ନେହେରୁଙ୍କ ଜଡିତ ତ୍ରିମୂର୍ତ୍ତି ଭବନ କୌଣସି ପ୍ରକାର ପରିବର୍ତ୍ତନ ନକରିବା ପାଇଁ ମୋଦିଙ୍କୁ ଚିଠି ଲେଖିଲେ ମନମୋହନ ସିଂ

Published By : Prameya-News7 Bureau | August 27, 2018 IST

ନୂଆଦିଲ୍ଲୀ ୨୭/୮ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ । ତ୍ରିମୂର୍ତ୍ତି ଭବନସ୍ଥିତ ନେହେରୁ ମେମୋରିଆଲରେ କୌଣସି ପ୍ରକାର ପରିବର୍ତ୍ତନ ନକରିବା ପାଇଁ ଚିଠିରେ ଅନୁରୋଧ କରାଯାଇଛି । ମନମୋହନ ସିଂ କହିଛନ୍ତି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହର ଲାଲ୍ ନେହେରୁ କେବଳ କଂଗ୍ରେସର ନେତା ନଥିଲେ ବରଂ ସାରା ଦେଶର ନେତା ଥିଲେ । ମନମୋହନ ସିଂ ମୋଦିଙ୍କୁ କହିଛନ୍ତି ବିଜେପି ସରକାର ଏଜେଣ୍ଡା ସହ ନେହେରୁ ମେମୋରିଆର ମ୍ୟୁଜିୟମ ଏବଂ ଲାଇବ୍ରେରୀର ଢାଞ୍ଚାରେ ପରିବର୍ତ୍ତନ କରିବାରେ ଲାଗିଛି । ଏଥିପାଇଁ ଏଭଳି କୌଣସି ପରିବର୍ତ୍ତନ ନକରିବା ଭଲ ହେବ ବୋଲି ସେ କହିଛନ୍ତି । ସୂଚନା ଅନୁସାରେ ତ୍ରିମୂର୍ତ୍ତି ଭବନ ଭିତରେ ହିଁ ଦେଶର ସମସ୍ତ ପ୍ରଧାନମନ୍ତ୍ରୀଙ୍କ ସହ ଜଡିତ ଏକ ସଂଗ୍ରାହଳୟ ନିର୍ମାଣ କରିବାର ଯୋଜନା ଅନୁଯାୟୀ କାମ କରାଯାଉଛି । ମନମୋହନ ଏପରି ମଧ୍ୟ କହିଛନ୍ତି ଯେ ଅଟଳ ବିହାରୀ ବାଜପେୟୀ ନିଜର ୬ବର୍ଷ କାର୍ଯ୍ୟକାଳ ମଧ୍ୟରେ ତ୍ରିମୂର୍ତ୍ତି ଭବନରେ କୌଣସି ପ୍ରକାର ପରିବର୍ତ୍ତନ କରିନଥିଲେ । ମାତ୍ର ଦୁର୍ଭାଗ୍ୟର କଥା ଯେ ବର୍ତ୍ତମାନ ସରକାର ଏଜେଣ୍ଡା ସହ ଏମିତି ପରିବର୍ତ୍ତନ କରୁଛନ୍ତି । ଏମିତିକି ମନମୋହନ ସିଂ ନିଜ ଚିଠିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଭାଷଣ କଥା ମଧ୍ୟ କହିଛନ୍ତି । ଯାହା ସେ ଜବାହର ଲାଲ ନେହେରୁଙ୍କ ମୃତ୍ୟୁ ପରେ ଲୋକସଭାରେ ଦେଇଥିଲେ । ଏହି ଭାଷଣରେ ବାଜପେୟୀ ନେହେରୁଙ୍କର ଖୁବ୍ ପ୍ରଶଂସା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.