Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶବ୍ୟାପୀ ତ୍ରିରଙ୍ଗା ରାଲି ବାହାର କରିବେ କୃଷକ, ଅଗଷ୍ଟ ୧୫ରେ ପାଳନ କରିବେ ଏହି ଦିବସ
  • ||
  • ଟୋକିଓ ଅଲିମ୍ପିକ୍ସ: ଆଜି ଇତିହାସ ରଚିବାକୁ ଓହ୍ଲାଇବେ ରବି ଦାହିଆ, ପୁରୁଷ ହକି ଉପରେ ବି ରହିବ ନଜର
  • ||
  • ତୃତୀୟ ଲହରକୁ ନେଇ ସତର୍କ କରାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଭକ୍ତଙ୍କ ପାଇଁ ବଡ଼ ଘୋଷଣା, ୧୬ ତାରିଖରୁ ଖୋଲିବ ଶ୍ରୀମନ୍ଦିର
  • ||
  • ଅଗଷ୍ଟ ୧୬ରୁ ଶ୍ରୀମନ୍ଦିର ଖୋଲିବ
  • ||
  • ଟୋକିଓ ଅଲିମ୍ପିକ୍ସ ହକି ସେମିଫାଇନାଲ୍‌ରେ ହାରିଲା ମହିଳା ଦଳ, ଫାଇନାଲ୍‌କୁ ଉନ୍ନିତ ହେଲା ଆର୍ଜେଣ୍ଟିନା
  • ||
  • ଦେବଗଡ : ହନୁମାନ ପଇସା ରାକେଟ୍ ଠାବ : ୩ ଗିରଫ, ୨ଟି ହନୁମାନ ପଇସା ଜବତ
  • ||
  • ସାଲେପୁର : ସାଲେପୁର ଅଞ୍ଚଳରୁ ବିରଳ ଏଣ୍ଡୁଅ ଉଦ୍ଧାର, ବଦଳାଉଛି ରଙ୍ଗ
  • ||
  • ଢେଙ୍କାନାଳ : ବିକ୍ରି କରୁଥିଲେ ବାରହା ମାଂସ, ୩ ଶିକାରୀଙ୍କୁ ବାନ୍ଧିଲା ବନ ବିଭାଗ
  • ||
  • ଅନୁଗୋଳ : ରେଙ୍ଗାଳି ଡ୍ୟାମ୍‌ରୁ ଛଡାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ, ୭ ନମ୍ବର ଗେଟ୍ ଦେଇ ଜଳ ନିଷ୍କାସିତ
  • ||

ଆର୍ଥିକ ସଙ୍କଟର ମୁକାବିଲା ପାଇଁ ତିନୋଟି ପଦକ୍ଷେପ ଗ୍ରହଣ କରାଯିବା ଉଚିତ ବୋଲି ପରାମର୍ଶ ଦେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ

10/08/2020 at 12:28 PM

ନୂଆଦିଲ୍ଲୀ ୧୦/୦୮ : ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଅର୍ଥ ବ୍ୟବସ୍ଥା ସୁଧାରିବାକୁ ପରାମର୍ଶ ଦେଇଛନ୍ତି | କରୋନା ମହାମାରୀ ଯୋଗୁଁ ଦେଶର ଅର୍ଥ ବ୍ୟବସ୍ଥା ସଙ୍କଟ ପରିସ୍ଥିତି ଦେଇ ଗତି କରୁଛି | ୨୦୧୯-୨୦ ମସିହାରେ ଜିଡିପି ଗ୍ରୋଥ ୪.୨ ପ୍ରତିଶତ ରହିଛି | ଏକ ଦଶକରେ ଏହା ସବୁଠାରୁ କମ ଗ୍ରୋଥ ରେଟ | ମନମୋହନ ସିଂ କହିଛନ୍ତି ଜେ ଆର୍ଥିକ ସଙ୍କଟ ସୁଧାରିବା ପାଇଁ ୩ଟି ପଦକ୍ଷେପ ନେବାକୁ ହେବ |

