ଫିଲ୍ମରେ ବିକାଶ ଦୁବେ ଭୂମିକାରେ ନଜର ଆସିବେ ଅଭିନେତା ମନୋଜ ବାଜପାୟୀ ! ରଖିଲେ ଏହି ପ୍ରତିକ୍ରିୟା

Published By : Prameya-News7 Bureau | July 11, 2020 IST

ମୁମ୍ବାଇ ୧୧/୭: କାନପୁରର ଗ୍ୟାଙ୍ଗଷ୍ଟାର ବିକାଶ ଦୁବେଙ୍କ ଏନକାଉଣ୍ଟର ପରେ ସୋସିଆଲ୍ ମିଡିଆରେ ବିଭିନ୍ନ ପ୍ରକାର ଗୁଜବ ହେଉଛି। ଏହି ସମୟରେ ଏକ ଖବର ଶୁଣିବାକୁ ମିଳିଛି ଯେ ବିକାଶ ଦୁବେ ଉପରେ ଏକ ଫିଲ୍ମ କରିବାର ପ୍ଲାନିଂ ହେଉଛି ଏବଂ ଏଥିରେ ମନୋଜ ବାଜପାୟୀ ନଜର ଆସିବେ। ଫିଲ୍ମରେ ସେ ବିକାଶ ଦୁବେ ଭୂମିକାରେ ଦେଖାଯିବେ। ଏବେ ଏଥିରେ ମନୋଜ ନିଜ ପ୍ରତିକ୍ରିୟା ରଖିଛନ୍ତି।

wp:core-embed/twitter {"url":"https://twitter.com/BajpayeeManoj/status/1281513685131788293","type":"rich","providerNameSlug":"twitter","className":""}
https://twitter.com/BajpayeeManoj/status/1281513685131788293
/wp:core-embed/twitter

 ମନୋଜ ବାଜପାୟୀ ନିଜର ଏକ ଟ୍ବିଟରେ ଏହି ଗୁଜବକୁ ଖାରଜ କରି ଦେଇଛନ୍ତି। ସେ ଲେଖିଛନ୍ତି ଯେ ଏହା ଭୁଲ୍ ଖବର। ମନୋଜଙ୍କ ଏହି ଟ୍ବିଟରେ ତାଙ୍କ ପ୍ରଶଂସକ ତାଙ୍କୁ ଧନ୍ୟବାଦ ଦେଉଛନ୍ତି ଯେ ସେ ଏହି ମାମଲାରେ ନିଜ ପକ୍ଷ ରଖି ସବୁ କିଛି କ୍ଲିୟର କରି ଦେଇଛନ୍ତି।

{"id":298945,"width":588,"height":330,"sizeSlug":"large"}

ମଧ୍ୟପ୍ରଦେଶର ଉଜ୍ଜୈନରୁ ଗିରଫ ହୋଇଥିବା ଗ୍ୟାଙ୍ଗଷ୍ଟାର୍ ବିକାଶ ଦୁବେ ପୋଲିସ୍ ଏନକାଉଣ୍ଟରରେ ଶୁକ୍ରବାର ସକାଳେ ନିହତ ହୋଇଥିଲା। ବିକାଶ ଦୁବେ ବିରୋଧରେ କାନପୁରର ବିକରୁ ଗାଁର ୮ଜଣ ପୋଲିସ୍ କର୍ମୀଙ୍କୁ ଶହୀଦ କରିବାର ଅଭିଯୋଗ ଥିଲା। ତାକୁ ୟୁପି ଏସଟିଏଫ ଟିମ୍ କାନପୁର ଆଣୁଥିବାବେଳେ ହାଇଓ୍ବେରେ ଗାଡ଼ି ଓଲଟି ଯାଇଥିଲା। ସାମନାରେ ଗାଈ ଏବଂ ମଇଁଷି ଦଳ ଆସିଯିବାରୁ ଏହି ଦୁର୍ଘଟଣା ଘଟିଥିଲା ବୋଲି ପୋଲିସ୍ କହିଥିଲା। ଏହା ପରେ ବିକାଶ ଗୁଳି କରି ଖସି ପଳାଇବାକୁ ଉଦ୍ୟମ କରିଥିଲା ଯାହାର ଜବାବରେ ପୋଲିସ୍ ଏନକାଉଣ୍ଟରରେ ତାକୁ ଗୁଳି କରି ଦେଇଥିଲା।

{"id":298946,"sizeSlug":"large"}

 ମନୋଜ ସୋନି ଲାଇଭରେ ରିଲିଜ ହୋଇଥିବା ଫିଲ୍ମ ଭୋଁସଲେରେ ନଜର ଆସିଥିଲେ। ଏବେ ମନୋଜ ରାଜ ଏବଂ ଡିକେଙ୍କ ଫେମସ୍ ଓ୍ବେବ୍ ସିରିଜ ଦ ଫ୍ୟାମିଲି ମ୍ୟାନର ଦ୍ବିତୀୟ ସିଜନରେ ଦେଖାଯିବେ।

{"id":298947,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.