Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଆଜି ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ-କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବୈଠକ, କରୋନା ଟିକାକରଣ ଉପରେ ହେବ ଆଲୋଚନା

27/10/2021 at 7:35 AM

ନୂଆଦିଲ୍ଲୀ ୨୭।୧୦ : ଆଜି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ବୈଠକ । ଦେଶରେ କୋଭିଡ଼ ଟିକାକରଣ ଶହେ କୋଟି ଅତିକ୍ରମ କରିସାରିଥିବା ନେଇ ବୈଠକ ଡକାଯାଇଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବୀୟଙ୍କ ଅଧ୍ୟକ୍ଷତାର ଦିଲ୍ଲୀ ବିଜ୍ଞାନ ଭବନରେ ବସିବ ଏହି ବୈଠକ ।

ତେବେ ଆଜି ବସିବାକୁ ଥିବା ଏହି ବୈଠକରେ ମୁଖ୍ୟତଃ ଟିକାକରଣ ଉପରେ ଆଲୋଚନା ହେବ । ଯେଉଁମାନେ ଆଦୌ ଟିକା ନେଇ ନାହାନ୍ତି ସେମାନଙ୍କୁ ପ୍ରଥମ ଡୋଜ ଟିକା ପ୍ରଦାନ କରିବା ଏବଂ ସମୟ ଗଡ଼ି ଯାଇଥିଲେ ଦ୍ବିତୀୟ ଡୋଜ୍ ନେଇନଥିବା ବ୍ୟକ୍ତିଙ୍କୁ କିପରି ଟିକାକରଣ କରାଯିବ ତାଉପରେ ବିଚାର ବିମର୍ଶ ହେବ ।

ସେହିପରି ମିଶନ ମୋଡ୍ ରେ କିଭଳି ଟିକାକରଣ ହେବ ତାହା ଉପରେ ଫୋକସ୍ ରହିବ । ବୈଠକରେ ପିଲାଙ୍କ ପାଇଁ ଜାଇକୋଭ୍-ଡି ଟିକାର ମୂଲ୍ୟକୁ ନେଇ ମଧ୍ୟ ଆଲୋଚନା ହେବ । ଦେଶରେ ୧୧ କୋଟି ଲୋକ ଯେଉଁମାନେ ପ୍ରଥମ ଡୋଜ୍ ଟିକା ନେଲା ପରେ ବି ଦ୍ବିତୀୟ ଡୋଜ୍ ଟିକା ନେଇ ନାହାନ୍ତି। ଏପରିକି ସେମାନଙ୍କ ଟିକାକରଣର ସମୟସୀମା ଗଡ଼ିଯାଇଥିଲେ ବି ସେମାନେ ଟିକା ନେବା ପାଇଁ ଆସୁନହାନ୍ତି ।

ବର୍ତ୍ତମାନ ଦେଶରେ ପର୍ଯ୍ୟାପ୍ତ ପରିମାଣର ଟିକା ଥିବା ସତ୍ବେ ଲୋକ ମାନେ ଟିକା ନେଉନଥିବାରୁ ତାକୁ ନେଇ କେନ୍ଦ୍ର ସରକାର ଚିନ୍ତା ପ୍ରକଟ କରିଛନ୍ତି । ବର୍ତ୍ତମାନ ଦେଶରେ ୧୮ ବର୍ଷରୁ ଉର୍ଦ୍ଧ୍ବ ବୟସର ୭୫ ପ୍ରତିଶତ ଲୋକ ଅତିକ୍ରମରେ ଗୋଟିଏ ଡୋଜ୍ ଟିକା ନେଇଥିବା ବେଳେ ୩୧ ପ୍ରତିଶତ ଲୋକ ଦ୍ବିତୀୟ ଡୋଜ୍ ନେଇସାରିଛନ୍ତି ।

   Related Posts