Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରୋଗୀଙ୍କ ମୁଣ୍ଡରେ କ୍ରିକେଟ ବଲ୍ ଭଳି ବ୍ଲାକ୍ ଫଙ୍ଗସ୍, ଆଇଜିଆଇଏମଏସରେ ଅପରେସନ କରି ବାହାର କଲେ ଡାକ୍ତର
  • ||
  • ୧୬ରୁ ଖୋଲିବ ସମସ୍ତ କେନ୍ଦ୍ରୀୟ କୀର୍ତ୍ତିରାଜି, କୋଭିଡ଼ କଟକଣା ମାନିବାକୁ ASI ପକ୍ଷରୁ ନିର୍ଦ୍ଦେଶନାମା
  • ||
  • ମୁହାଁମୁହିଁ ହେଲେ ୨ କାର୍, ସାମ୍ବାଦିକଙ୍କ ସମେତ ୩ ଗୁରୁତର
  • ||
  • ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ପୂର୍ବରୁ ଜାଡେଜାଙ୍କ ଦମଦାର୍ ବ୍ୟାଟିଂ : ବଢିଲା ନ୍ୟୁଜିଲାଣ୍ଡର ଚିନ୍ତା, ବିସିସିଆଇ ପୋଷ୍ଟ୍ କଲା ଭିଡିଓ
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୪୩୩୯ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ, ୩୩୪୬ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • ମୋହନା ବାପା-ପୁଅ ହତ୍ୟା ଘଟଣା : ୧୨ ଅଟକ, ଗୁଣି ଗାରେଡି ସନ୍ଦେହରୁ ଡବଲ୍ ମର୍ଡର୍ !
  • ||
  • ଇସ୍ରାଏଲ୍‌ରେ ସରିଲା ନେତ୍‌ନ୍ୟାହୁଙ୍କ ଶାସନ, ନଫତାଲୀ ବେନେଟ୍ ହେଲେ ନୂଆ ପ୍ରଧାନମନ୍ତ୍ରୀ
  • ||
  • ସାରା ରାଜ୍ୟକୁ ଛୁଇଁଲା ମୌସୁମୀ : ୧୬ ଯାଏଁ ପାଗ ମେଘୁଆ, ହେବ ବିକ୍ଷିପ୍ତ ବର୍ଷା
  • ||

ସମ୍ବଲପୁର ଆହାର କେନ୍ଦ୍ରର ଖାଦ୍ୟ ଫୋପାଡିବା ଘଟଣା ; ଆହାର କେନ୍ଦ୍ର ମ୍ୟାନେଜରଙ୍କୁ କାର୍ଯ୍ୟରୁ ହଟାଇଲା ମାନା ଟ୍ରଷ୍ଟ

18/01/2019 at 12:15 PM

ସମ୍ବଲପୁର ୧୮|୧: ସମ୍ବଲପୁର ଆହାର କେନ୍ଦ୍ରର ଖାଦ୍ୟ ଫୋପାଡିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଆହାର କେନ୍ଦ୍ର ମ୍ୟାନେଜରଙ୍କୁ କାର୍ଯ୍ୟରୁ ହଟାଇଲା ମାନା ଟ୍ରଷ୍ଟ । ମ୍ୟାନେଜର ଶୁଭରଞ୍ଜନ ମହାପାତ୍ରଙ୍କୁ କାର୍ଯ୍ୟରୁ ହଟଯାଇଛି । ମୋଟ୍ ୨୭୦୯ ଜଣଙ୍କ ଖାଦ୍ୟ ଫୋପଡା ଯାଇଥିବା ତଦନ୍ତ ରିପୋର୍ଟରେ ଜଣାପଡିଛି । ଏହି ସବୁ ଖାଦ୍ୟ ପାଇଁ ଟଙ୍କା ଭରଣା କରିବ ଆହାର କେନ୍ଦ୍ର ପରିଚାଳନା କରୁଥିବା ମାନା ଟ୍ରଷ୍ଟ । ସମ୍ବଲପୁର ମହାନଗର ନିଗମ ଉପକମିଶନର ସୁଧାଂଶୁ କୁମାର ଭୋଇ ଏନେଇ ସୂଚନା ଦେଇଛନ୍ତି । ପୂର୍ବରୁ ବିଭିନ୍ନ କାରଣରୁ ଟ୍ରଷ୍ଟର ୩ ଜଣ ମ୍ୟାନେଜରଙ୍କୁ କାର୍ଯ୍ୟରୁ ହଟାଯାଇଛି ।

ସୂଚନା ଅନୁସାରେ ଗତ ୧୦ ତାରିଖରେ ଭାରତ ବନ୍ଦ ଥିବା ବେଳେ ବେଶ୍ ଅଧିକ ପରିମାଣର ଖାଦ୍ୟ ରନ୍ଧା ଯାଇଥିଲା । ହେଲେ ଖାଦ୍ୟକୁ ବେଶି ଲୋକ ଖାଇ ନଥିଲେ । ଫଳରେ ଟ୍ରାକ୍ଟର ଟ୍ରାକ୍ଟର ଭର୍ତ୍ତି ଖାଦ୍ୟକୁ ଅଳିଆ ଗଦାରେ ଫୋପଡା ଯାଇଥିଲା । ଏନେଇ ପ୍ରଥମେ ଖବର ପ୍ରସାରଣ କରିଥିଲା ନ୍ୟୁଜ ୭ । ଏହାପରେ ପ୍ରଶାସନିକ ସ୍ତରରେ ତଦନ୍ତ ଆରମ୍ଭ ହୋଇଥିଲା ।

   Related Posts