ଆଜି ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ଶେଷକୃତ୍ୟ ; ରାଷ୍ଟ୍ରୀୟ ଶୋକ ପାଳନ ସହ ଗୋଆରେ ସମସ୍ତ ଅଫିସ, ସ୍କୁଲ, କଲେଜ ଛୁଟି

Published By : Prameya-News7 Bureau | March 18, 2019 IST

ଗୋଆ ୧୮|୩ : ଆଜି ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ  ମନୋହର ପାରିକରଙ୍କ ଅନ୍ତିମ ସଂସ୍କାର ହେବ । ତାଙ୍କ ପାର୍ଥିବ ଶରୀର ସକାଳ ସାଢେ ୯ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ପାଣାଜୀ ସ୍ଥିତ ବିଜେପି କାର୍ଯ୍ୟାଳୟରେ ରଖାଯିବ। ଏହାପରେ ପାର୍ଥିବ ଶରୀରକୁ ସ୍ଥାନୀୟ କଳା ଏକାଡେମୀ ନିଆଯିବ ।

{"id":94655}

ଗତକାଲି ରାତିରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରି ପାଣାଜୀରେ ପହଞ୍ଚିଥିବା ବେଳେ ଆଜି ଗୃହ ମନ୍ତ୍ରୀ ରାଜନାଥ ସିଂ ପାରିକରଙ୍କ ଶେଷ ଦର୍ଶନ ପାଇଁ ଗୌଆ ଯିବେ । ଦିନ ୧୧ଟାରୁ ଅପରାହ୍ନ ୪ଟା ମଧ୍ୟରେ ସାଧାରଣ ଲୋକେ ପାରିକରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇପାରିବେ । ସଂଧ୍ୟା ୫ଟାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ପାରିକରଙ୍କ ବିୟୋଗରେ ଆଜି ରାଷ୍ଟ୍ରୀୟ ଶୋକ ପାଳନ କରାଯାଉଛି । ଗୋଆରେ ଆଜି  ସମସ୍ତ ସରକାରୀ କାର୍ଯ୍ୟାଳୟ, ବେସରକାରୀ ପ୍ରତିଷ୍ଠାନ ଏବଂ ସମସ୍ତ ଶିକ୍ଷାନୁଷ୍ଠାନ, ସ୍କୁଲ କଲେଜ ସବୁ ବନ୍ଦ ରହିଛି । ଗୋଆରେ ସମସ୍ତ କୋର୍ଟ ଆଜି ବନ୍ଦ ରହିଛି ।  ଏପଟେ ଆଜି ହେବାକୁ ଥିବା ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ବାତିଲ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.