Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବଡ ପରଦାରେ ପାଦ ଦେବେ ମିସ୍‌ ୱାଲର୍ଡ ମାନୁଶି, ରଣବୀରଙ୍କ ବିପକ୍ଷରେ କରିବେ ଅଭିନୟ

9/04/2019 at 5:09 PM

ମୁମ୍ୱାଇ୯|୪: ପୂର୍ବତନ ମିସ୍‌ ୱାଲର୍ଡ ମାନୁଶି ଚ୍ଚିଲରଙ୍କୁ ନେଇ ବି-ଟାଉନ ରେ ଏବେ ଗସିପ୍ ଚାଲିଛି। ସୂଚନାଯୋଗ୍ୟ ଯେ, ୟଶରାଜ ଫିଲ୍ମର ଆଗାମୀ ପ୍ରୋଯେକ୍ଟରେ ମାନୁଶି ଅଭିନୟ କରିବେ। ମାନୁଶିଙ୍କ ସହ ରଣବୀରଙ୍କୁ ରୋମାନ୍ସ କରିବା ଦେଖାଯିବ। ଅଧିକାଂଶ ସମୟରେ ମାନୁଶି ତାଙ୍କ ଫଟୋସୁଟ୍‌ ପାଇଁ ଚର୍ଚ୍ଚାରେ ଥାନ୍ତି। ଏବେ କିଛି ଦିନ ପୂର୍ବରୁ ମାନୁଶିଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।  ୟଶରାଜ ଫିଲ୍ମଙ୍କ ଏହି ଫିଲ୍ମର ନିର୍ଦ୍ଦେଶକ ହେବେ ମନିଷ ଶର୍ମା । ମନିଷ ଶର୍ମାଙ୍କ ନିର୍ଦ୍ଦେଶିତ ଫିଲ୍ମ ବ୍ୟାଣ୍ଡ ବାଜା ବାରାତ ସୁପରହିଟ୍‌ ହୋଇଥିଲା। ମାନୁଶି ଓ ରଣବୀରଙ୍କୁ ଏକା ସହ ଗୋଟେ ବିଜ୍ଞାପନରେ ଦେଖାଯାଇଥିଲା।
ରିପୋର୍ଟ ଅନୁସାରେ ମାନୁଶି ବଲିଉଡରେ ଖୁବ୍‌ ଶୀଘ୍ର ଡେବ୍ୟୁ କରିବାକୁ ଯାଉଛନ୍ତି। କୋରିୟଗ୍ରାଫର ଓ ନିର୍ଦ୍ଦେଶକ ଫରାହ ଖାନଙ୍କ ଫିଲ୍ମ ଦ୍ୱାରା ସେ ବଲିଉଡରେ ଏଣ୍ଟ୍ରି କରିବେ। ଏହି ଫିଲ୍ମ ରୋହିତ ଶେଟ୍ଟୀଙ୍କ ବ୍ୟାନରରେ ତିଆରି ହେବ। ଏହା ପରେ ମାନୁଶି ୟଶରାଜ ଫିଲ୍ମର ଶୁଟିଂ ଆରମ୍ଭ କରିବେ। ହେଲେ ଏହି ବିଷୟରେ କୌଣସି ଅଫିସିଆଲ୍‌ ଘୋଷଣା ହୋଇନାହିଁ।
ୟଶରାଜ ବ୍ୟାନର ଅନୁସାରେ ଏହି ଫିଲ୍ମ ଏକ ବଡ ସ୍ତରରେ ହେବାକୁ ଯାଉଛି। କାରଣ ଏହାର କାହାଣୀ ଦର୍ଶକଙ୍କୁ ଖୁବ୍‌ ଉତ୍ସାହିତ କରିବ। ନିଜ ଅଭିନୟ ଦ୍ୱାରା ବଲିଉଡରେ ସ୍ୱତନ୍ତ୍ର ପରିଚୟ ତିଆରି କରିଥିବା ଅଭିନେତା ରଣବୀର ସିଂହ ତାଙ୍କ ଆଗାମୀ ଚଳଚ୍ଚିତ୍ର “୮୩”ର ଶୁଟିଂ ପାଇଁ ବ୍ୟସ୍ଥ ଅଛନ୍ତି। ଏହା ପରେ ସେ ତଖ୍‌ତ ଫିଲ୍ମର ଶୁଟିଂ ଆରମ୍ଭ କରିବେ।
ପଦ୍ମାବତ, ଗଲିବଏ ଓ ଶିମ୍ୱା ଭଳି ଲଗାତାର ୩ଟି ବ୍ଲକ୍‌ବଷ୍ଟର ହିଟ୍‌ ଫିଲ୍ମ ପରେ ରଣବୀରଙ୍କ ସହ ପ୍ରତି ପ୍ରଡକ୍ସନ ହାଉସ କାମ କରିବାକୁ ଚାହୁଁଛି।  ରଣବୀର ତାଙ୍କ ଆଗାମୀ ଫିଲ୍ମ “୮୩” ପାଇଁ ବହୁତ ପରିଶ୍ରମ କରୁଛନ୍ତି। ଏହା ସହ କ୍ରିକେଟ ତାରକା କପିଲ ଦେବ ତାଙ୍କୁ କ୍ରିକେଟର ବିଶେଷ ଟ୍ରେନିଂ ଦେଉଛନ୍ତି।    

 

 

 

   Related Posts