Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||

ମନସୁଖ ମାଣ୍ଡଭିୟଙ୍କୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ କାହିଁକି ? ୯ ବର୍ଷ ପୂର୍ବେ ତତ୍କାଳୀନ ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟରେ ଲୁଚିଛି ରାଜ୍

8/07/2021 at 7:39 PM

ନୂଆଦିଲ୍ଲୀ ୮/୦୭:  ବୁଧବାର ମୋଦୀ ସରକାରଙ୍କ ମନ୍ତ୍ରିମଣ୍ଡଳରରେ ବଡ଼ ଧରଣର ଅଦବଦଳ ହୋଇଛି । ଅନେକ ମନ୍ତ୍ରୀ ଇସ୍ତଫା ଦେବା ସହ ବହୁ ନୂଆ ଚେହେରାଙ୍କୁ ମନ୍ତ୍ରୀ ପଦ ମିଳିଛି। କିନ୍ତୁ ଏମିତି କିଛି ଚେହେରା ଅଛନ୍ତି ଯେଉଁମାନଙ୍କ ପ୍ରମୋଶନ ହୋଇଛି। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ନୂଆ ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ। ମନସୁଖ ମାଣ୍ଡଭିୟ ଗୁଜୁରାଟରୁ ରାଜ୍ୟସଭା ସାଂସଦ ଥିବା ବେଳେ ପିଏମ ମୋଦୀଙ୍କ ବହୁ ଖାସ ବୋଲି କୁହାଯାଏ।

ତାଙ୍କୁ ସ୍ବାସ୍ଥ୍ୟ ମନ୍ତ୍ରୀ କରାଯିବା ପରେ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇଛି ଯେ, ତାଙ୍କୁ କାହିଁକି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ମିଳିଲା। ଏହା ପଛର କାରଣ  ଜାଣିବାକୁ ହେଲେ ୯ ବର୍ଷ ପଛକୁ ଅର୍ଥାତ ୨୦୧୨କୁ ଫେରିବାକୁ ପଡ଼ିବ। ୨୦୧୨ର ଗୁଜୁରାଟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ବକ୍ତବ୍ୟରେ ଲୁଚି ରହିଛି କାରଣ। ୨୦୧୨ରେ ଯେତେବେଳେ ମନସୁଖ ମାଣ୍ଡଭିୟ ପ୍ରଥମ ଥର ପାଇଁ ରାଜ୍ୟସଭା ପହଞ୍ଚିଥିଲେ ସେତେବେଳେ ତାଙ୍କ ପ୍ରଶଂସାରେ ନରେନ୍ଦ୍ର ମୋଦୀ ଅନେକ କଥା କହିଥିଲେ।

କଣ କହିଥିଲେ ନରେନ୍ଦ୍ର ମୋଦୀ ?
ନରେନ୍ଦ୍ର ମୋଦୀ କହିଥିଲେ, ‘ଆପଣମାନଙ୍କୁ ବୋଧହୁଏ ଲାଗୁଛି ଆପଣଙ୍କ ମନସୁଖ ଭାଇ ରାଜ୍ୟସଭା ଗଲେ। ସମ୍ମାନର କଥା। କିନ୍ତୁ ବନ୍ଧୁଗଣ ଏ ଘଟଣା ଛୋଟ ନୁହେଁ। ଆଜି ତାରିଖରେ ମୁଁ କହୁଛି ଯାହାକୁ ଡାଏରିରେ ଲେଖିବାର ଅଛି ଲେଖିନିଅନ୍ତୁ। ବନ୍ଧୁଗଣ ମୁଁ ସ୍ପଷ୍ଟ ରୂପେ ଦେଖିପାରୁଛି ମନସୁଖ ଭାଇଙ୍କ ଭବିଷ୍ୟତ କେତେ ଉଜ୍ବଳ। ତାହା ମୋତେ ଭଲ ଭାବେ ଦେଖାଯାଉଛି। ତାଙ୍କ ପାଖରେ ଥିବା ଶକ୍ତି ଆଗାମୀ ଦିନରେ ବାହାରକୁ ଆସିବ । ଏହାକୁ ନେଇ ତାଙ୍କ ଉପରେ ମୋର ପୂର୍ଣ୍ଣ ଭରସା ରହିଛି। ମୋତେ ବିଶ୍ବାସ ଅଛି ମୁଁ ସଠିକ୍‌ ସାବ୍ୟସ୍ତ ହେବି।’

 ୨୦୧୨ରେ ମୋଦୀଙ୍କ ବକ୍ତବ୍ୟରୁ ବୁଝିବାକୁ ହେବ ଯେ ମନସୁଖଙ୍କ ଉପରେ ତାଙ୍କର କେତେ ଭରସା ଥିଲା । ଏବେ ତାଙ୍କୁ ପିଏମ ମୋଦୀ ନିଜ କ୍ୟାବିନେଟ୍‌ରେ ସ୍ବାସ୍ଥ୍ୟ ମନ୍ତ୍ରୀ ଭଳି ଗୁରୁତ୍ବପୂର୍ଣ୍ଣ ପଦ ଦେଇଛନ୍ତି।  

   Related Posts