ହରିୟାଣା: ‘କିଷାନ ମହାପଞ୍ଚାୟତ’ ବାତିଲ ପରେ ବର୍ଷିଲେ ଖଟ୍ଟର, କହିଲେ ତାଙ୍କ ସହ ହୋଇଛି ଧୋକା

Published By : Prameya-News7 Bureau | January 10, 2021 IST

କରନାଲ ୧୦।୧: ହରିୟାଣା କର୍ଣ୍ଣଲରେ ରବିବାର ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟରଙ୍କ କିଷାନ ମହାପଞ୍ଚାୟତ କାର୍ଯ୍ୟକ୍ରମ ବାତିଲ ହୋଇଯାଇଛି। ଚାଷୀ ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ ହେଲିପ୍ୟାଡ ଅକ୍ତିଆର କରିନେବା ସହ ତାଙ୍କ ସଭାମଞ୍ଚ ଭାଙ୍ଗି ଦେଇଛନ୍ତି। ଘଟଣାକୁ ନେଇ ଖଟ୍ଟର ଗଣମାଧ୍ୟମ ସମ୍ମୁଖକୁ ଆସିଛନ୍ତି। ତାଙ୍କୁ ଧୋକା ଦିଆଯାଇଥିବା ଅଭିଯୋଗ କରିଛନ୍ତି।

{"id":390292,"sizeSlug":"large","linkDestination":"none"}

ସରକାରଙ୍କ ଆଇନ ସମ୍ପର୍କରେ ଚାଷୀଙ୍କୁ ବୁଝାଇବା ପାଇଁ ମହାପଞ୍ଚାୟତ ଆୟୋଜନ କରାଯାଇଥିଲା। ତେବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ବିକ୍ଷୋଭକାରୀ ପ୍ରତୀକ ବିକ୍ଷୋଭ କରିବେ ବୋଲି ଅନୁମତି ନେଇ ଲଙ୍କାକାଣ୍ଡ ଭିଆଇଛନ୍ତି ବୋଲି ସେ କହିଛନ୍ତି। ଏହା ପଛରେ କଂଗ୍ରେସ ଓ ବାମପନ୍ଥୀଙ୍କ ହାତ ଥିବା ଖଟ୍ଟର ସନ୍ଦେହ କରୁଛନ୍ତି।

{"id":390293,"sizeSlug":"large","linkDestination":"none"}

କେନ୍ଦ୍ର ସରକାରଙ୍କ ୩ କୃଷି ଆଇନ ନେଇ ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ ବୁଝାଇଥାନ୍ତେ। ହେଲେ କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ବନ୍ଦ ହୋଇଥିଲା।   ଭାରତ କିଷାନ ୟୁନିୟନ (ବିକେୟୁ) ନେତା ଗୁରୁନାମ ସିଂହ ଚରୁନି ଏହି କାର୍ଯ୍ୟକ୍ରମ ହୋଇପାରିବନି ବୋଲି ପୂର୍ବରୁ କହିଥିଲେ। ଚାଷୀମାନେ ୩ଟି କଳା ଆଇନର ପ୍ରତ୍ୟାହାର ଚାହୁଁଛନ୍ତି। ଏଣୁ ଆଇନ ସମ୍ପର୍କରେ ଓକିଲାତି କରାଇ ଦିଆଯିବନି ବୋଲି ଚାରୁନି କହିଥିଲେ।

{"id":390294,"sizeSlug":"large","linkDestination":"none"}

ଏହା ସତ୍ତ୍ୱେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ ବିକ୍ଷୋଭକାରୀ ଚାଷୀ ସଭାମଞ୍ଚ ଭାଙ୍ଗି ଛାରଖାର କରିଦେଇଛନ୍ତି।  ବିକ୍ଷୋଭକାରୀ ଚାଷୀଙ୍କୁ ଘଉଡାଇବା ଲାଗି ପୋଲିସ ପାଣି ମାଡ କରିବା ସାଙ୍ଗକୁ ଲୁହବୁହା ବାସ୍ପ ପ୍ରୟୋଗ କରିଥିଲା।  ହରିୟାଣାରେ ଖଟ୍ଟର ସରକାରଙ୍କ ଚାଷୀ ନିର୍ଯାତନାକୁ ରାଜସ୍ଥାନର ଅଶୋକ ଗେହଲୋତ ସରକାର ନିନ୍ଦା କରିଛନ୍ତି। ଗେହଲୋତ ଦିଲ୍ଲୀ ଯାଉଥିବା ରାଜସ୍ଥାନର ଚାଷୀଙ୍କୁ ହରିୟାଣାରେ ପୋଲିସ ହଇରାଣ କରୁଥିବା ଅଭିଯୋଗ କରିଛନ୍ତି। ଏହା କଦାପି ଗ୍ରହଣୀୟ ନୁହେଁ ବୋଲି ଗେହଲୋତ ଚେତାଇଛନ୍ତି।

{"id":390295,"width":576,"height":439,"sizeSlug":"large","linkDestination":"none"}

ଗେହଲୋତଙ୍କୁ ସମର୍ଥନ କରିଛନ୍ତି କଂଗ୍ରେସ ମୁଖପାତ୍ର ରଣଦୀପ ସୂରଜେୱାଲା। ଚାଷୀ ସେମାନଙ୍କ ବିରୋଧ ପ୍ରଦର୍ଶନ ଲାଗି ଯାଉଛନ୍ତି। ଏଥିରେ ହରିୟାଣା ସରକାରଙ୍କୁ କଣ ଅସୁବିଧା ହେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଚାଷୀ ହରିୟାଣା ସରକାରଙ୍କୁ ବିରୋଧ କରୁ ନାହାନ୍ତି। ଏଥିରେ ଉପରେ ପଡି ଚାଷୀଙ୍କ ଉପରେ ପୋଲିସ ଜୁଲୁମ କରିବା ମାତ୍ରାଧିକ ଅନୁରକ୍ତି ବୋଲି କହିଛନ୍ତି ସୂରଜେୱାଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.