ନୋଟବନ୍ଦୀ’କୁ ପୂରିଲା ୨ବର୍ଷ ; ମୋଦିଙ୍କୁ ସମାଲୋଚନା କଲେ ମନମୋହନ

Published By : Prameya-News7 Bureau | November 08, 2018 IST

ନୂଆଦିଲ୍ଲୀ ୮|୧୧:   ୨୦୧୬ ମସିହା ନଭେମ୍ବମର ୮ତାରିଖରେ ହୋଇଥିବା ‘ନୋଟବନ୍ଦୀ’କୁ ଆଜି ୨ବର୍ଷ ପୂରିଛି । ୨୦୧୬ ମସିହା ନଭେମ୍ବର ୮ତାରିଖ ରାତି ୮ଟାରେ ମୋଦି ସରକାର ୫୦୦ଟଙ୍କିଆ ଓ ହଜାର ଟଙ୍କିଆକୁ ଅଚଳ କରିଦେଇଥିଲେ । ତେବେ ‘ନୋଟବନ୍ଦୀ’ ମୋଦି ସରକାରଙ୍କ ଏକ ଭୁଲ ପଦକ୍ଷେପ ଥିଲା । ଯାହାର ପରିଣାମ ଆଜି ମଧ୍ୟ ଭୋଗିବାକୁ ପଡୁଛି ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂ କହିଛନ୍ତି । ତେବେ ମନମୋହନ ସିଂଙ୍କ ବକ୍ତବ୍ୟର ଜବାବ ରଖିଛନ୍ତି ଅର୍ଥମନ୍ତ୍ରୀ ଅରୁଣ ଜଟଲୀ । ଜେଟଲୀ କହିଛନ୍ତି ଯେ, ‘ନୋଟବନ୍ଦୀ’ ଯୋଗୁଁ କଳାଧନ ଉପରେ ନିୟନ୍ତ୍ରଣ ଆସିଛି  ଏବଂ ଆୟକର ଏବଂ ଅନ୍ୟାନ୍ୟ ଟିକସ ହାର ମଧ୍ୟ ବୃଦ୍ଧି ପାଇଛି । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଏହି ଦିନକୁ କଳା ଦିବସ ଭାବେ ବର୍ଣ୍ଣନା କରିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସମୟ ବିତିବା ସହିତ ବଡରୁ ବଡ କ୍ଷତିପୂରଣ ହୋଇଯାଏ । କିନ୍ତୁ ‘ନୋଟବନ୍ଦୀ’ ଏଭଳି ଏକ ବଡ କ୍ଷତ ଯାହା ସମୟ ବିତିବା ସହିତ ପୂରଣ ହେବା ବଦଳରେ କ୍ଷତ ଚିହ୍ନ ଆହୁରି ଗଭୀର ହେଉଛି । ମଧ୍ୟମ ଓ କ୍ଷୁଦ୍ର ଶିଳ୍ପ ଦେଶର ଅର୍ଥନୀତିକୁ ଆଗକୁ ବଢାଇବାରେ ବିଶେଷ ସହାୟକ ହୋଇଥାଏ । କିନ୍ତୁ ‘ନୋଟବନ୍ଦୀ’ ଏହି କ୍ଷେତ୍ରରେ ଅଣ୍ଟା ଭାଙ୍ଗି ଦେଇଛି । ଫଳରେ ସେମାନେ ଆହୁରି ସିଧା ହୋଇ ଠିଆ ହୋଇପାରିନାହାନ୍ତି । ଦେଶର ଅର୍ଥନୀତି ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡିବାରେ ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.