Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ରାଜନୀତିରେ କ୍ରିକେଟର ମନୋଜ ତିୱାରୀଙ୍କ ଦମଦାର ଡେବ୍ୟୁ, ଶିବପୁର ଆସନରୁ ଜିତିଲେ ନିର୍ବାଚନ

2/05/2021 at 5:42 PM

କୋଲକାତା ୦୨ ।୦୫: ପୂର୍ବତନ ଭାରତୀୟ କ୍ରିକେଟ୍ର ମନୋଜ ତିୱାରୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଛନ୍ତି । ପ୍ରଥମ ଥର ରାଜନୀତି ମଇଦାନରେ ପାଦ ଥାପିଥିବା ମନୋଜ ତିୱାରୀ ତୃଣମୂଳ କଂଗ୍ରେସ ଟିକେଟରେ ଶିବପୁର ଆସନରୁ ବିଜୟ ହାସଲ କରିଛନ୍ତି । ସେ ବିଜେପିର ପ୍ରାର୍ଥୀ ଡ. ରତିନ ଚକ୍ରବର୍ତୀଙ୍କୁ ହରାଇଛନ୍ତି । ନିର୍ବାଚନ ପୂର୍ବରୁ ଟିଏମସି ଛାଡି ବିଜେପିରେ ସାମିଲ ହୋଇଥିବା ଡ. ରତିନ ହାୱାଡାର ମେୟର ମଧ୍ୟ ରହିଥିଲେ । ପଶ୍ଚିମବଙ୍ଗରେ କ୍ଷମତାସୀନ ତୃଣମୂଳ କଂଗ୍ରେସ(ଟିଏମସି)ର ନୂତନ ଚେହେରା ମନୋଜ ତିୱାରୀଙ୍କୁ ହାୱଡାର ଶିବପୁର ଆସନରୁ ପ୍ରାର୍ଥୀ କରାଯାଇଥିଲା ।

ଏହି ଆସନରୁ ତିନି ଥର ଟିଏମସି ଟିକେଟରେ ବିଧାୟକ ରହିଥିବା ଜାତୁ ଲାହିଡି ବିଧାନସଭା ନିର୍ବାଚନରେ ଟିକେଟ୍ ନମିଳିବାରୁ ପାର୍ଟି ଛାଡି ବିଜେପିରେ ଯୋଗ ଦେଇଥିଲେ । ଏହି ଆସନରେ ନିଜର ଦବଦବା ରଖୁଥିବା ୮୪ ବର୍ଷୀୟ ଲାହିଡି ୧୯୯୧ ଓ ୧୯୯୬ରେ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଜିତିଥିଲେ । ହେଲେ ଚଳିତ ଥର ପାର୍ଟି ଭିତରେ ଆଭ୍ୟନ୍ତରୀଣ ମତଭେଦ କାରଣରୁ ମଧ୍ୟ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲେ । ଚଳିତ ନିର୍ବାଚନରେ ତାଙ୍କୁ ଟିକେଟ୍ ମିଳିନଥିଲା ।

ସୂଚନାଯୋଗ୍ୟ, ମନୋଜ ତିୱାରୀ ଭାରତ ପକ୍ଷରୁ ୧୨ଟି ଦିନିକିଆ ଓ ତିନୋଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି । ସେ ଦିନିକିଆରେ ଏକ ଶତକ ଓ ଏକ ଅର୍ଦ୍ଧଶତକ ସହ ମୋଟ୍ ୨୮୭ ରନ କରିଛନ୍ତି । ଟି-୨୦ ଅନ୍ତରାଷ୍ଟ୍ରୀୟରେ ସେ କେବଳ ୧୫ ରନ କରିଛନ୍ତି । ଆଇପିଏଲରେ ସେ କେକେଆରର ପ୍ରତିନିଧିତ୍ୱ କରୁଥିଲେ । ସେ ନିଜ କ୍ୟାରିୟରରେ ୧୨୫ ପ୍ରଥମ ଶ୍ରେଣୀ କ୍ରିକେଟ୍ ଖେଳି ମୋଟ୍ ୮୯୬୫ ରନ କରିଛନ୍ତି । ଏଥିରେ ୨୭ ଶତକ ଓ ୩୭ ଅର୍ଦ୍ଧଶତକ ସାମିଲ । ସେ ଘରୋଇ କ୍ରିକେଟରେ ପଶ୍ଚିମବଙ୍ଗର ଅଧିନାୟକ ଥିଲେ ।

   Related Posts