Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୬ ହଜାରରୁ ଅଧିକ କରୋନା ପଜିଟିଭ୍, ୭୩୩ ମୃତ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୧୨ କୋଭିଡ୍ ପଜିଟିଭ୍
  • ||
  • କରଞ୍ଜିଆରେ ମାତିଛନ୍ତି ଝାଡଖଣ୍ଡୀ ହାତୀ, ନଷ୍ଟ କରୁଛନ୍ତି ଏକର ଏକର ଫସଲ
  • ||
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ବିଚିତ୍ର ଘଟଣା ! ଯୁବକଙ୍କ ପୂର୍ବତନ ସ୍ତ୍ରୀ ଏବେ ନିଜର ସାବତ ମା’, ଆରଟିଆଇ ରିପୋର୍ଟରୁ ହେଲା ଖୁଲାସା

4/07/2021 at 6:14 PM

ବଡାଉନ୍‌ ୪/୦୭: ଦୋଷ କାହାର ? ପୂର୍ବତନ ସ୍ତ୍ରୀ ଏବେ ସାବତ ମା’। ପୁଅ ପାଖରୁ ଛାଡ଼ପତ୍ର ନେଇ ଚୁପଚାପ ବାପାକୁ ବାହା ହୋଇଯାଇଛି ଛାଡ଼ପତ୍ର ନେଇଥିବା ମହିଳା । ଆରଟିଆଇ ରିପୋର୍ଟରୁ ଜଣାପଡ଼ିଲା ଦିନେ ଛାଡ଼ପତ୍ର ପାଇଁ ଜିଦ ଧରିଥିବା ସ୍ତ୍ରୀ ଆଜି ସାବତ ମା’। ଏନେଇ ଜାଣାପଡ଼ିବା ପରେ ଉତ୍ତରପ୍ରଦେଶର ବଡାଉନ୍‌ର ଯୁବକଙ୍କ ପାଦ ତଳୁ ମାଟି ଖସିଯାଇଥିଲା।

ଯୁବକ ଜଣଙ୍କ ନିଜ ବାପାଙ୍କ ସମ୍ପର୍କରେ ତଥ୍ୟ ପାଇବାକୁ ଆରଟିଆଇ ଫାଇଲ୍‌ କରିଥିଲେ । କିନ୍ତୁ ଆଇଏଏନଏସ୍‌ର ରିପୋର୍ଟ ଅନୁସାରେ, ଯୁବକଙ୍କ ବାପା ଘର ଛାଡ଼ି ପଳାଇଯାଇଥିବା ବେଳେ ପ୍ରତି ମାସ ଟଙ୍କା ପଠାଉଥିଲେ। ଏଥିରେ ଅନିୟମିତା ହେବାରୁ ପୁଅ ତଥ୍ୟ ମଗାଇଥିଲେ। ଏଥିରୁ ଜଣାପଡ଼ିଥିଲା ତାଙ୍କ ପୂର୍ବତନ ସ୍ତ୍ରୀ ତାଙ୍କ ବାପାଙ୍କୁ ବିବାହ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ୨୦୧୬ରେ ସେମାନେ ବିବାହ କରିଥିଲେ। ସେତେବେଳେ ଦୁହେଁ ନାବାଳକ ଏବଂ ନାବାଳିକା ଥିଲେ।

୬ ମାସ ପରେ ସେମାନଙ୍କର ବିବାହ ବିଚ୍ଛେଦ ହୋଇଥିଲା। ଯଦିଓ ସମ୍ପର୍କ ରଖିବାକୁ ଯୁବକ ଜଣଙ୍କ ଚେଷ୍ଟା କରିଥିଲେ କିନ୍ତୁ ମହିଳା ଛାଡ଼ପତ୍ର ନେବାକୁ ବାଧ୍ୟ କରିଥିଲେ। ପୁଅ ମଦ୍ୟପାନ କରୁଛି ବୋଲି ଅଭିଯୋଗ କରିବା ସହ ତାଙ୍କଠୁ ମହିଳା ଅଲଗା ହୋଇଯାଇଥିଲେ। ତାଙ୍କର ପୂର୍ବ ସ୍ତ୍ରୀ ବାପାଙ୍କୁ ବିବାହ କରିଥିବା ଜାଣିବା ପରେ ଯୁବକ ଜଣଙ୍କ ଥାନାରେ ଏତଲା ଦେଇଥିଲେ।

ବିଶୌଲି ପୋଲିସ ଘଟଣାର ଛାନଭିନ୍‌ କରିବା ସହ ଶନିବାର ଦିନ ଉଭୟ ପକ୍ଷଙ୍କ ମଧ୍ୟରେ ଏକ ବୈଠକ ପାଇଁ ପରାମର୍ଶ କରିଥିଲା। ଶନିବାର ବାପା-ପୁଅଙ୍କ ମଧ୍ୟରେ ସାକ୍ଷାତ ହେବା ପରେ ପରିସ୍ଥତି ବିଗିଡ଼ିଥିଲା। ଉଭୟେ ହାତାହାତି ହୋଇଥିଲେ ବୋଲି ପୋଲିସ କହିଛି। ସେପଟେ ଯେଉଁ ମହିଳାଙ୍କ ପାଇଁ ମହାଭାରତ ହୋଇଥିଲା ସେ କିନ୍ତୁ ଯୁବକଙ୍କ ବାପାଙ୍କ ପାଖରେ ରହିବେ ବୋଲି ସଫା ସଫା ଶୁଣାଇଥିଲେ। ଦ୍ବିତୀୟ ସ୍ବାମୀଙ୍କ ପାଖରେ ଖୁସି ଅଛନ୍ତି ବୋଲି ମହିଳା କହିଥିଲେ। ତେବେ ପ୍ରଥମ ବିବାହକୁ ନେଇ କୌଣସି ପ୍ରମାଣ ମଳିନଥିବା ବେଳେ ଏବେ ମାମଲା ରୁଜୁ କରିବା ସମ୍ଭବ ନୁହେଁ ବୋଲି ପୋଲିସ କହିଛି ।

   Related Posts