ମନୋଜ ବାଜପେୟୀଙ୍କ ପିତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର, ହସ୍ପିଟାଲରେ ଭର୍ତ୍ତି

Published By : Prameya-News7 Bureau | September 17, 2021 IST

ମୁମ୍ବାଇ ୧୭/୦୯ : ବଲିଉଡ ଅଭିନେତା ମନୋଜ ବାଜପେୟୀଙ୍କ ପିତା ଦିଲ୍ଲୀରେ ଏକ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି ଏବଂ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ଜଣାପଡିଛି। ମନୋଜ ବାଜପେୟୀଙ୍କୁ ଯେତେବେଳେ ତାଙ୍କ ପିତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ସୂଚନା ଦିଆଯାଇଥିଲା ସେତେବେଳେ ସେ କେରଳରେ ଥିଲେ। କେରଳରେ ତାଙ୍କର ଆଗାମୀ ପ୍ରୋଜେକ୍ଟର ଶୁଟିଂ ଚାଲିଥିଲା। ପିତାଙ୍କ କଥା ଶୁଣିବା ମାତ୍ରେ ସେ ତୁରନ୍ତ କେରଳରୁ ଦିଲ୍ଲୀ ବାହାରି ଯାଇଛନ୍ତି।

ମନୋଜ ବାଜପେୟୀଙ୍କ ପିତାଙ୍କ ନା ରାଧାକାନ୍ତ ବାଜପେୟୀ ଓ ଜଣେ ଚାଷୀ।

ଏହା ପୂର୍ବରୁ ଦ ଫ୍ୟାମିଲି ମ୍ୟାନ-୨ରେ ୱେବ ସିରିଜରେ ମନୋଜ ବାଜପେୟୀଙ୍କୁ ଦେଖିବାକୁ ମିଳିଥିଲା। ଦର୍ଶକ ଏହି ୱେବ ସିରିଜକୁ ବହୁତ ପସନ୍ଦ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.