ଇଲୀଙ୍କ ହାତ ଧରିଲେ ଭାରତୀୟ ହକି ଦଳର ଅଧିନାୟକ ମନପ୍ରୀତ ସିଂ
18/12/2020 at 11:51 AM

ନୂଆଦିଲ୍ଲୀ,୧୮/୧୨: ଟୋକିଓ ଅଲମ୍ପିକ ପ୍ରସ୍ତୁତି ମଧ୍ୟରେ ଭାରତୀୟ ହକି ଦଳର ଅଧିନାୟକ ମନପ୍ରୀତ ସିଂ ନିଜ ବାନ୍ଧବୀ ମାଲେସିଆର ଇଲୀ ସିଦ୍ଦିକିଙ୍କ ସହ ବୁଧବାର ବିବାହ କରିଛନ୍ତି । ଜଳନ୍ଧରରେ ଏହି ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବେଙ୍ଗାଲୁରୁ ସ୍ଥିତ ଭାରତୀୟ ଖେଳ ପ୍ରାଧିକରଣ କେନ୍ଦ୍ର ସ୍ଥିତ ଅଭ୍ୟାସ ଶିବିର ପରେ ମନପ୍ରୀତ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।
ଇଲୀ ଓ ମନପ୍ରୀତ ଦୀର୍ଘ ୮ ବର୍ଷ ଧରି ପରସ୍ପରକୁ ଜାଣିଥିଲେ । ମାଲେସିଆରେ ୨୦୧୨ ସୁଲତାନ ଜୋହର କପ୍ ଜୁନିଅର ହକି ଟୁର୍ଣ୍ଣାମେଣ୍ଟରେ ଉଭୟଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା । ସେତେବେଳେ ମନପ୍ରୀତ ଭାରତୀୟ ଜୁନିଅର ହକି ଦଳର ଅଧିନାୟକ ଥିଲେ ।
Related Posts
ବ୍ରିସବେନ୍ ଟେଷ୍ଟ୍ : ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୩୬୯ରେ ଅଲଆଉଟ୍
16 January 2021