Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫେବୃଆରୀ ୨ରେ ପ୍ରକାଶ ପାଇବ ସିବିଏସଇ ଦଶମ ଓ ଦ୍ବାଦଶ ପରୀକ୍ଷା ସୂଚୀ
  • ||
  • ରାସ୍ତା କାର୍ଯ୍ୟର ତଦାରଖ କଲେ ସାଂସଦ ମଞ୍ଜୁଲତା ମଣ୍ଡଳ, ପିଚୁ ଉଠିଯାଉଥିବା ନେଇ ହୋଇଥିଲା ଅଭିଯୋଗ
  • ||
  • ମୁନିଗୁଡା : ମାଲବାହୀ ଟ୍ରେନ୍‌ର ୪ଟି ବଗି ଲାଇନଚ୍ୟୁତ, ରାୟଗଡା-ଟିଟିଲାଗଡ ମଧ୍ୟରେ ରେଳ ଚଳାଚଳ ବାଧାପ୍ରାପ୍ତ
  • ||
  • ଭୁବନେଶ୍ବର : ପିପିଲି ଉପନିର୍ବାଚନ ପାଇଁ ପ୍ରତାପ ଦେବଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ବ ଦେଲା ବିଜେଡି
  • ||
  • କୋରାପୁଟ : ଘାଟିରେ ସିରିଜ୍ ଦୁର୍ଘଟଣା, ତେଲ ଟ୍ୟାଙ୍କରକୁ ପିଟିଲା ଟ୍ରକ୍, ବ୍ରେକ୍ ଫେଲ୍ ହେବାରୁ ଟ୍ରକ୍କୁ ଧକ୍କାଦେଲା ପିକଅପ୍ ଭ୍ୟାନ୍
  • ||
  • ରାଉରକେଲା : ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ଶନିବାର ରାତିରୁ ଥିଲେ ନିଖୋଜ, ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୧୩ କୋଭିଡ୍ ପଜିଟିଭ୍‌, ୩୩୪୭୮୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜଗତସିଂହପୁର : ବ୍ୟାଙ୍କ୍ ଲୁଟ୍ ଉଦ୍ୟମ ପଣ୍ଡ, ଆଲମିରାରେ ନିଆଁ ଲାଗି ପୋଡିଗଲା ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର
  • ||
  • ଯାଜପୁର : ରାସ୍ତାକଡରୁ ରମାଦେବୀ ଛାତ୍ରୀଙ୍କ ମୃତଦେହ ମିଳିବା ଘଟଣାରେ ୨ ଅଭିଯୁକ୍ତକୁ ଚିହ୍ନଟ କଲା ପୋଲିସ
  • ||
  • ଆଠମଲ୍ଲିକ : ବାରହା ଶିକାର ପାଇଁ ବିଦ୍ୟୁତ୍ ତାର ବିଛାଇଥିଲେ, ସଂସ୍ପର୍ଶରେ ଆସି ଚାଲିଗଲା ନିଜ ଜୀବନ
  • ||

ପଞ୍ଜାବର ଅର୍ଥବ୍ୟବସ୍ଥା ସଜାଡିବା ପାଇଁ ମାର୍ଗଦର୍ଶକ ସାଜିଲେ ମନମୋହନ

27/04/2020 at 9:07 PM

ଚଣ୍ଡିଗଡ, ୨୭|୦୪: ପଞ୍ଜାବ ସରକାର କୋଭିଡ-୧୯ ପରେ ରାଜ୍ୟର ଅର୍ଥବ୍ୟବସ୍ଥାକୁ ସଜାଡିବା ପାଇଁ ମଣ୍ଟେକ୍ ସିଂ ଆଲୁଓ୍ୱାଲିଆଙ୍କ ନେତୃତ୍ୱରେ ବିଶେଷଜ୍ଞମାନେ ୫ଟି ଗ୍ରୁପ୍ ଗଠନ କରିଛନ୍ତି । ଏହା ବ୍ୟତୀତ ପୂର୍ବତନ ପ୍ରଧାନମନ୍ତ୍ରୀ ମହମୋହନ ସିଂଙ୍କୁ ମଧ୍ୟ ରାଜ୍ୟ ଅର୍ଥବ୍ୟବସ୍ଥାର ପ୍ରଗତି ଓ ସୁଧାରିବା ପାଇଁ ମାର୍ଗଦର୍ଶକ କରିଛନ୍ତି ପ଼ଞ୍ଜାବ ସରକାର । ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଏନେଇ ମନମୋହନଙ୍କୁ ପ୍ରସ୍ତାବ ଦେଇଥିଲେ । ମନମୋହନ ମଧ୍ୟ ଏହାକୁ ସ୍ୱୀକାର କରିଛନ୍ତି ।

ଆଲୁଓ୍ୱାଲିଆଙ୍କ ନେତୃତ୍ୱରେ ବିଶେଷଜ୍ଞମାନେ ଏକ ଗ୍ରୁପ୍ ଭିଡିଓ କନଫରେନ୍ସିଂ ଦ୍ୱାରା ମୁଖ୍ୟମନ୍ତ୍ରୀ ଅମରିନ୍ଦରଙ୍କ ସହ ଆଲୋଚନା କରିଥିଲେ । ଏହି ଆଲୋଚନାରେ ମନମୋହନ ମଧ୍ୟ ଅର୍ଥବ୍ୟବସ୍ଥା ସଜାଡିବାକୁ ମାର୍ଗଦର୍ଶକ ସାଜିବେ ବୋଲି କୁହାଯାଇଥିଲା ।

ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ, କରୋନା ଭାଇରସ ପରେ ଆର୍ଥିକ ସ୍ଥିତି ସଜାଡିବା ପାଇଁ କଷ୍ଟ କରିବାକୁ ପଡିବ । ଏହା ଉପରେ ପୁଣି ଥରେ ଫୋକସ ଦିଆଯିବ । ଗ୍ରୁପର ସମସ୍ତ ସଦସ୍ୟଙ୍କୁ ସେ ଧନ୍ୟବାଦ ଜଣାଇଥିଲେ । ପୂର୍ବରୁ ଆଲୁଓ୍ୱାଲିଆଙ୍କ ଟିମରେ ୨୦ଜଣ ସଦସ୍ୟ ଥିଲେ । ଏଥିରେ ଆଉ ୨ଜଣଙ୍କୁ ସାମିଲ କରାଯାଇଛି ।

   Related Posts