡିବ ବୋଲି ହ୍ୟାକର୍ସ ମାନେ କହିଥିଲେ ।

ବୁଧବାର ଯେଉଁ ସେଲିବ୍ରେଟିଙ୍କ ଟ୍ୱିଟର ହ୍ୟାକ କରିଥିଲେ ହ୍ୟାକର ସେମାନଙ୍କ ମଧ୍ୟରେ ରହିଛନ୍ତି, ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା, ଆମେରିକାର ପୂର୍ବତନ ଉପରାଷ୍ଟ୍ରପତି ଜୋ ବେଡାନ, ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ । ସେହିପରି ମାଇକ୍ରୋସଫ୍ଟର ସହ ସଂସ୍ଥାପକ ବିଲ ଗେଟସ୍, ଆମାଜନ ସିଇଓ ଜେଫ ବିଜୋସ, ଟେଲସା ସିଇଓ ଇଲାନ ମସ୍କ, ୱାରେନ ବଫେଟ୍, ଆପଲ, ଉବେର ଭଳି କମ୍ପାନୀର ଟ୍ୱିଟର ଆକାଉଂଟ ମଧ୍ୟ ହ୍ୟାକ ହୋଇଛି । ତେବେ କିଏ ଓ କାହିଁକି ବିଶ୍ୱର ପ୍ରସିଦ୍ଧ ହସ୍ତିଙ୍କ ଟୁଇଟର ଆକାଉଂଟକୁ ଟାର୍ଗେଟ କରିଛି, ତାହା ଉଦ୍ଦେଶ୍ୟ କଣ କିଛି ଜଣାପଡିନାହିଁ ।
You may be unable to Tweet or reset your password while we review and address this incident.
— Twitter Support (@TwitterSupport) July 15, 2020
ଅନ୍ୟପଟେ ହ୍ୟାକ ଘଟଣା ସଂପର୍କରେ ସଂପୂର୍ଣ୍ଣ ଅବଗତ ଥିବା ସହ ଏହାର ସମାଧାନ ପାଇଁ ଉଦ୍ୟମ କରୁଥିବା କହିଛି ଟୁଇଟର । ବୁଧବାର ବିଳମ୍ବିତ ରାତିରେ ଟ୍ବିଟର ସିଇଓ ଜ୍ୟାକ୍ ଡୋର୍ସି ଟୁଇଟ୍ କରି କହିଛନ୍ତି, “ଟ୍ୱିଟରରେ ଆମ ପାଇଁ କଠିନ ଦିନ। ଏହି ଘଟଣା ଘଟିବା ପରେ ଆମେ ସମସ୍ତେ ଭୟଭୀତ ଅନୁଭବ କରୁଛୁ। ଡୋର୍ସି କହିଛନ୍ତି ଯେ ଆମେ ସମସ୍ୟା କଣ ତାହା ନିର୍ଣ୍ଣୟ କରୁଛୁ, ଜଣାପଡ଼ିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ତେବେ ଆସନ୍ତୁ ଜାଣିବା ବିଟ୍ କଏନ୍ କଣ :
ସାଧାରଣତଃ ଆମେ ଯେପରି ଟଙ୍କା ଓ ଡଲାର ବ୍ୟବହାର କରିଥାନ୍ତି । ସେହିପରି ବିଟ୍ କଏନ୍ । ଏହା ଏକ ଡିଜିଟାଲ୍ କରେନ୍ସି , ଯାହା ଡିଜିଟାଲ୍ ବ୍ୟାଙ୍କରେ ରଖାଯାଇଥାଏ । ବର୍ତ୍ତମାନ ଏହା କିଛି ଦେଶରେ ଲାଗୁ କରାଯାଇଛି । ପ୍ରତ୍ୟେକ ଯାଗାରେ ବିଟ୍କଏନ୍ର ଅଧିକ ରହିଥାଏ । ଇନ୍ଭେଷ୍ଟମେଣ୍ଟ ଆକାରରେ ଏଥିରେ ବିନିଯୋଗ କରାଯାଇଥାଏ । ଲୋକମାନଙ୍କୁ ଅଫରର ଲୋଭ ଦେଖାଇ , ଏପରି ଠକାମି କରାଯାଇଥାଏ ।