ବିବିସିର ପ୍ରକାଶିତ ରିପୋର୍ଟ ଅନୁଯାୟୀ, ପୂର୍ବତନ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସଙ୍କଟ ଦୂର କରିବାକୁ ଏବଂ ଆଗାମୀ ବର୍ଷରେ ସାମାନ୍ୟ ଆର୍ଥିକ ସ୍ଥିତି ବଜାୟ ରଖିବାକୁ ସରକାରଙ୍କୁ ୩ଟି ପଦକ୍ଷେପ ନେବାକୁ ହେବ | ପ୍ରଥମ-ସରକାରଙ୍କୁ ଲୋକଙ୍କ ଜୀବିକା ସୁନିଶ୍ଚିତ କରିବାକୁ ହେବ ଏବଂ ସିଧାସଳଖ ନଗଦ ଟଙ୍କା ଟ୍ରାନ୍ସଫର କରି ସେମାନଙ୍କ ଖର୍ଚ୍ଚ ଶକ୍ତିକୁ ମଜବୁତ କରିବାକୁ ହେବ |

ଦ୍ୱିତୀୟରେ, ସରକାର ସମର୍ଥିତ କ୍ରେଡିଟ ଗ୍ୟାରେଣ୍ଟି ପ୍ରୋଗ୍ରାମ ମାଧ୍ୟମରେ ବ୍ୟବସାୟୀଙ୍କ ପାଇଁ ପର୍ଯ୍ୟାପ୍ତ ପୁଞ୍ଜି ଉପଲବ୍ଧ କରାଇବାକୁ ହେବ | ତୃତୀୟରେ, ଇନ୍ସଟିଚ୍ୟୁସନାଲ ଅଟୋନମି ଆଣ୍ଡ ପ୍ରୋସେସ ମାଧ୍ୟମରେ ଫାଇନାନସିଆଲ ସେକ୍ଟରକୁ ଠିକ କରିବା ଉଚିତ |

ଭାରତୀୟ ଅର୍ଥ ବ୍ୟବସ୍ଥା ମହାମାରୀ ପୂର୍ବରୁ ହିଁ ଆର୍ଥିକ ମାନ୍ଦାବସ୍ଥା ଚାଲିଥିଲା | ୨୦୧୯-୨୦ ରେ ଜିଡିପି ଗ୍ରୋଥ ରେଟ ଦଶକର ସର୍ବନିମ୍ନ ୪.୨ ପ୍ରତିଶତ ରହିଛି | ବହୁ ସମୟ ଧରି ବନ୍ଦ ରହିବା ପରେ ଦେଶ ବର୍ତ୍ତମାନ ଧୀରେ ଧୀରେ ଅନଲକ ହେଉଛି | କିନ୍ତୁ ସଂକ୍ରମଣ ବୃଦ୍ଧି ପାଇବା ଯୋଗୁଁ ଭବିଷ୍ୟତ ଅନିଶ୍ଚିତତା ମଧ୍ୟରେ ରହିଛି | ସଂକ୍ରମଣ ମାମଲାରେ ଆମେରିକା, ବ୍ରାଜିଲ ପରେ ଭାରତ ତୃତୀୟ ସ୍ଥାନରେ ରହିଛି |

ଅର୍ଥଶାସ୍ତ୍ରୀ ମଧ୍ୟ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଭାରତର ଜିଡିପି ହ୍ରାସ ପାଇବା ଆଶଙ୍କା କରି ଚେତାବନୀ ଦେଇଛନ୍ତି | ୧୯୭୦ ମଡ଼ସିଂହା ପରେ ସବୁଠାରୁ ଖରାପ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଛି | ମନମୋହନ ସିଂହ କହିଛନ୍ତି, ଡିପ୍ରେସନ ଭଳି ଶବ୍ଦ ବ୍ୟବହାର କରିବା ଉଚିତ ନୁହେଁ | ସେ କହିଛନ୍ତି ‘ଏହି ଆର୍ଥିକ ମାନ୍ଦାବସ୍ଥା ମାନବୀୟ ସଙ୍କଟର କାରଣ | ଏହା ଆମ ସମାଜରେ କଏଦ ଥିବା ଭାବନା ସହ କେବଳ ଆର୍ଥିକ ସଂଖ୍ୟା ଓ ତରିକା ଦେଖିବା ପାଇଁ ମହତ୍ଵପୁର୍ଣ |’

   Related Posts