ସାମ୍ନାକୁ ଆସିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ “ମନ୍ କି ବାତ୍” କାର୍ଯ୍ୟକ୍ରମର ଖର୍ଚ୍ଚ ଓ ଆୟ ହିସାବ : ଆରଟିଆଇ କର୍ମୀ କଲେ ଖୁଲାସା

Published By : Prameya-News7 Bureau | November 17, 2020 IST

ନୂଆଦିଲ୍ଲୀ ୧୭/୧୧ : ପ୍ରଧାନମନ୍ତ୍ରୀ ମୋଦିଙ୍କ ଏକ ଲୋକପ୍ରିୟ କାର୍ଯ୍ୟକ୍ରମ ହେଉଛି “ମନ୍ କି ବାତ୍” । ୨୦୧୪ ରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ପାଖାପାଖି ୭ ବର୍ଷ ହେଲା ଏହି କାର୍ଯ୍ୟକ୍ରମ କରିଆସୁଛନ୍ତି ପ୍ରଧାନମନ୍ତ୍ରୀ । ପ୍ରତି ମାସର ଗୁରୁତ୍ବପୂର୍ଣ୍ଣ କଥାବସ୍ତୁକୁ ନେଇ ଅଲ ଇଣ୍ଡିଆ ରେଡିଓ ମାଧ୍ୟରେ ସାଧାରଣ ଜନତାଙ୍କ ନିକଟରେ ନିଜର ଅଭିଭାଷଣ ରଖନ୍ତି ପ୍ରଧାନମନ୍ତ୍ରୀ ମୋଦି । ୨୫ ଅକ୍ଟୋବର ୨୦୨୦ରେ ଏହାର ୭୦ ତମ ଏପିସୋଡକୁ ଉଦବୋଧନ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କିନ୍ତୁ ଏହି ମନ୍ କି ବାତ୍ କାର୍ଯ୍ୟକ୍ରମରେ ସରକାରଙ୍କର କେତେ ଖର୍ଚ୍ଚ ଏବଂ ଲାଭ ହେଉଛି ତାହା ଆପଣ ଜାଣିଛନ୍ତି କି ?

{"id":363403,"width":584,"height":296,"sizeSlug":"large"}

ସୂଚନା ଅଧିକାର କର୍ମୀ ଅନିକେତ ଗୌରଭ “ମନ୍ କି ବାତ୍” କାର୍ଯ୍ୟକ୍ରମରେ ସରକାରଙ୍କ କେତେ ଖର୍ଚ୍ଚ ଏବଂ ଲାଭ ପାଉଛନ୍ତି, ସୂଚନା ଅଧିକାର ଆଇନ ବଳରେ ତାହାକୁ ସାମ୍ନାକୁ ଆଣିଛନ୍ତି । ସେ ଦେଇଥିବା ତଥ୍ୟ ଅନୁସାରେ ୨୦୧୪ରୁ ୨୦୨୦, ପାଖାପାଖି ୭ ବର୍ଷ ମଧ୍ୟରେ ଏହାକୁ ପ୍ରଚାର ପ୍ରସାର ପାଇଁ ବିଜ୍ଞାପନ ବାବଦକୁ ୭.୨୯ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ସରକାର । ଏହି କାର୍ଯ୍ୟକ୍ରମ ମାଧ୍ୟମରେ କେନ୍ଦ୍ର ସରକାର ଯେତିକି ଟଙ୍କା ଖର୍ଚ୍ଚ କରିଛନ୍ତି ତାର ପ୍ରାୟ ୪ ଗୁଣ ଅର୍ଥାତ ୩୦.୨୮ କୋଟି ଟଙ୍କା ଆୟ କରିଛନ୍ତି ।

{"id":363404,"width":585,"height":291,"sizeSlug":"large"}

“ମନ୍ କି ବାତ୍”  ଶେଷ ହେବା ପରେ ଶ୍ରୋତାମାନଙ୍କୁ ଏହି କାର୍ଯ୍ୟକ୍ରମ କିପରି ଲାଗିଲା ତାହା ଜାଣିବା ପାଇଁ ଫିଡବ୍ୟାକ୍ ମାଗନ୍ତି ପ୍ରଧାନମନ୍ତ୍ରୀ । ବିରୋଧୀମାନେ ମଧ୍ୟ ଅନେକ ସମୟରେ ପ୍ରୋଗ୍ରାମ ବାବଦରେ ଏବଂ ବିଜ୍ଞାପନ ବାବଦର କେତେ ଟଙ୍କା ଖର୍ଚ୍ଚ ହେଉଛି ତାହାର ହିସାବ ମଧ୍ୟ ମାଗନ୍ତି । ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ପ୍ରଧାନମନ୍ତ୍ରୀଙ୍କର ଏହି “ମନ୍ କି ବାତ୍” କାର୍ଯ୍ୟକ୍ରମର ଲୋକପ୍ରିୟତାକୁ ଦେଖି କଂଗ୍ରେସ ଦଳ ସର୍ବଦା ଏହି ପ୍ରସଙ୍ଗକୁ ଉତଥାପନ କରିଛି । ଯେତେବେଳେକି ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସିଧା ସଳଖ କୃଷକ, ମହିଳା, ଯୁବକଙ୍କ ସହିତ କଥା ହୁଅନ୍ତି ଏବଂ ସେମାନଙ୍କ ସମସ୍ୟା ବିଷୟରେ ଅବଗତ ହୁଅନ୍ତି । ସେପଟେ କଂଗ୍ରେସ ନେତା ରାସିଦ ଆଲଭି ମୋଦିଙ୍କୁ କଟାକ୍ଷ କରି କହିଛନ୍ତି , ପ୍ରଧାନମନ୍ତ୍ରୀ ଯଦି ପ୍ରତିଦିନ “ମନ୍ କି ବାତ୍” କାର୍ଯ୍ୟକ୍ରମ କରନ୍ତେ ତେବେ ଭାରତର ଅର୍ଥନୀତିରେ ସୁଧାର ଆସିପାରନ୍ତା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.