Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

ନିମନ୍ତ୍ରଣ ରଖିଲେ ମନମୋହନ

20/10/2019 at 11:12 PM

ନୂଆଦିଲ୍ଲୀ – ନିମନ୍ତ୍ରଣ ରଖିଲେ ମନମୋହନ । କରତାରପୁର କରିଡର ଉଦଘାଟନ ଉତ୍ସବରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହ ଅତିଥି ଭାବେ ନୁହେଁ; ବରଂ ଜଣେ ସାଧାରଣ ଶିଖ୍ ଯାତ୍ରୀ ଭାବେ ଯୋଗଦେବେ । ଶନିବାର ଏହି ସୂଚନା ଦେଇଛନ୍ତି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହା ମେହମୁଦ କ୍ୟୁରେସୀ । ନଭେମ୍ବର ୯ରେ ପାକିସ୍ତାନ ପକ୍ଷରୁ ନିର୍ମିତ କରିଡରର ଉଦଘାଟନ ହେବ । ଭାରତ ପକ୍ଷରୁ ନିର୍ମିତ କରିଡରକୁ ନଭେମ୍ବର ୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।

କ୍ୟୁ​ରେସୀ କହିଛନ୍ତି ଯେ ପାକିସ୍ତାନ ସରକାରଙ୍କ ନିମନ୍ତ୍ରଣ ମନମୋହନ ରକ୍ଷା କରିଛନ୍ତି ।  ତେବେ ସେ କେବଳ ଶିଖ୍  ଯାତ୍ରୀ ଭାବେ ଏହି କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ସମ୍ମତି ଜଣାଇଛନ୍ତି । ମନମୋହନଙ୍କୁ ପାକିସ୍ତାନର ନିମନ୍ତ୍ରଣ ନେଇ ପୂର୍ବରୁ ଭାରତରେ ତୀବ୍ର ରାଜନୈ୍ତିକ ବିବାଦ ସୃଷ୍ଟି ହୋଇଥିଲା । ମନମୋହନ ଏହି କାର୍ଯ୍ୟକ୍ରମରେ ଯୋଗଦେବେ ନାହିଁ ବୋଲି ସ୍ପଷ୍ଟ କରିବା ପରେ ବିବାଦ ଥମିଥିଲା । ଏତଦ୍ ବ୍ୟତୀତ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍  ଅମରିନ୍ଦର ସିଂହଙ୍କ ନେତୃତ୍ବରେ ଏକ ସର୍ବଦଳୀୟ ଯାତ୍ରୀ ଦଳ ଗୁରୁ ନାନକଙ୍କ ୫୫୦ତମ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପାକିସ୍ତାନ ଯିବେ ଓ ଏଥିରେ ମନମୋହନ ସାମିଲ ହେବାକୁ ସମ୍ମତି ଜଣାଇଥିବା ଖବର ପ୍ରକାଶିତ ହୋଇଥିଲା।

   Related Posts