Monday, September 16, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମହିଳା ସହଯାତ୍ରୀ ସିଗାରେଟ ପିଇବାକୁ ମନାକରିବାରୁ ପ୍ୟାଣ୍ଟ ଖୋଲି ଅଶ୍ଳୀଳ ଇଙ୍ଗିତ କଲେ ଯୁବକ

ଦିଲ୍ଲୀ ୨୬/୫ : ସାଉଦି ଆରବର ଜେଦ୍ଦାରୁ ଦିଲ୍ଲୀ ଆସୁଥିବା ଏକ ବିମାନରେ ଜଣେ ଯାତ୍ରୀ ସିଗାରେଟ ପିଇବାକୁ ଚେଷ୍ଟା କରୁଥିଲେ । ସହଯାତ୍ରୀ ମହିଳା ତାଙ୍କୁ ସିଗାରେଟ ପିଇବାକୁ ମନାକରିବାରୁ ଯୁବକ ଜଣକ ଅଭଦ୍ରାମୀ କରିବା ଆରମ୍ଭ କରିଦେଇଥିଲେ । ସହଯାତ୍ରୀ ମହିଳା କୃ ସଦସ୍ୟଙ୍କୁ ସେହି ଯୁବକଙ୍କ ସମ୍ପର୍କରେ ଅଭିଯୋଗ କରିଥିଲେ । କୃ ସଦସ୍ୟ ଯୁବକକୁ ବୁଝାଇବାକୁ ଆସିଥିଲେ । ତଥାପି ଉକ୍ତ ଯୁବକ ମାନିଲେନାହିଁ । ଉକ୍ତ ଯୁବକ ଜଣକ ନିଜ ପ୍ୟାଣ୍ଟ୍ ଖୋଲି ଅଶ୍ଳୀଳ ବ୍ୟବହାର କରିଥିଲେ ।

କୃ ସଦସ୍ୟ ଏହି ସୂଚନା ପାଇଲଟଙ୍କ ମାଧ୍ୟମରେ ଆଇଜିଆଇ ବିମାନବନ୍ଦରରେ ଥିବା ସୁରକ୍ଷାକର୍ମୀଙ୍କୁ ଦେଇଥିଲେ । ବିମାନ ଆଇଜିଆଇ ବିମାନବନ୍ଦରରେ ଓହ୍ଲେଇବା କ୍ଷଣି ସିଆଇଏସଏଫ ଯବାନ ଉକ୍ତ ଯୁବକକୁ କାବୁ କରିଥିଲେ । ଉକ୍ତ ଯୁବକ ଜଣକ ହେଲେ ୨୪ ବର୍ଷ ବୟସ୍କ ଅବଦୁଲ ସାହିଦ । ଯୁବକକୁ ପରେ ବିମାନବନ୍ଦର ଥାନା ପୋଲିସକୁ ହସ୍ତାନ୍ତର କରାଯାଇଥିଲା ।

ଆଇଜିଆଇ ବିମାନବନ୍ଦର ଥାନା ପୋଲିସ ଅଭିଯୁକ୍ତ ବିରୋଧରେ ଅପଶବ୍ଦ, ଅଶ୍ଳୀଳ ବ୍ୟବହାର, ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ମାମଲା ରୁଜ୍ଜୁ କରିଛି । ପୋଲିସ ଘଟଣାର ତଦନ୍ତ କରୁଛି । ପୋଲିସ କହିବାନୁଯାୟୀ, ଅଭିଯୁକ୍ତ କେରେଳବାସୀ । ସେ ଜଣେ ଇଲେକ୍ଟ୍ରିସିଆନ । ଗତ କିଛି ମାସ ହେଲା ସେ ୱାର୍କ ଭିସା ନେଇ ସାଉଦି ଆରବରେ କାମ କରୁଥିଲା । ମଙ୍ଗଳବାର ଦିନ ସେ ସାଉଦି ଆରବ ଏୟାରଲାଇନ ବିମାନରେ ଜେଦ୍ଦାରୁ ଦିଲ୍ଲୀ ଫେରୁଥିଲା ।

192 Views

   ସମ୍ବନ୍ଧିତ ଖବର