ମନୋଜ ସିହ୍ନା ଜାମ୍ମୁ କାଶ୍ମୀରର ନୂଆ ଉପ ରାଜ୍ୟପାଳ, ଗିରୀଶଙ୍କ ଇସ୍ତଫା ଗ୍ରହଣ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

Published By : Prameya-News7 Bureau | August 06, 2020 IST

ନୂଆଦିଲ୍ଲୀ ୦୬।୦୮: ଜାମ୍ମୁ କାଶ୍ମୀରର ନୂଆ ଉପ ରାଜ୍ୟପାଳ ହେବେ ମନୋଜ ସିହ୍ନା। ରାଷ୍ଟ୍ରପତି କୋବିନ୍ଦ ଗିରିଶ ଚନ୍ଦ୍ର ମୁର୍ମୁଙ୍କ ଇସ୍ତଫା ଗ୍ରହଣ କରୁଥିବାରୁ ମନୋଜ ସିହ୍ନା ଏବେ ଜାମ୍ମୁ କାଶ୍ମୀରର ନୂଆ ଲେଫ୍ଟନାଣ୍ଟ ଗଭର୍ଣ୍ଣର ହେବେ । ଗତକାଲି ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୁ ନିଜ ପଦରୁ ଇସ୍ତଫା ଦେଇଥିଲେ ।

ଗତବର୍ଷ ଅକ୍ଟୋବର ୩୧ରେ ଓଡିଶାର ମୁର୍ମୁ ଜମ୍ମୁ କାଶ୍ଣୀରର ପ୍ରଥମ ଉପରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିଲେ। ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୁ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫା ପତ୍ର ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଥିଲେ । ତେବେ ରାଷ୍ଟ୍ରପତି ଏହାକୁ ଗ୍ରହଣ କରିଛନ୍ତି। 

wp:html /wp:html

୨୦୧୯ ଅଗଷ୍ଟରେ ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ କାଶ୍ମୀର ରାଜ୍ୟ ମାନ୍ୟତା ହରାଇଥିଲା। ଏହାପରେ ଜମ୍ମୁ କାଶ୍ମୀରର ପୁନର୍ଗଠନ ହୋଇଥିଲା। ଗତବର୍ଷ ଅକ୍ଟୋବର ୩୧ରେ ଓଡିଶାର ଗିରିଶ ଚନ୍ଦ୍ର ମୁର୍ମୁ ଜମ୍ମୁ କାଶ୍ଣୀରର ପ୍ରଥମ ଉପରାଜ୍ୟପାଳଭାବେ ନିଯୁକ୍ତ ହୋଇଥିଲେ । ତେବେ ଗତକାଲି ମୁର୍ମୁଙ୍କ ଇସ୍ତଫା ପରେ,  ସେ  ଦେଶର ପରବର୍ତ୍ତୀ ସିଏଜି ଭାବେ ଅବସ୍ଥାପିତ ହେବେ ବୋଲି ଚର୍ଚ୍ଚା ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.