Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମୋଦୀଙ୍କୁ ମନମୋହନଙ୍କ ମନ୍ତ୍ର, କେମିତି ବନାଇବେ ୫ ହଜାର ବିଲିୟନ ଡଲାରର ଅର୍ଥବ୍ୟବସ୍ଥା

8/09/2019 at 3:34 PM

ନୂଆଦିଲ୍ଲୀ ୮/୯:  ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଦେଶକୁ ୫ ହଜାର ବିଲିୟନ ଡଲାରର ଅର୍ଥବ୍ୟବସ୍ଥା ବନାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମନ୍ତ୍ର ଦେଇଛନ୍ତି । ସେ କହିଛନ୍ତି କି ଏଲପିଜି ଅର୍ଥାତ୍ ଉଦାରୀକରଣ, ଘରୋଇକରଣ ଏବଂ ଜଗତିକରଣର ନୀତିଗୁଡିକ ଉପରେ ପର୍ଯ୍ୟବେଶିତ ଆର୍ଥିକ ସୁଧାର ଜାରି ରଖି ହିଁ ରଣନୀତି ପ୍ରସ୍ତିତ କରି ଭାରତକୁ ୫ ହଜାର ବିଲିୟନ ଡଲାରର ଅର୍ଥବ୍ୟବସ୍ଥା ବନାଯାଇପାରିବ ।  ଆପଣ ଜାଣିବା ପାଇଁ ଏଠାରେ ଆମେ କହି ରଖୁଛୁ କି,  କେନ୍ଦ୍ର ଅର୍ଥମନ୍ତ୍ରୀ ଭାବେ  ମନମୋହନ ସିଂହ ୧୯୯୧ରେ ଦେଶରେ ଉଦାରୀକରଣ, ଘରୋଇକରଣ ଏବଂ ଜଗତିକରଣର ନୀତି ଲାଗୁ କରିଥିଲେ । ମନମୋହନ ସିଂହ  ଜୟପୁରରେ ଏକ ଘରୋଇ କଲେଜରେ ଅନୁଷ୍ଠିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏସଂପର୍କରେ ନିଜ ଅଭିଭାଷଣରେ କହିଛନ୍ତି ।

ମନମୋହନ ସିଂହ କହିଛନ୍ତି କି,  ବର୍ତ୍ତମାନ ସମୟରେ ଆମ ଦେଶର ଆର୍ଥିକ ସ୍ଥିତି ଧୀମା ପରିସ୍ଥିତିରେ ଗତି କରୁଛି । ଜିଡିପି ବୃଦ୍ଧି ଦରରେ ଦିନକୁ ଦିନ ଅବନତି ଘଟୁଛି । ନିବେଶ ଦର ମଧ୍ୟ ସ୍ଥିର ରହିଛି । ଚାଷୀକୂଳ ସଂକଟରେ ଅଛନ୍ତି । ବ୍ୟାଙ୍କିଂ ପ୍ରଣାଳୀ ବି ବିଗିଡି ଯାଇଛି । ସେହିଭଳି ଦେଶରେ ବେରୋଜଗାରୀଙ୍କ ସଂଖ୍ୟା ଦିନ ପ୍ରତି ଦିନ ବୃଦ୍ଧିପାଇବାରେ ଲାଗିଛି ।  ତେଣୁ ଏଭଳି ପରିସ୍ଥିତିରେ ଭାରତକୁ ୫ ହଜାର ବିଲିୟନ ଡଲାରର ଆର୍ଥିକସ୍ଥିତି ସୃଷ୍ଟି କରିବା ପାଇଁ ଏକ ଉନ୍ନତମାନର ରଣନୀତିର  ଆବଶ୍ୟକତା ରହିଛି ।  ମନମୋହନ ସିଂହ ପରାମର୍ଶ ଦେଇଛନ୍ତି ଯେ,  ସରକାରଙ୍କୁ ଟ୍ୟାକ୍ସ ଆତଙ୍କବାଦ ରୋକିବା ଦରକାର, ଭିନ୍ନ ଭିନ୍ନ ବିଚାରକୁ ସମ୍ମାନ କରିବା ଉଚିତ ଏବଂ ତୃଣମୂଳ ସ୍ତରରେ ସରକାରଙ୍କୁ  ସନ୍ତୁଳନ ରକ୍ଷାକରିବାକୁ ହେବ ।

ସେହିଭଳି ଭାରତରେ ଲୋକତନ୍ତ୍ରର ମୂଳଦୁଆକୁ ମଜବୁତ  କରିବା ପାଇଁ  ଆଗାମୀ ଦିନମାନଙ୍କରେ ଦେଶକୁ ସିଦ୍ଧାନ୍ତବାଦୀ, ଜ୍ଞାନୀ ଏବଂ ଦୁରଦର୍ଶି ନେତାମାନଙ୍କର ବି ଆବଶ୍ୟକତା ରହିଛି । ପୂର୍ବତନ ପ୍ରଧାନମନ୍ତ୍ରୀ  କହିଛନ୍ତି ଯେ ଲୋକତନ୍ତ୍ରର ଶକ୍ତି ସମ୍ବାଧାନରେ ନିହିତ ରହିଛି ଏବଂ ରାଜନୈତିକ ଦଳମାନଙ୍କୁ ସମ୍ବିଧାନରେ ଉଲ୍ଲେଖିତ ମୂଲ୍ୟଗୁଡିକର ରକ୍ଷା ପାଇଁ ପ୍ରତିବଦ୍ଧତା ଜତାଇବାକୁ ହେବ । ଏବଂ ଦେଶବାସୀଙ୍କ ମଧ୍ୟରେ ଏକତା  ବଜାୟ ରଖିବା ପାଇଁ ସରକାରଙ୍କୁ ନ୍ୟାୟ, ସ୍ବାଧିନତା ଏବଂ ସମାନତା ସହିତ ଏଭଳି ପରିବେଶ ସୃଷ୍ଟି କରିବାକୁ ପଡିବ, ଯେଉଁଥିରେ କି ଭିନ୍ନ ତଥା ଉନ୍ନତମାନର ଚିନ୍ତାଧାରାଗୁଡିକର ସମ୍ମାନ ମିଳୁଥିବ ।

   Related Posts