କୃଷକ ଆନ୍ଦୋଳନରେ ଦୋହଲିଲା ହରିୟାଣା ମେଣ୍ଟ ସରକାର, ଅମିତ୍ ଶାହାଙ୍କୁ ଭେଟିଲେ ମନୋହର ଲାଲ ଖଟ୍ଟର ଓ ଦୁଷ୍ୟନ୍ତ ଚୌଟାଲା

Published By : Prameya-News7 Bureau | January 12, 2021 IST

ଚଣ୍ଡିଗଡ ୧୨।୦୧: କୃଷକ ଆନ୍ଦେଳନ ମଧ୍ୟରେ ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଓ ଉପ ମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲା ଗୃହ ମନ୍ତ୍ରଣାଳୟ ପହଞ୍ଚିଛନ୍ତି। ସେଠାରେ ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହାଙ୍କୁ ଭେଟିଛନ୍ତି। ବୈଠକ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କୃଷକ ଆନ୍ଦୋଳନ ନେଇ ସ୍ଵରାଷ୍ଟ୍ର ମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି। ଆଜି ସୁପ୍ରିମକୋର୍ଟ କୃଷି ଆଇନ୍ ଉପରେ ରୋକ୍ ଲଗାଇବା ସହିତ ଏହାର ସମାଧାନ ପାଇଁ ଏକ କମିଟି ଗଠନ କରିଛନ୍ତି। ଏହି ସବୁ ମାମଲାରେ ଆଲୋଚନା ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଖଟ୍ଟର କହିଛନ୍ତି ଜାନୁଆରୀ ୨୬ରେ ଜନରାଜ୍ୟ ଦିବସ କାର୍ଯ୍ୟକ୍ରମ ବହୁତ ଭଲ ହେବା ଉଚିତ୍। କାରଣ ଏହା ଏକ  ଜାତୀୟ ପର୍ବ। ନିଜର ସାମ୍ଵାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ କୃଷକଙ୍କୁ ମାମଲାର ସମାଧାନ ଶାନ୍ତିପୂର୍ଣ୍ଣ ହେବ ବୋଲି ଆଶ୍ଵାସନା ଦେଇଛନ୍ତି।  ଏହା ଆଶା କରାଯାଉଛି ଯେ କୃଷକ ଆନ୍ଦୋଳନ ବନ୍ଦ କରିବେ ଏବଂ ଘରକୁ ଫେରି ଯିବେ।

wp:html /wp:html

କୃଷକ ଆନ୍ଦୋଳନର ପ୍ରଭାବ ଏବେ ହରିୟାଣାର ବିଜେପି-ଜେଜେପି ମେଣ୍ଟ ସରକାର ଉପରେ ପଡିଛି। ଆଇନ ପ୍ରତ୍ୟାହାର ନେଇ ହରିୟାଣା ସରକାର ଉପରେ ଚାପ ପଡିବାରେ ଲାଗିଛି। ଫଳସ୍ଵରୂପ ଆଇନ ବିରୋଧରେ ଅସନ୍ତୁଷ୍ଟ କୃଷକ କରନାଲର କୈମଲା ଗାଁରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ମହା ପଞ୍ଚାୟତକୁ ହେବାକୁ ଦେଇନଥିଲେ। ଏପରିକି ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରକୁ ଅବତରଣ କରିବାକୁ ଦିଆଯାଇନଥିଲା। କରନାଲା ସଂସଦୀୟ କ୍ଷେତ୍ର ବିଜେପି ପାଖରେ ଏବଂ ଖୋଦ୍ ମୁଖ୍ୟମନ୍ତ୍ରୀ ଖଟ୍ଟର  କରନାଲ ନିର୍ବାଚନୀ ମଣ୍ଡଳରୁ ନିର୍ବାଚିତ ହୋଇଛନ୍ତି। ଏହା ସତ୍ଵେ ବି ତାଙ୍କୁ କୃଷକଙ୍କ ପ୍ରବଳ ବିରୋଧର ସାମ୍ନା କରିବାକୁ ପଡିଛି।

ଅପରପକ୍ଷେ ସହଯୋଗୀ ପାର୍ଟି  ଜେଜେପି ସ୍ପଷ୍ଟ ଭାବେ କହିଛି ଯେ ଯଦି ସରକାର କୃଷି ଆଇନ ପ୍ରତ୍ୟାହାର ନକରନ୍ତି ତେବେ ମେଣ୍ଟ ସରକାରକୁ ବହୁମୂଲ୍ୟ ଦେବାକୁ ପଡିପାରେ। ଯଦି କୃଷକ ଆନ୍ଦୋଳନ ଅଧିକ ସମୟ ଜାରି ରହେ ତେବେ ଜେଜେପି ସଭାପତି ଦୁଷ୍ୟନ୍ତ ଚୌଟାଲାଙ୍କ ଉପରେ ଚାପ ବଢି ଚାଲିବ।

ସେହି ପରି ଜେଜେପି ବିଧାୟକ ଯୋଗୀ ରାମ ସିହାଗ କହିଛନ୍ତି କେନ୍ଦ୍ରକୁ ନୂତନ କୃଷି ଆଇନ୍‌ ପ୍ରତ୍ୟାହାର କରିବା ଉଚିତ୍। କାରଣ ହରିୟାଣା, ପଞ୍ଜାବ ଓ ଦେଶର କୃଷକଙ୍କ ଏହି ଆଇନ ବିରୋଧରେ ଅଛନ୍ତି। ଆମେ ଦୁଷ୍ୟନ୍ତଙ୍କୁ ଅନୁରୋଧ କରୁଛୁ ଯେ  ଆମର ଭାବନାକୁ ଅମିତ୍ ଶାହାଙ୍କୁ ଅବଗତ କରାନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.