Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||

‘ଗୋଟିଏ ମିନିଟ୍‌ରେ କିଛି ବି ହୋଇପାରେ,ସବୁ କିଛି ଓଲଟପାଲଟ ହୋଇଯାଏ’- ମନୁ ଶର୍ମାଙ୍କ ମନ କଥା

5/06/2020 at 12:41 PM

ନୂଆଦିଲ୍ଲୀ ୫/୬: ୧୯୯୯ମସିହାରେ ମଡେଲ୍ ଜେସିକା ଲାଲଙ୍କ ହତ୍ୟା ମାମଲାରେ ଆଜୀବନ ଜେଲଦଣ୍ଡ ଭୋଗୁଥିବା ୪୩ବର୍ଷ ବୟସ୍କ ମନୁ ଶର୍ମାଙ୍କୁ ଏହି ସପ୍ତାହରେ ତିହାର ଜେଲରୁ ମୁକ୍ତ କରାଯାଇଛି। ଜେଲରୁ ମୁକୁଳିବା ପରେ ମନୁ ଜେଲ୍ ଜୀବନ,ମିଳିଥିବା ଶିକ୍ଷା,ତାଙ୍କ ଏନଜିଓ ଏବଂ ଭବିଷ୍ୟତର ଯୋଜନା ଉପରେ ଏକ ସାକ୍ଷାତକାରରେ ଖୋଲି କହିଛନ୍ତି।

ମନୁ କହିଥିଲେ ଯେ ଜେଲ୍ ଯିବା ସବୁଠୁ କଠିନ ଏବଂ ଭୟଙ୍କର ଜିନିଷ ମଧ୍ୟରୁ ଗୋଟିଏ ଯାହା ଯେକୌଣସି ବ୍ୟକ୍ତିଙ୍କୁ ମଧ୍ୟ ଯିବାକୁ ପଡ଼ିପାରେ। ସେ ୨୩ବର୍ଷର ଥିଲେ ଯିଏ କେବଳ ନିଜ କାମ ଏବଂ ଜୀବନ ବିଷୟରେ ଭାବୁଥିଲା। ଥରେ ଗୋଟିଏ ଦିନ ହଠାତ୍  ସକାଳ ୫ଟାବେଳେ ସକାଳେ ରୋଲ୍ କଲ୍ ପାଇଁ ଲୁହା ଫାଟକରେ ବାଜିଥିବା ଶବ୍ଦରେ ସେ ଉଠି ଯାଇଥିଲେ। ସେ ବ୍ୟାକୁଳ ହୋଇ ପଡ଼ିଥିଲେ। ଦିନର ସବୁଠୁ କଠିନ କାମ ଥିଲା ଶୌଚାଳୟ ଯିବା,କାରଣ ୫୦୦ରୁ ଅଧିକ କଏଦୀଙ୍କ ପାଇଁ ମାତ୍ର ୫ଟି ଶୌଚାଳୟ ଥିଲା। ପାଣିର ଗୋଟିଏ ବାଲଟି ଏକ ଲକ୍ସରି ଭଳି ଥିଲା। ତିହାର ଜେଲରେ ଅନେକ କଠିନ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଥାଏ କିନ୍ତୁ ସମୟ ସହିତ ଏଗୁଡ଼ିକ ସମ୍ମୁଖୀନ କରିବା ସହଜ ହୋଇ ଯାଇଥାଏ।

ସେ ଜେଲରେ ବଗିଚା କାମ କରି ସୁଖ ପାଉଥିଲେ। ଏହା ପରେ ତାଙ୍କୁ ତିହାର ଜେଲର କାରଖାନାରେ କାମ କରିବାକୁ କୁହାଯାଇଥିଲା। ସେ ନିଜକୁ କାମରେ ବ୍ୟସ୍ତ ରଖିବାକୁ ଉଦ୍ୟମ କରୁଥିଲେ ଯାହା ଦ୍ବାରା ଜେଲର ନକରାତ୍ମକତାଠୁ ଦୂରରେ ରହିପାରିବେ। ସେ ଯଥାସମ୍ଭବ ପାଠ ପଢ଼ିବାକୁ ଉଦ୍ୟମ କରିଥିଲେ ଏବଂ ମାନବାଧିକାରରେ ଡିଗ୍ରୀ ପୂରା କରିଥିଲେ। ସେ ଆଇନ୍ ଅଧ୍ୟୟନ ମଧ୍ୟ କରିଥିଲେ।

ସେ ଜଣେ ୨୩ବର୍ଷ ବୟସ୍କ ତରୁଣ ଥିଲେ। ସେ କାହାର କେବେ କ୍ଷତି କରିନଥିଲେ। ଯାହା ହୋଇଥିଲା ସେଥିପାଇଁ ସେ ଦୁଃଖୀ ଥିଲେ। ତାଙ୍କ ବାପା ମାଆଙ୍କୁ ଦୁଃଖୀ ଦେଖିବା ତାଙ୍କ ପାଇଁ ସବୁଠୁ କଠିନ ସମୟ ଥିଲା। ତାଙ୍କର ସବୁଠୁ ବଡ଼ ଦୁଃଖ ହେଉଛି ଯେ ସେ କିଛି ଭୁଲ୍ କରିନଥିବା ସତ୍ବେ ତାଙ୍କୁ ଏସବୁ ସହିବାକୁ ପଡ଼ିଥିଲା।   

ସେ ଆଗକୁ ​‌ଜେଲର କଏଦୀ ଏବଂ ଅନାଥ ପିଲାଙ୍କ ସାହାଯ୍ୟ କରିବେ ଯେଉଁମାନଙ୍କୁ ବର୍ତ୍ତମାନ ସହାୟତା ପ୍ରଦାନ କରାଯାଉନାହିଁ। ସେ ମଧ୍ୟ କହିଥିଲେ ଯେ ୧ମିନିଟରେ ଜୀବନ ବଦଳି ପାରେ,ଦିଆଯାଇଥିବା କୌଣସି ଜିନିଷକୁ ହାଲକାରେ ନିଅନ୍ତୁ ନାହିଁ।

   Related Posts