Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରବିଚନ୍ଦ୍ରନ ଅଶ୍ବିନ ନିରାଶ, ଏହି ଖେଳାଳି ହେଲେ ‘ଟେଷ୍ଟ କ୍ରିକେଟର୍ ଅଫ୍‌ ଦି ଇୟର’
  • ||
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ମାନିଲେନି ଲକ୍‌ଡାଉନ୍‌ ନିୟମ : ମୁହଁରେ ମାସ୍କ ନଲଗାଇ ଖେଳିଲେ କ୍ରିକେଟ୍, ସାମାଜିକ ଦୂରତାକୁ ଫୁ

26/05/2020 at 12:41 PM

ନୂଆଦିଲ୍ଲୀ ୨୬।୦୫ : ଦେଶରେ କରୋନା ଭାଇରସ ସଂକ୍ରମଣର ପ୍ରକୋପ ଜାରି ରହିଛି। କରୋନା ସଂକ୍ରମଣକୁ ପ୍ରତିରୋଧ ଲାଗି ଦେଶରେ ଲକ୍‌ଡାଉନ୍ ଜାରି କରାଯାଇଛି। ସରକାର କ୍ରମାଗତ ଜନତାଙ୍କୁ କରୋନା ଭୂତାଣୁ ଓ ଲକ୍‌ଡାଉନ୍‌ ପ୍ରତି ସଚେତନ କରାଉଛନ୍ତି। ମାତ୍ର ଏବେ ଜନତାଙ୍କ ପ୍ରତିନିଧିତ୍ଵ କରୁଥିବା ନେତାମାନେ ଲକ୍‌ଡାଉନ୍‌ ନିୟମ ଭାଙ୍ଗୁଥିବା ନଜରକୁ ଆସିଛନ୍ତି। ମୋଦୀ ସରକାରରେ ମନ୍ତ୍ରୀ ଥିବା ସଦାନନ୍ଦ ଗୌଡା ଲକ୍‌ଡାଉନ୍ ନିୟମ ଭାଙ୍ଗିଥିଲେ ।ସେହିପରି ଦିଲ୍ଲୀ ବିଜେପି ଅଧ୍ୟକ୍ଷ ତଥା ସାଂସଦ ମନୋଜ ତିୱାରୀ ମଧ୍ୟ କୋଭିଡ ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି ।

ଲକ୍‌ଡାଉନ୍‌ ଏବଂ ହରିଆଣା ସୀମା ସିଲ୍‌ ହୋଇଥିଲେ ସୁଦ୍ଧା ବିଜେପି ନେତା ମନୋଜ ତିୱାରୀ ରାଜ୍ୟ ସହର ସୋନିପତରେ ପହଞ୍ଚିଥିଲେ । ଯେଉଁ କାର୍ଯ୍ୟକ୍ରମରେ ସେ ସାମିଲ ହୋଇଥିଲେ, ସେଠାରେ ସାମାଜିକ ଦୂରତ୍ୱ ପାଳନ କରାଯାଇ ନଥିଲେ । ଏମିତି କି ତିୱାରୀ ନିଜେ ବି ମାସ୍କ ପିନ୍ଧି ନ ଥିଲେ । ସାମାଜିକ ଦୂରତା ବି ରକ୍ଷା କରି ନ ଥିଲେ ।

ସୂଚନାଯୋଗ୍ୟ ଯେ, ମନୋଜ ତିୱାରୀ ହରିୟାଣୀର ସୋନିପତ ଯାଇ ସେଠାରେ ଏକ କ୍ରିକେଟ ମ୍ୟାଚରେ ଯୋଗଦେଇଥିଲେ । ସେଠାରେ ମ୍ୟାଚ ପାଇଁ ଅନେକ ଲୋକ ଜମା ହୋଇଥିଲେ, ଯାହାକି ବାରଣ କରାଯାଇଛି । ଏ ନେଇ ହସ୍ତଗତ ହୋଇଥିବା ଏକ ଭିଡିଓରେ ତିୱାରୀ ମୁହଁରେ ମାସ୍କ ନ ଲଗାଇ କ୍ରିକେଟ ଖେଳିଥିଲେ । ଏହାପରେ ବିନା ମାସ୍କରେ ଲୋକଙ୍କ ସାମ୍ନାରେ ଗୀତ ବି ଗାଇଥିଲେ । ଏହାର ଏକ ଭିଡିଓ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ରହିଥିବା ଜଣାପଡ଼ିଛି । ହରିଆଣା ସରକାର ସୀମା ସିଲ୍‌ କରିଥିବା ସତ୍ତେ୍ୱ ସୋନିପତରେ ତିୱାରୀ କେମିତି ପହଞ୍ଚିଲେ, ତାହାକୁ ନେଇ ପ୍ରଶ୍ନ ଉଠୁଛି ।

   Related Posts