Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

ମନୋଜ ତିଓ୍ଵାରୀଙ୍କ ଛୁଟି, ଆଦେଶ ଗୁପ୍ତା ହେଲେ ଦିଲ୍ଲୀ ବିଜେପିର ନୂତନ ସଭାପତି

2/06/2020 at 3:23 PM

ନୂଆଦିଲ୍ଲୀ ୦୨।୦୬: କରୋନା ସଙ୍କଟ ମଧ୍ୟରେ ଭାରତୀୟ ଜନତା ପାର୍ଟି(ବିଜେପି) ସଂଗଠନରେ ବଡ ପରିବର୍ତ୍ତନ କରିଛି। ଏଥିରେ ଦିଲ୍ଲୀ ସାଂସଦ ତଥା ଅଭିନେତା ମନୋଜ ତିଓ୍ଵାରୀଙ୍କୁ ଲାଗିଛି ବଡ ଝଟକା। ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ମନୋଜ ତିଓ୍ଵାରୀଙ୍କୁ ଦିଲ୍ଲୀ ରାଜ୍ୟ ବିଜେପି ସଭାପତି ପଦରୁ  ହଟାଇ ଆଦେଶ ଗୁପ୍ତାଙ୍କୁ ନୂତନ ସଭାପତି କରିଛନ୍ତି। ଏହା ସହିତ ଛତିଶଗଡ ରାଜ୍ୟ ବିଜେପି ସଭାପତି ପଦରେ ବିଷ୍ଣୁଦେବ ସାୟଙ୍କୁ ନିଯୁକ୍ତ କରାଯାଇଛି। ମନୋଜ ତିଓ୍ଵାରୀଙ୍କୁ ପଦରୁ କଣ ପାଇଁ ହଟାଗଲା ଏହା ପଛର କାରଣ ସ୍ପଷ୍ଟ ହୋଇ ନାହିଁ। ଏହି ବିଷୟରେ ପାର୍ଟି ମହାସଚିବ ଅରୁଣ ସିଂହଙ୍କ ପକ୍ଷରୁ ଆନୁଷ୍ଠାନିକ ପତ୍ର ଜାରି କରାଯାଇଛି।

ମଣିପୁରରେ ମଧ୍ୟ ନୂତନ ରାଜ୍ୟ ସଭାପତି ନିଯୁକ୍ତ କରାଯାଇଛି। ଏସ ଟିକେନ୍ଦ୍ର ସିଂହଙ୍କୁ ମଣିପୁର  ବିଜେପି ସଭାପତି ଦାୟିତ୍ଵ ଦିଆଯାଇଛି। ତିନୋଟି ରାଜ୍ୟ ସଭାପତିଙ୍କ ଘୋଷଣା ପାର୍ଟି ସଭାପତି ଜେପି ନଡ୍ଡାଙ୍କ ନିର୍ଦ୍ଦେଶରେ କରାଯାଇଛି।

କିଏ ଆଦେଶ ଗୁପ୍ତା

ମନୋଜ ତିଓ୍ଵାରୀଙ୍କୁ ହଟାଇ ବିଜେପି ଯାହାଙ୍କୁ ଦିଲ୍ଲୀର ରାଜ୍ୟ ସଭାପତି କରାଯାଇଛି ତାଙ୍କର ନାମ ଆଦେଶ ଗୁପ୍ତା। ଆଦେଶ ଗୁପ୍ତା ଏକ ବର୍ଷ ପୂର୍ବେ ନର୍ଥ ଏମସିଡିର ମେୟର ରହିଥିଲେ। କୁହାଯାଉଛି ବିଜେପି ତାଙ୍କ ଚେହେରାକୁ କାରବାରୀଙ୍କୁ ସନ୍ତୁଷ୍ଟ କରିବାକୁ ଆଗକୁ ଆଣିଛି। ମନୋଜ ତିଓ୍ଵାରୀଙ୍କୁ ହଟାଇ ବିଜେପି ଦିଲ୍ଲୀ ଲୋକଙ୍କ ସହିତ ଜଡିତ ନେତାଙ୍କୁ ସଭାପତି କରିଛି। ଦିଲ୍ଲୀ ଲୋକଙ୍କୁ ସଭାପତି କରିବାକୁ ବହୁ ପୂର୍ବରୁ ଦାବି ହୋଇ ଆସୁଥିଲା। ଗୋଟିଏ ସମୟ ଥିଲା ଆଦେଶ ଗୁପ୍ତା ଟ୍ୟୁସନ୍ ପଢାଇ ନିଜର ଘର ଚଳାଉଥିଲେ।

ଗତକାଲି ଅଟକ ରହିଥିଲେ ମନୋଜ ତିଓ୍ଵାରୀ

ନନୋଜ ତିଓ୍ଵାରୀଙ୍କୁ ପାର୍ଟି କର୍ମକର୍ତ୍ତାଙ୍କ ସହିତ ସୋମବାର ଲକ୍‌ଡାଉନ୍ର ନିୟମ ଉଲ୍ଲଂଘନ କରିବା ଆରୋପରେ ଅଟକ ରଖାଯାଇଥିଲା। ସେ ଦିଲ୍ଲୀରେ କୋଭିଡ୍-୧୯ ନିୟନ୍ତ୍ରଣ କରିବାରେ  କେଜ୍ରିଓ୍ଵାଲ ସରକାରଙ୍କ ବିଫଳତା ବିରୋଧରେ ପ୍ରଦର୍ଶନ କରିବା ପାଇଁ ରାଜଘାଟ ପହଞ୍ଚିଥିଲେ।

   Related Posts