ଦେଶରେ ଉପୁଜିଥିବା ପରିସ୍ଥିତିର ସୁଧାର ସେହିମାନେ କରିପାରିବେ ଯେଉଁମାନେ ସୃଷ୍ଟି କରିଛନ୍ତି: ମନମୋହନ

Published By : Prameya-News7 Bureau | March 06, 2020 IST

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ମନମୋହନ ସିଂହଙ୍କ ଏକ ସମ୍ପାଦକୀୟ ଏବେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ଏକ ପ୍ରମୁଖ ଇଂରାଜୀ ଦୈନିକରେ ମନମୋହନଙ୍କ ସମ୍ପାଦକୀୟ ପ୍ରକାଶିତ ହୋଇଛି। ଯେଉଁଥିରେ ସେ ଦେଶରେ ଉପୁଜିଥିବା ପରିସ୍ଥିତିରେ ନିଜେ ଅସହାୟ ବୋଧ କରୁଥିବା ଉଲ୍ଲେଖ କରିଛନ୍ତି। ସେହିପରି ପୋଲିସ, ଗଣମାଧ୍ୟମ, ନ୍ୟାୟାଳୟଙ୍କ ଭୂମିକାକକୁ ନେଇ ମନମୋହନ ପ୍ରଶ୍ନଉଠାଇବା ଏବେ ପ୍ରସଙ୍ଗ ବିତର୍କର କାରଣ ପାଲଟିଛି।

ଭାରତ ଏବେ ସାମାଜିକ ଦ୍ୱେଷ, ଆର୍ଥିକ ମନ୍ଥରତା ଓ ବୈଶ୍ୱିକ ସ୍ୱାସ୍ଥ୍ୟ ସମସ୍ୟାରେ ଘେରିଯାଇଥିବା ଉଲ୍ଲେଖ କରିଛନ୍ତି। ଏଥିରେ ସାମାଜିକ ଉତ୍ତେଜନା ଓ ଆର୍ଥିକ କ୍ଷତି ଦେଶରେ ସୃଷ୍ଟି ହୋଇଥିବା ବେଳେ କରୋନା ବାହାରୁ ଝଟକା ବୋଲି ଲେଖିଛନ୍ତି ମନମୋହନ। ଏଥି ଯୋଗୁ ଦୀର୍ଘ ବର୍ଷରେ ଭାରତ ସମଗ୍ର ବିଶ୍ୱରେ ନିଜ ଲାଗି ସୃଷ୍ଟି କରିଥିବା ପରିଚୟ ହାନୀ ନେଇ ମନମୋହନ ଆଶଙ୍କା କରିଥିବା ବେଳେ ଭାରତରେ ନିତ୍ୟ ପ୍ରତିଦିନ ଘଟୁଥିବା ଘଟଣା ମହାତ୍ମା ଗାନ୍ଧିଙ୍କ ଭାରତ ଲାଗି କଳଙ୍କ ବୋଲି କହିଛନ୍ତି।

ତେବେ ଉପୁଜିଥିବା ପରିସ୍ଥିତିକୁ କେବଳ ସେହିମାନେ ହିଁ ଆୟତ୍ତ କରିପାରିବେ ଯେଉଁମାନେ ସୃଷ୍ଟି କରିଛନ୍ତି ବୋଲି ଉଲ୍ଲେଖ କରିବା ମନମୋହନଙ୍କ ନିଜ ଦଳର ଆତ୍ମବିଶ୍ୱାସ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେହିପରି ଦିଲ୍ଲୀ ହିଂସାରେ ପୋଲିସର ଭୂମିକାକୁ ନେଇ ମଧ୍ୟ ମନମହୋନ ପ୍ରଶ୍ନ ଉଠାଇଥିବା ବେଳେ ତମାମ ପ୍ରକରଣରେ ନ୍ୟାୟ ବ୍ୟବସ୍ଥା ଓ ଗଣମାଧ୍ୟମକୁ ବି କାଠଗଡାରେ ଛିଡା କରାଇଛନ୍ତି। 

ଦେଶର ଆର୍ଥିକ ବିକାଶର ଆଧାର ସାମାଜିକ ସୌହାର୍ଦ୍ଦ୍ୟ ବୋଲି ଉଲ୍ଲେଖ କରିଛନ୍ତି ମନମୋହନ। ତେବେ ଏହା ଏବେ ବିପଦରେ ପଡିଯାଇଥିବା ମନମୋହନ ଉଲ୍ଲେଖ କରିଛନ୍ତି। ଯେତେବେଳେ ପଡିଶାରେ ହିଂସାର ଭୟ ରହୁଛି ସେତେବେଳେ ଘରୋଇ ହୁଅନ୍ତୁ ଅଥବା ବିଦେଶୀ ନିବେଶକ ନିବେଶରୁ ଦୂରେଇ ଯାଆନ୍ତି। ନିବେଶ ନ ଆସିବା ନିଯୁକ୍ତି ଓ ଆୟକୁ ପ୍ରଭାବିତ କରିବ। ଯାହାର ଫଳାଫଳ ଚାହିଦା ଓ ଯାଗାଣକୁ ପ୍ରଭାବିତ କରିବବୋଲି ଲେଖିଛନ୍ତି ମନମହୋନ। ଏଣୁଦେଶ ଏବେ କୁଚକ୍ରରେ ଫଶିଯାଇଥିବା ମନମୋହନ ସତର୍କ କରାଇଦେଇଛନ୍ତି। ତେବେ ଦେଶକୁ ଏପରି ପରିସ୍ଥିତିରୁ କେବଳ ସେହିମାନେ ବାହାର କରିପାରିବେ ଯେଉଁମାନେ ଏଭଳି ପରିସ୍ଥିତି ସୃଷ୍ଟି କରିଛନ୍ତି ବୋଲି ମନମୋହନ ଉଲ୍ଲେଖ କରିଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.