ବିଜେପି ସାଂସଦ ମନୋଜ ତିଓ୍ୱାରୀ ସଂକ୍ରମିତ, ନିଜକୁ କଲେ ଆଇସୋଲେଟ୍

Published By : Prameya-News7 Bureau | April 23, 2021 IST

ନୂଆଦିଲ୍ଲୀ ୨୩/୪: କରୋନା କବଳରେ ଅଭିନେତାଙ୍କଠାରୁ ଆରମ୍ଭ କରି ବଡ ବଡ ନେତା । ବିଜେପି ସାଂସଦ ମନୋଜ ତିଓ୍ୱାରୀଙ୍କୁ କରୋନା । ଟ୍ୱିଟ୍ କରି ସୂଚନା ଦେବା ସହ ନିଜକୁ ନିଜ ଆଇସୋଲେଟ୍ କରିଛନ୍ତି । ସେ କହିଛନ୍ତି ଗତ କିଛି ଦିନ ହେବ ମୋ ଠାରେ ଭୂତାଣୁ ଲକ୍ଷଣ ପରିଲକ୍ଷିତ ହେଉଥିଲା । ମୁଁ ମୋର ପରୀକ୍ଷା କରାଇନେବାରୁ ମୋର ପଜିଟିଭ ଆସିଛି । ଏଥିପାଇଁ ମୁଁ ନିଜକୁ ନିଜେ ସଂଗରୋଧରେ ରଖିବାକୁ ନିଷ୍ପତ୍ତି ନେଇଛି । ଯଦି କେହି ମୋ ସଂସ୍ପର୍ଶରେ ଆସିଛ ତାହେଲେ ନିଜର ପରୀକ୍ଷା କରାଇନିଅନ୍ତୁ । ମୁଁ ଡାକ୍ତରଙ୍କ ପରାମର୍ଶ ମାନି ନିୟମିତ ଔଷଧ ଖାଉଛି । କରୋନା ଗାଇଡଲାଇନ ପାଳନ କରି ଚଳୁଛି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.