ସମୁଦ୍ରରୁ ଧରା ପଡ଼ିଲା ଏପରି ଏକ ବିରାଟକାୟ ଜୀବ : ଉଠାଇବା ପାଇଁ ଡକାଗଲା କ୍ରେନ୍

Published By : Prameya-News7 Bureau | October 22, 2020 IST

ବେଙ୍ଗାଲୁରୁ ୨୨/୧୦: କର୍ଣ୍ଣାଟକର ସମୁଦ୍ରରେ ମାଛ ଧରୁଥିବାବେଳେ କେଉଟମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତାଙ୍କ ଜାଲରେ ୨ଟି ବିରାଟକାୟ ସାମୁଦ୍ରିକ ଜୀବ ମଣ୍ଟା ରେ ଫସି ଯାଇଥିଲେ। ସେହି ୨ଟି ମଣ୍ଟା ରେର ଓଜନ ୭୫୦କିଲୋଗ୍ରାମ୍ ଏବଂ ୨୫୦କିଲୋଗ୍ରାମ୍ ଥିଲା।

{"id":349074,"width":574,"height":431,"sizeSlug":"large"}

ମାଙ୍ଗାଲୋରରେ ବୁଧବାର ମାଲପେ ବନ୍ଦରରୁ ଜଣେ କେଉଟ ମାଛ ଧରିବାକୁ ଯାଇଥିବାବେଳେ ତା ଜାଲରେ ୨ଟି ବିରାଟକାୟ ମଣ୍ଟା ରେ ଫସି ଯାଇଥିଲା।

{"id":349076,"sizeSlug":"large"}

ମଣ୍ଟା ରେ ଏକ ବିଶାଳକାୟ ସାମୁଦ୍ରିକ ଜୀବ ହୋଇଥାଏ ଯାହା ଜିନସ୍ ମେଣ୍ଟା ପ୍ରଜାତିର ହୋଇଥାଏ। ଏହି ଜୀବ ୭ମିଟର (୨୩ ଫୁଟ) ପର୍ଯ୍ୟନ୍ତ ଚଉଡ଼ା ହୋଇଥାନ୍ତି ଏବଂ ଛୋଟ ଅଲଫ୍ରେଡି ନାମକ ଜୀବର ଲମ୍ବ ୫.୫ ମିଟର(୧୮ଫୁଟ) ହୋଇଥାଏ।

{"id":349077,"sizeSlug":"large"}

ଉଭୟଙ୍କଠାରେ ତ୍ରିକୋଣୀୟ ପଙ୍ଖ,ଶିଙ୍ଗ ଆକାରର ସେଫେଲିକ୍ ବଡ଼ ପଙ୍ଖ,ଆଗ ପଟେ ମୁହଁ ହୋଇଥାଏ। ସେମାନଙ୍କୁ ମାଇଲିୟୋବ୍ୟେଟିଫାର୍ମରେ ବର୍ଗୀକୃତ କରାଯାଇଛି।

{"id":349078,"sizeSlug":"large"}

ଏହି ବିଶାଳକାୟ ଜୀବ ଧରା ପଡ଼ିବା ପରେ କେଉଟ ଜଣକ ସେହି ସାମୁଦ୍ରିକ ଜୀବନଗୁଡ଼ିକୁ  ନାଗାସିଦ୍ଧି ନେଇ ଆସିଥିଲା। କିନ୍ତୁ ଏଗୁଡ଼ିକ ଉଠାଇ ଟ୍ରକରେ ରଖିବା ପାଇଁ କ୍ରେନର ସାହାଯ୍ୟ ନେବାକୁ ପଡ଼ିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.